ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କିଳି ଗାଁ ରେ ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ

କଙ୍କିଳି ଗାଁ ରେ ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ କଙ୍କିଳି ଗ୍ରାମ ଉପର ସାହି ଅନୁସୂଚିତ ଜାତି ସାହିରେ ଏକ ବଡ ଧାରଣ ର ଅଗ୍ନିକାଣ୍ଡ ଘଟିଯାଇଚି। ଅନୁସୂଚିତ ଜାତି ସାହିର ଟିକିଲି ପାତ୍ର, ସ୍ୱାମୀ ପ୍ରତାପ ପାତ୍ର, ଙ୍କ ଦୁଇ ବଖରା ଚାଳଛପର ଘର ନିଆଁ ରେ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ,ପ୍ରାୟ ରାତି ବାରଟା ସମୟରେ ଟିକିଲି ଶୋଇଥିବା ବେଳେ ଘରେ ବିଦୂତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା।ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆବାସାପତ୍ର ସହ କୁଡ଼ିଏ ରୁ ତିରିଶ ହଜାର ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଅଛି। ଅଗ୍ନିବିପନ୍ନ ଟିକିଲି ଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। 

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍  

Related posts

ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ପ୍ରଥମ ବୈଠକ

Sunil Chandra Nayak

ଉଦନ୍ତୀ ବନ୍ୟାରେ ସହ ସହ ଏକର ଚାଷଜମି ନଷ୍ଟ, ଅନେକ ସ୍ଥାନରେ ନଦୀବନ୍ଧ ଭାଙ୍ଗିବାରୁ ବଢ଼ୁଛି ବିପଦ

Sunil Chandra Nayak

ଶେଷ ହେଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ପଞ୍ଚମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!