ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବା ସହିତ ସଭା ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମ

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବା ସହିତ ସଭା ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମ 

ମ.ରାମପୁର:୨୬/୮: କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟଠାରୁ ଯୁବବର୍ଗ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବିଡ଼ିଓ ଶରତ କୁମାର ସେଠୀ,ସମ୍ମାନୀତ ଅତିଥି ସହକାରୀ ନିର୍ବାହୀ ଯନ୍ତ୍ରୀ ବଳ ବିନ୍ଦର ସିଂ ଯାଦବ ଯୋଗଦେଇ ଯୁଗଯାତ୍ରୀ ସାହିତ୍ୟ ସଂସଦ ର ଦୀର୍ଘ ୫୨ବର୍ଷର ସାହିତ୍ୟ ଯାତ୍ରାକୁ ପ୍ରଶଂସା କରିଥିଲେ । ସଂପାଦକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟରୁ ଯୁବବର୍ଗ ମଧ୍ୟରେ ତେରଗୋଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ରଜନୀକାନ୍ତ ମହାଖୁଡ଼,ବିଭୂତି ଭୂଷଣ ପ୍ରହରାଜ,ସନ୍ତୋଷ ଦୁବେ,ଅବିନାଶ ଶତପଥୀ, ରୀତେଶ ଶତପଥୀ,ପୁନମ ଜୈନ,ଆକାଂକ୍ଷା ମିଶ୍ର,ସ୍ୱରୂପାରାଣୀ ହୋତା ପ୍ରମୁଖ ଯୋଗଦେଇଥିବାବେଳେ ଉପସଭାପତି ରାକେଶ ଶତପଥୀ,ସହ ସଂପାଦକ ପରମାନନ୍ଦ ବିଶି, କୋଷାଧ୍ୟକ୍ଷ ଉଦୟ ନାୟକ,ସଦସ୍ୟ ସୁଶାନ୍ତ ମିଶ,୍ର ମାନସ ରଞ୍ଜନ ପ୍ରହରାଜ,ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ୧୬୫ତମ ଗଂଗାଧର ମେହେର ଜୟନ୍ତୀ ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ,ସାରସ୍ୱତ ସଭା ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

ଦିଲୀପ କୁମାର୍ ମିଶ୍ର। ମ ,ରାମପୁର

Related posts

ଏନ୍ ଏସ ପି ସି ଏଲ୍ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ମୃତ୍ୟୁ ଘଟଣା,ଚାକିରି ଓ କ୍ଷତିପୂରଣ ପ୍ରଦାନ ପାଇଁ ସି ଆଇ ଟି ୟୁ ସହିତ ଚୁକ୍ତିନାମା ସ୍ବାକ୍ଷରିତ

masiha

ଭାରତୀୟ ମଜଦୁର ସଂଘ ପକ୍ଷରୁ ୪ ଦଫା ଦାବି ପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ଙ୍କୁ ପ୍ରଦାନ

Sunil Chandra Nayak

ପରାକ୍ରମ ଦିବସ ଉପଲକ୍ଷେ ଜୁନାଗଡ଼ରେ ଭବ୍ୟ ତ୍ରିରଙ୍ଗା ଯାତ୍ରା

masiha

Leave a Comment

error: Content is protected !!