ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ବ୍ୟବହାର ଓ ଉନ୍ନତି ପାଇଁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା ବଣ୍ଟନ 

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ବ୍ୟବହାର ଓ ଉନ୍ନତି ପାଇଁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା ବଣ୍ଟନ 

ରାୟଗଡ: ଆଗାମୀ ଉତ୍କଳ ଦିବସ ଉପଲକ୍ଷେ ଆଜି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଜେମଦେଇପେଣ୍ଠ, ଜାଙ୍ଗିଡ଼ି, ଓ କାଞ୍ଚିକାବଲାସା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ବ୍ୟବହାର ଓ ଉନ୍ନତି ପାଇଁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା ବଣ୍ଟନ କରାଯାଇଥିଲା l ୩ ଗୋଟି ବିଦ୍ୟାଳୟର ପ୍ରାୟ ୬୫ରୁ ଉର୍ଧ୍ଵ ଛାତ୍ରଛାତ୍ରୀଙ୍କୁ ଉକ୍ତ ପୁସ୍ତିକା ବଣ୍ଟନ କରାଯାଇଥିଲା l ପ୍ରକଶ ଯେ, ଉକ୍ତ ଅଞ୍ଚଳ ଠାରୁ ପ୍ରାୟ ୧୦ ରୁ ୧୫ କିଲୋମିଟର ଦୂରତାରେ ଆନ୍ଧ୍ର ପ୍ରଦେଶର ସୀମା ରହିଚି l ଉକ୍ତ ଅ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଅଧିକତ ତେଲୁଗୁ ଭାଷା ବ୍ୟବହାର କରନ୍ତି l ଉକ୍ତ ଅଞ୍ଚଳ ଗୁଡିକ ଓଡିଶା ଭିତରେ ରହି ଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରଚଳନ ବହୁତ କମ ଦେଖାଯାଏ l ସେ ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଓଡ଼ିଆ ପଢୁଛନ୍ତି କିନ୍ତୁ ଶୁଦ୍ଧ ଭାବେ ଲେଖି ପାରୁନାହାନ୍ତି କି ଓଡ଼ିଆରେ କଥାବାର୍ତ୍ତା ଦେଖିବାକୁ ମିଳୁଛି l ଏଥି ଯୋଗୁଁ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ଉକ୍ତ ଅଞ୍ଚଳର ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ସଠିକ ବ୍ୟବହାର ନିମନ୍ତେ ନିଜର ପ୍ରୟାସ ଜାରୀ ରଖିଛି l ଆଗାମୀ ଦିନରେ ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ନେଇ ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ପ୍ରକାଶ କରିଛନ୍ତି l ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ନେତୃତ୍ୱରେ ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ, ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀ କ୍ରିଷ୍ଣା ମୂର୍ତ୍ତି, ଶ୍ରୀ ହରିନାରାୟଣ ଦାଶଙ୍କ ସମେତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜେମାଦେଇପେଣ୍ଠର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନା କୁମାରୀ ତ୍ରିପାଠୀ, ଶିକ୍ଷକ ଶ୍ରୀ ଜୟଦେବ ସାହୁ, ଜାଙ୍ଗିଡ଼ି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଦାଶ ଓ କାଞ୍ଚିକାଵାଲାସା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ପୁଆଲା, ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ କଲକା ଓ ଶିକ୍ଷକ ଶ୍ରୀ ଉମା ଶଙ୍କର ଚୌଧୁରୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁରଙ୍କ ପ୍ରୟାସରେ ମୁକୁଳିଲେ ଆଜୀବନ ବନ୍ଦୀ 

Sunil Chandra Nayak

ଶ୍ରୀ ଶ୍ରୀ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ବୈଠକ

Leave a Comment

error: Content is protected !!