ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ଅଧିକାରରୁ ବାରମ୍ବାର ବଞ୍ଚିତ,ପ୍ରଶାସନର ନିଦ ଭାଙ୍ଗୁନି

ମୌଳିକ ଅଧିକାରରୁ ବାରମ୍ବାର ବଞ୍ଚିତ,ପ୍ରଶାସନର ନିଦ ଭାଙ୍ଗୁନି

ନବରଙ୍ଗପୁର:(୯|୫)ଶେଷକୁ ଚରମ ନିଷ୍ପତ୍ତି ନେଲେ ସ୍ଥାନୀୟ ଜନତା,ଭୋଟ ବର୍ଜନ ପାଇଁ ନେଲେ ନିଷ୍ପତ୍ତି,ପାଣି ନାହିଁ ତ ଭୋଟ ନାହିଁ,ହଁ ଆଜ୍ଞା, ଆମେ ଦେଖାଉଛୁ ଡାବୁଗାଁ ନିର୍ବାଚନ ମଣ୍ଡଳୀ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ଗ୍ରାମର ଗ୍ରାଉଣ୍ଡ ଜିରୋ ର ରିପୋର୍ଟ।ଗାଁ ରେ ପିଇବା ପାଣି ଏବେ ମୁଖ୍ୟ ସମସ୍ୟା ପାଲଟିଛି।ଦୀର୍ଘ ଦୁଇ ବର୍ଷହେଲା ଗାଁ ରେ ଏହି ସମସ୍ୟା ଲାଗି ରହିଥିବାବେଳେ ବିରୋଧ ବି କରାଯାଇଛି। ହେଲେ ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ବ ନାହିଁ। ଖରାଦିନ ଆରମ୍ଭ ନ ହେଉଣୁ ଗାଁ ର ଲୋକମାନେ ପାଣି ମୁନ୍ଦାଏ ପାଇଁ ଦହଳ ବିକଳ ହେଉଛନ୍ତି। ନିର୍ବାଚନ ଆସିଲେ ମାଳମାଳ ନେତାଙ୍କ ମିଳିଥାଏ ଅନେକ ପ୍ରକାର ପ୍ରତିଶ୍ରୁତି। ହେଲେ ଗାଁ ଲୋକଙ୍କ ସମସ୍ତ ସମସ୍ୟା ଓ ପ୍ରତିଶ୍ରୁତି ଭୁଲିଯାଆନ୍ତି ସମସ୍ତେ। ଗାଁ ଲୋକଙ୍କୁ ସମ୍ପୁର୍ଣ୍ଣ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଦିଆରି ସାହି, ପୂଜାରୀ ସାହି, ପଠା ନ ସାହି ଗ୍ରାମବାସୀ। ସମସ୍ୟାକୁ ନେଇ ବାରମ୍ବାର ସରପଞ୍ଚ ଠାରୁ ବିଭିନ୍ନ ଅଧିକାରୀଙ୍କୁ ଜଣାଯାଇଛି ହେଲେ ସେହି ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ବ ନାହିଁ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଏକ ହଜାର ରୁ ଉର୍ଦ୍ଧ୍ଵ ଶବ ସତ୍କାର ନିଃସ୍ୱାର୍ଥ ଭାବେ କରି ସାଉଣ୍ଟିଥିବା ସମାଜସେବୀ ବାଦଲ: ଜୀବନର ଶେଷ ପର୍ଯ୍ୟନ୍ତ ଶବ ସତ୍କାର କରିବାକୁ ନେଇଛନ୍ତି ସଂକଳ୍ପ 

Sunil Chandra Nayak

ବଜ୍ରପାତ ରେ ମୃତ୍ୟୁ : ଅସହାୟ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ    

Sunil Chandra Nayak

ରାଜ୍ୟସଭାରେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟପନ୍ଥା ଆଲୋଚନା ଉପରେ ସାଂସଦ ଶ୍ରୀ ନିରଞ୍ଜନ ବିଶିଙ୍କ ମତ

masiha

Leave a Comment

error: Content is protected !!