ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ 

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ 

ରାୟଗଡା : ୧୩/୨/୨୦୨୫ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାବରିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସଂଯୋଜନାରେ ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ ଏକ ଦିନିଆ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗର ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ଦାସ, ଆକ୍ସନ ଏଡ଼ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତନେଶ୍ୱର ସାହୁ, ବରିଷ୍ଠ ରାଜସ୍ବ ସହାୟକ ସୂର୍ଯ୍ଯ ନାରାୟଣ ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I

ଏହି କାର୍ଯ୍ୟକ୍ରମ ଅଧୀନରେ କିଶୋର କିଶୋରୀ ମାନେ ଓ୍ବାର୍ଲ୍ଡ ସ୍କିଲ ସେଣ୍ଟର, କଳିଙ୍ଗ ଷ୍ଟାଡିୟମ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରଭ୍ରୁଡି ବୁଲି ଦେଖିଥିଲେ।  ଅଦ୍ବିକା କ୍ଲବର ସଦସ୍ଯ ସଦସ୍ୟା ମାନେ ବିଭିନ୍ନ ଦକ୍ଷତା ବିକାଶ ଦ୍ବାରା ନିଜେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ତେଣୁ କେଉଁ ଦିଗ ପ୍ରତି ଗୁରୁତ୍ବ ଦେବାକୁ ହେବ ତାକୁ ଆଧାର କରି ଏହି ସ୍ବତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୁମାରୀ ବିଚିତ୍ରା ସେଠି ମତ ଦେଇଥିଲେI ଏହାପରେ କିଶୋର କିଶୋରୀ ମାନେ ନିଜ ନିଜ ଘରକୁ ଫେରିଥିଲେ I 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଅର୍ପିତା ମଲ୍ଲିକଙ୍କୁ ମିଳିଲା ପୁରସ୍କାର

Sunil Chandra Nayak

ଦେଖୁ ଦେଖୁ ଜଳି ଗଲା ଦୁଇଚାକିଆ ଯାନ

Sunil Chandra Nayak

ସାଗର ସାହିତ୍ୟ ସଂସଦ ର ମୁଖପତ୍ର ‘ ଇନ୍ଦୁପ୍ରଭା ‘ ଉନ୍ମୋଚନ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!