ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ

ମୋଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ

ଡାବୁଗାଁ, ୨୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଅର୍ଚ୍ଚିତଗୁଡା ଗ୍ରାମ ଛକ ରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ରବିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଉମରକୋଟ ଥାନା ଅଧୀନ ତାରାଯୋଡି ଗ୍ରାମର ସଦନ ସାନ୍ତା (୩୫) ଶନିବାର ନିଜ ବନ୍ଧୁ ଘର କୋଡିଗାଁ ଗ୍ରାମକୁ ଯାଇଥିଲା | ସନ୍ଧ୍ୟା ରେ ସେଠାରୁ ମୋଟରସାଇକେଲ ନଂ ସିଜି ୨୭ ଏଲ ୩୭୬୧ ଯୋଗେ ଫେରୁଥିବା ବେଳେ ଡାବୁଗାଁ ଥାନା ଅଧୀନ ଅର୍ଚ୍ଚିତଗୁଡା ଗ୍ରାମ ଛକ ପାଖରେ ଏକ ଗାଈ ସହ ଧକ୍କା ହୋଇଥିଲା | ଫଳରେ ସେ ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ | ତାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଚିକିତ୍ସିତ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ରବିବାର ସକାଳୁ ମୃତକର ଭାଇ ଲଳିତ ସାନ୍ତା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୭/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦକ୍ଷିଣ ରାଉରକେଲାରେ ସଧାରଣ ତନ୍ତ୍ର ଦିବସ ପାଳିତ

masiha

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ବ୍ରହ୍ମପୁରରେ ‘ଭରତ ଭେଟ’ ଆଲୋଚନା ଚକ୍ର: ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ଶ୍ରେଷ୍ଠ ସ୍ଥାନର ଗୌରବ

Sunil Chandra Nayak

Leave a Comment

error: Content is protected !!