ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ କୁରାଳ ପଞ୍ଚମୀ ପାଳିତ

ତେରେସିଂହାରେ କୁରାଳ ପଞ୍ଚମୀ ପାଳିତ

କର୍ଲାମୁଣ୍ଡା ( ସୁଶାନ୍ତ ରଣା ): କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମର କୁମ୍ଭାର ସମାଜ ପକ୍ଷରୁ କୁରାଳ ପଞ୍ଚମୀ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପୂଜା ପୂର୍ବ ଦିନ ନିକଟସ୍ଥ ପୋଖରୀ ରୁ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l କୁମ୍ଭାର ସମାଜର ସଭାପତି ହେମସାଗର ରଣା ଜାତିର ପତାକା ଉତ୍ତୋଳନ କରିଥିଲେ l ପରେ କୁମ୍ଭକାର ସମାଜର ଇଷ୍ଟ ଦେବତା ପ୍ରଭୁ ନିରାକାର ବିଷ୍ଣୁ, ପିତା ରୁଦ୍ରପାଳ, ମାତା ରତ୍ନେଶ୍ୱରୀ, ସୁରେଶନ ଚକ୍ର ପୂଜାର୍ଚ୍ଚନା ସହ କୁରାଳ ପୁରାଣ ପଠନ ହୋଇଥିଲା l ଏଥିରେ ସମ୍ବାରୁ ରଣା ଓ ତାଙ୍କ ଧର୍ମପତ୍ନୀ ରଞ୍ଜିତା ରଣା କର୍ତ୍ତା ଦାୟିତ୍ଵରେ ରହିଥିଲେ l ପୁରାଣ ପଣ୍ଡା ଲତାବନ ରଣା ଓ କୃଷ୍ଣଚନ୍ଦ୍ର ରଣା କୁରାଳ ପୁରାଣ ପଠନ କରିଥିଲେ l ଏହି ଅବସରରେ କୁରାଳ ସମାଜର ସମ୍ପାଦକ ମୁରଲୀଧର ରଣା, ଉପସଭାପତି ଭୁବନେ ରଣା, ପୂଜା କମିଟି ସଭାପତି ରଶ୍ମି ରଞ୍ଜନ ରଣା, ସମ୍ପାଦକ ଦେବେନ୍ଦ୍ର ରଣାଙ୍କ ନେତୃତ୍ୱରେ ସୁବିନ୍ଦ୍ର ରଣା, ତ୍ରିନାଥ ରଣା, କ୍ଷୀରସାଗର ରଣା, ଦେବାର୍ଚ୍ଚନ ରଣା, ଗୌରାଙ୍ଗ ରଣା, ଖେଡୁ ରଣା, ପର୍ଶୁରାମ ରଣା, ଜନକ ରଣା, ହଳଧର ରଣା, କଣ୍ଠ ରଣା, ସରୋଜ ରଣା, ଟଙ୍କଧର ରଣା, ଚତୃଭୂଜ ରଣା, ମନୋଜ ରଣା, ଅରୁଣ ରଣା ନିର୍ମଳ ରଣା, ବୁଲୁ ରଣା, ତପନ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପୋଡାଅସ୍ତିଆ ଗ୍ରାମରେବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା କୁ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

Sunil Chandra Nayak

କୁସୁମି ବ୍ଳକର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ କଳିଙ୍ଗ ନେଟ ଓ୍ବାର୍କ ଫର୍ ପିପୁଲ୍ ୟୁଥ୍ ଏଚ୍ ଆଇ ସି ଏଡ୍ସ ସ୍ବେଛାସେବୀ ସଂଗଠନ ତରଫରୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

Leave a Comment

error: Content is protected !!