ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦୦ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

୧୦୦ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୧୦୦ ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ଏବଂ ଲିଙ୍ଗ ଭିତ୍ତିକ ହିଂସା ସଚେତନତା ପକ୍ଷ ପାଳିତ

ରାୟଗଡ, ୭. ୧୨. ୨୦୨୪ – ଭାରତରେ ଯକ୍ଷ୍ମା (ଟିବି) ର ମୁକାବିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପକ୍ଷରୁ ୧୦୦ ଦିନ ଯକ୍ଷ୍ମା ନିର୍ମୂଳ ଅଭିଯାନର ଆରମ୍ଭ ହୋଇଯାଇଛି, ଏହି ଅଭିଯାନ ର ଅଂଶ ଭାବେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝି ପତାକା ଦେଖାଇ ନିକ୍ଷୟ ରଥ ର ଶୁଭାରମ୍ଭ କରିଛନ୍ତି | ଏହି ୧୦୦ ଦିନିଆ କାର୍ଯ୍ୟକ୍ରମ ୭ ଡିସେମ୍ବରରେ ୨୦୨୪ ଆରମ୍ଭ ହେଇ ୧୭ ମାର୍ଚ୍ଚ ୨୦୨୫ ଯାଏଁ ଚାଲୁ ରହିବ । ଆମ ଜିଲ୍ଲା କୁ ମିଶାଇ ମୋଟ ରାଜ୍ୟ ର ମୋଟ ୧୯ ଟି ଜିଲ୍ଲା ରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯାଇଛି | ଏହା ସହିତ ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ଅଭିଯାନ ଉପରେ ଏକ ବୈଠକ ଆୟୋଜନ ହୋଇଯାଇଛି| ଏହି ବୈଠକ ରେ ଆଗାମୀ ୧୦୦ ଦିନିଆ ଅଭିଯାନର କାର୍ଯ୍ୟପନ୍ଥା ଉପଲେ ଆଲୋଚନ କରାଯାଇଥିଲା | ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ( ରୋଗ ନିୟନ୍ତ୍ରଣ) ଡ଼ ମମତା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡ଼ ପ୍ରଦୀପ୍ତ କୁମାର ସୁବୁଦ୍ଧି ଏବଂ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ଉଁର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ୍ୱର ରାଓ ପଟନାୟକ ଆଦି ଉପସ୍ଥିତ ଥିଲେ |

ଅନ୍ୟ ପକ୍ଷ ରେ ଲିଙ୍ଗ ଭିତ୍ତିକ ହିଂସା ସଚେତନତା ଅଭିଯାନ ପକ୍ଷ ଦେଶ ବ୍ୟାପି ପାଳିତ ହେଉ ଥିବାରୁ, ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ହିଂସା ଓ ଉତ୍ପୀଡ଼ନ ମୁକ୍ତ ସମାଜରେ ସମ୍ମାନ ର ସହ କିପରି ସମସ୍ତ ମହିଳା ଓ ଝିଅ ମାନେ ରହିପାରିବେ ସେନେଇ ଏହି ବୈଠକ ରେ ଆଲୋଚନା କରାଯାଇଥିଲା | ଜଣେ ମହିଳା ଯେ କୌଣସି ହିଂସା ର ଶିକାର ହେବା ପରେ କିପରି ନ୍ୟାୟ ପାଇପାରିବ ଓ ସରକାରୀ ସ୍ତର ରେ କଣ ସୁବିଧା ରହିଛି ସେ ବାବଦ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତେବେ ଏଭଳି ପୀଡ଼ିତା ମହିଳାଙ୍କୁ ଆଇନ ଗତ , ପୋଲିସ, ମାନସିକ ଓ ଆଶ୍ରୟ ଦେବା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରହିଛି ସଖୀ କେନ୍ଦ୍ର। ଏଥିପାଇଁ 181/112 ରେ ଯୋଗାଯୋଗ କରିପାରିବେ| 

ପରବର୍ତୀ ପର୍ଯ୍ୟାୟ ରେ ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ବିଶେଷ ଭାବରେ ଯେପରିକି ନିକଟ ଅତୀତରେ ଯକ୍ଷ୍ମା ସଂକ୍ରମଣ ହୋଇଥିବା, ନିଜ ନିକଟ ସମ୍ପର୍କୀୟ ମଧ୍ୟରେ କେହି ଯକ୍ଷ୍ମା ରୋଗୀ ଥିଲେ , ଧୁମ୍ରପାନ ବା ମଦ୍ୟପାନ କରୁଥିବା ବ୍ୟକ୍ତି , ମଧୁମେହ ରେ ପୀଡିତ ଥିବା ବ୍ୟକ୍ତି , ୬୦ ବର୍ଷ ବା ଉର୍ଦ୍ଧ ବ୍ୟକ୍ତି, ଅପପୃଷ୍ଟି ରେ ଶିକାର ଏବଂ ଏଚଆଇଭି ସଂକ୍ରମିତ ବ୍ୟକ୍ତି ମାନଙ୍କ ନିକଟ ରେ ଯକ୍ଷ୍ମା ହେବାର ଆଶଙ୍କା ଅଧିକ ରହିଥାଏ, ସେମାନଙ୍କର ରୋଗ ଚିହ୍ନଟ ଏବଂ ଚିକିତ୍ସା ଏହି ସଘନ ଅଭିଯାନ ମାଧ୍ୟମରେ କାର୍ଯ୍ୟକାରୀ ହେବ | 

ଉପରୋକ୍ତ ସମସ୍ତ ବ୍ୟକ୍ତିଙ୍କ ଯଦି ଯକ୍ଷ୍ମା ଲକ୍ଷଣ ଥାଏ, NAAT ସହାୟତାରେ ତାଙ୍କ କଫ ପରୀକ୍ଷା କରାଯିବ ଓ ଲକ୍ଷଣ ନଥିବା ସମସ୍ତ ବ୍ୟକ୍ତିଙ୍କ X Ray ପରୀକ୍ଷା କରାଯିବ। ତା ସଙ୍ଗେ ଫୁସଫୁସ ବ୍ୟତୀତ ଅନ୍ୟ ଅଙ୍ଗରେ ଯକ୍ଷ୍ମା ହେଇଛି କି ନାହିଁ ଡାକ୍ତର ଦେଖି ନିଶ୍ଚିତ କରିବେ। ସମସ୍ତେ ଯେଉଁମାନଙ୍କ ଯକ୍ଷ୍ମା ଚିହ୍ନଟ ହେଲା, ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଉପଯୁକ୍ତ ଚିକିତ୍ସା ପାଇବେ। ଉପରୋକ୍ତ ପରୀକ୍ଷା ରେ ଯେଉଁମାନଙ୍କ ଯକ୍ଷ୍ମା ରୋଗ ନାହିଁ ଜଣା ପଡ଼ିବ, ସେମାନଙ୍କ ଯକ୍ଷ୍ମା ସଂକ୍ରମଣ ପରୀକ୍ଷା (IGRA )କରାଯିବ। ଯକ୍ଷ୍ମା ସଂକ୍ରମଣ ଜଣା ପଡ଼ିଲେ TPT ଦିଆଯିବ। ଏଥି ନିମନ୍ତେ ସମସ୍ତ ଆଶା vulnerable ବ୍ୟକ୍ତି ଚିହ୍ନଟ କରି, ନିକଟସ୍ଥ ହସ୍ପିଟାଲ କିମ୍ବା X Ray lab କୁ ପଠେଇବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ୱେବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ରୋଗୀ ସଂଖ୍ୟାର ଶତକଡା ୧୦ ଭାଗ ରୋଗୀଙ୍କୁ ପରୀକ୍ଷା ପାଇଁ ପଠେଇବେ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରୋଗୀ ସଂଖ୍ୟାର ଶତକଡା ୫ ଭାଗ ପଠେଇବେ।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରତ୍ୟେକ ଯକ୍ଷ୍ମା ରୋଗୀ ରୋଗ ମୁକ୍ତ ହେବା ପାଇଁ, ଔଷଧ ସେବନ ସାଙ୍ଗକୁ ସୁଷମ ଖାଦ୍ୟ ଖାଇବା ଦରକାର। ଅତିରିକ୍ତ ସୁଷମ ଖାଦ୍ୟ ପାଇଁ, ଯେ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏକ କିମ୍ବା ଏକାଧିକ ଯକ୍ଷ୍ମା ରୋଗୀଙ୍କ ପାଇଁ ୬ ମାସ ଖାଦ୍ୟ ଯୋଗେଇ ନିକ୍ଷୟ ମିତ୍ର ହେଇ ସେବା ଦେଇ ପାରିବେ।ଆଗାମୀ ୧୦୦ ଦିନରେ ପ୍ରତି ୪ ବ୍ଲକ କୁ ନେଇ ଏକ ନିକ୍ଷୟ ରଥ ବୁଲିବ। ଏହି ଅଭିଯାନ ସମୟରେ ପ୍ରତ୍ୟକ ମୃତ୍ୟୁର ଅଡିଟ କରାଯିବ। ତଦସହିତ ବିଭିନ୍ନ ସଚେତନତା କର୍ଯ୍ୟକ୍ରମ ମାନ କରାଯିବ |

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ , ଜିଲ୍ଲାରେ ଏମ ରାମପୁର ଏବଂ କେସିଙ୍ଗା ଠାରେ ଦେୱାନି ଜଜ୍ ତଥା ଅତିରିକ୍ତ ଦେୱାନି ଜଜ୍  କୋର୍ଟ ର ନୂତନ କୋଠାର ଶୁଭ ଉଦଘାଟନ

Sunil Chandra Nayak

ଜଡ଼ିବୁଟି ଦିବସରେ ଔଷଧୀ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

ମୋହନ ସରକାର ଭତ୍ତା ବୃଦ୍ଧି ପାଣିର ଗାର : ଏହାକୁ ବିରୋଧ କରି ବାରିପଦା ବିଜେଡି ପକ୍ଷରୁ ବିକ୍ଷୋଭ 

masiha

Leave a Comment

error: Content is protected !!