ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗଭଣ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା

ମୟୂରଭଞ୍ଜ – ୪/୭ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଭାଲୁଵଷା ପଞ୍ଚାୟତର ନାଗଭଣ ଗ୍ରାମରେ ୨୦୧୭ ମସିହାରେ ସଦଗୁରୁ କୃପାଳଜୀ ମହାରା ଉତ୍ତମଜ ଜୀଙ୍କ ପଟ୍ଟଶିଷ୍ଯ ସ୍ବାମୀ ମୁକୁନ୍ଦାନନ୍ଦଜୀଙ୍କ କରକମଳରେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ନିର୍ମିତ ହୋଇଥିବା ରାଧାକୃଷ୍ଣ ମନ୍ଦିର ଶୁଭ ଉଦ୍ଘାଟନ ହୋଇଥିଲା ।ସେବେଠାରୁ ଏଠାରେ ଗୁରୁ ପୂର୍ଣ୍ଣିମା , ଜନ୍ମାଷ୍ଟମୀ,ରାଧାଷ୍ଟମି,ଭଜନ, ସଂକୀର୍ତ୍ତନ ଅନୁଷ୍ଠିତ ହୋଇଆସୁଛି । ଗୁରୁପୂର୍ଣ୍ଣିମା ଦିବସ ଅବସରରେ ରାଇରଙ୍ଗପୁର ଏବଂ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ନାଗଭଣ ରାଧାକୃଷ୍ଣ ନାମରେ ପୂର୍ବାହ୍ନ ୯ ଘଟିକା ରେ ପହଞ୍ଚି ଥିଲେ ।ସେଠାରେ ରାଧାକୃଷ୍ଣ ପୂଜା,ନିଜ ସଦଗୁରୁ କୃପାଳଜୀ ମହାରାଜ ଜୀ,ସ୍ବାମୀ ମୁକୁନ୍ଦାନନ୍ଦଜୀଙ୍କ ପୂଜାର୍ଚ୍ଚନା ଧୂମଧାମରେ କରିଥିଲେ ।ଦିନ ତମାମ ଭଜନ, କୀର୍ତ୍ତନ, ସତସଙ୍ଗ କାର୍ଯ୍ୟ ହୋଇଥିଲା ।ସଦଗୁରୁ ହିଁ ମଣିଷକୁ ସଦପଥରେ ପରିଚାଳିତ କରନ୍ତି ।ଗୁରୁ ହିଁ ମାର୍ଗ ଦର୍ଶକ ।ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଗୁରୁ ହିଁ ସେତୁ । ଆଧ୍ୟାତ୍ମିକ ଜୀବନରେ ଗୁରୁଙ୍କ ଭୂମିକା ଅନନ୍ୟ ।ମଣିଷକୁ କୁପଥରୁ ସୁପଥକୁ ଗୁରୁ ହିଁ ଟାଣି ଆଣନ୍ତି । ଯାହାଙ୍କ ପାଖରେ ଗୁରୁ ଆଶୀର୍ବାଦ ଅଛି ସେ କେବେ ବିପଦରେ ପଡନ୍ତି ନାହିଁ ।ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା ଓ ଆଶୀର୍ବାଦ ନେବାପାଇଁ ସୁଦୂରରୁ ଛୁଟି ଆସିଥିବା ଶ୍ରଦ୍ଧାଳୁମାନେ ଭଜନ, ସଂକୀର୍ତ୍ତନରେ ଦିନ ତମାମ ମଜ୍ଜି ରହିଥିଲେ । ରାଧାକୃଷ୍ଣ ଭଜନ ଓ ସଂକୀର୍ତ୍ତନରେ ସମଗ୍ର ନାଗଭଣ ଗ୍ରାମ ରାଧାକୃଷ୍ଣ ପରିବେଶ ହୋଇ ଉଠିଥିଲା । ମଧ୍ୟାହ୍ନରେ ରାଧାକୃଷ୍ଣ ମନ୍ଦିର କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରା ଯାଇଥିଲା ।ପରେ ଗୁରୁ ପାଦ ପୂଜନ,ଭଜନ,ଆଳତୀ କରି ଶ୍ରଦ୍ଧାଳୁମାନେ ହାଣ୍ଡିକୁ ମନ ନେଇ ଆନନ୍ଦ ଉଲ୍ଲାସର ନିଜ ଘରକୁ ଫେରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାପ କାମୁଡ଼ାରେ ଯୁବକ ର ମୃତ୍ୟୁ

Rayagada News: Aditya Alumina Refinery Onboards First Batch of Apparel Trainees

masiha

୧– ନାରାୟଣ ପାଟଣା ଗସ୍ତରେ କୋରାପୁଟ ଜିଲ୍ଲାପାଳ ,୨– ଓଲଟିଲା ବକ୍ସାଇଟ ବୋଝେଇ ଟ୍ରକ ଚାଳକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!