ବିଦ୍ୟାଳୟ ପକ୍ଷରୁ ଭୂମୀ ଦାତାଙ୍କୁ ସମ୍ମାନିତ କଲେ ଗ୍ରାମବାସୀ
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋଗିପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ପତାକା ଉତ୍ତୋଳନ ପରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ବିରଞ୍ଚି କୁମାର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରେଗେଡା ସରପଞ୍ଚ ଦିପ୍ତୀରଣୀ ସାହୁ, ସମ୍ମାନିତ ଅତିଥି ଭାବେ ସିଆରସିସି ସଞ୍ଜୟ କୁମାର ଦାସ ଯୋଗଦାନ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୁଶ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ର ଶିକ୍ଷକ ଦୋଳଗୋବିନ୍ଦ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ଶିକ୍ଷକ ମନୋଜ ଦାସ ଓ ଧନ୍ୟବାଦ ଶିକ୍ଷକ ଶ୍ରୀ କିଶୋର କୁମାର ପ୍ରଦାନ କରିଥିଲେ l ବିଦ୍ୟାଳୟ ପାଇଁ ଜମିଦାନ କରିଥିବା ଗ୍ରାମର ସମାଜସେବୀ ବଳଦେବ ରଣାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ସଭ୍ୟା ସମେତ ଗ୍ରାମର ଶିକ୍ଷାପ୍ରେମୀ ମିଖା ଦୀପ, ସଂକୀର୍ତନ ଭୋଇ, ହେମସାଗର ଚୌଧୁରୀ, ଉତ୍କଳମଣି ରଣା, ଡୋଲlମଣୀ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ l