ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କିଳି ଗାଁ ରେ ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ

କଙ୍କିଳି ଗାଁ ରେ ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ କଙ୍କିଳି ଗ୍ରାମ ଉପର ସାହି ଅନୁସୂଚିତ ଜାତି ସାହିରେ ଏକ ବଡ ଧାରଣ ର ଅଗ୍ନିକାଣ୍ଡ ଘଟିଯାଇଚି। ଅନୁସୂଚିତ ଜାତି ସାହିର ଟିକିଲି ପାତ୍ର, ସ୍ୱାମୀ ପ୍ରତାପ ପାତ୍ର, ଙ୍କ ଦୁଇ ବଖରା ଚାଳଛପର ଘର ନିଆଁ ରେ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ,ପ୍ରାୟ ରାତି ବାରଟା ସମୟରେ ଟିକିଲି ଶୋଇଥିବା ବେଳେ ଘରେ ବିଦୂତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା।ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆବାସାପତ୍ର ସହ କୁଡ଼ିଏ ରୁ ତିରିଶ ହଜାର ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଅଛି। ଅଗ୍ନିବିପନ୍ନ ଟିକିଲି ଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। 

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍  

Related posts

ଗୀତି କବିତା ସାହିତ୍ୟ ଜଗତର ମୂଳାଧାର  ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର 

masiha

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ୨ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ 

masiha

ଭବାନୀପାଟଣା ଠାରେ ମିଳେଟ୍ ଶକ୍ତି ଆଉଟଲେଟ ର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!