ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , କଳାହାଣ୍ଡି ପକ୍ଷରୁ ଆଲୋଚନା ପର୍ବ ଓ କବିତା ଆସର

ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , କଳାହାଣ୍ଡି ପକ୍ଷରୁ ଆଲୋଚନା ପର୍ବ ଓ କବିତା ଆସର

         ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ ଅବସର ପ୍ରାପ୍ତ ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ଏକ ଆଲୋଚନା ପର୍ବ ଓ କବିତା ଆସର ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଦିବା ୧୦ ଘଣ୍ଟା  ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ତନ୍ମୟ କୁମାର ଦରୱାନ , ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି, ସମ୍ମାନିତ ଅତିଥି ରୂପେ ସୁଶ୍ରୀ ମମତା ଦାସ, ସହ -ଜିଲ୍ଲାପାଳ Dr. ବନମାଳୀ ମେହର , ସହ -ଜିଲ୍ଲାପାଳ Dr. ଅଜୟ ମିଶ୍ର,ଅବସର ପ୍ରାପ୍ତ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଶ୍ରୀ ସମୀର କୁମାର ମହାପାତ୍ର ଯୋଗ ଦେଇଥିଲେ । ଶ୍ରୀ ଶରତ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ଅଧ୍ୟାପକ ଚନ୍ଦ୍ର ଶେଖର ଆଚରୀ , ଶ୍ରୀ ମଳୟ ମୁଣ୍ଡ , ସଜେନ୍ଦ୍ର କୁମାର ସାହୁ , ମହମ୍ମଦ ବୁରହାନ , ପ୍ରମୁଖ ଉପସ୍ଥିତ ଥିଲେ । ବକ୍ତାମାନେ ନାରୀର ଭୂମିକା ସମ୍ପର୍କରେ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ସହିତ ସେମାନଙ୍କ ର ଦକ୍ଷତା ବିଷୟରେ ଆଲୋକପାତ କରିଥିଲେ । ଅତିଥି ମାନେ କବି ଓ କବିୟତ୍ରି ମାନଙ୍କ ଦ୍ଵାରା ସ୍ୱ -ରଚିତ କବିତା ଶୁଣି ଆନନ୍ଦିତ ହୋଇଥିଲେ । କବିତା ଆସର ର ଅନ୍ୟ ପର୍ଯ୍ୟାୟରେ ସୁଶ୍ରୀ ସବିତା ପଟ୍ଟନାୟକ ମହିଳା ବିଭାଗ ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ରୂପେ ଶ୍ରୀମତୀ ମଞ୍ଜୁ ମେଧା ଗୁରୁ , ଶ୍ରୀମତୀ କଳ୍ପନା ରଥ ତଥା ଶ୍ରୀ ବିରଞ୍ଚି ନାରାୟଣ ମୁଣ୍ଡ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ର ସଫଳତା ନିମନ୍ତେ କବି କବିୟତ୍ରୀ ମାନଙ୍କୁ ନିଜ ଅଭିଭାଷଣ ରେ ଉତ୍ସାହିତ କରିଥିଲେ । ” ଶ୍ରେଷ୍ଠ କବୀୟତ୍ରି ଓ ସେବା ଶ୍ରୀ ସମ୍ମାନ -୨୦୨୫ ” ରେ ସୁଶ୍ରୀ ସଂଘମିତ୍ରା କାନୁନଗୋ ଙ୍କୁ ସମ୍ମାନିତ କରାଯାଇଥିଲା । କବି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀ କାର୍ତ୍ତିକେ ଶ୍ଵର ନନ୍ଦ , ସାମ୍ବାଦିକ ଜନ୍ମେଜୟ ନାୟକ , ଶିକ୍ଷାବିତ୍ କୁଞ୍ଜ ବିହାରୀ ପଟେଲ , ସହ ଆହୁରି ଅନେକ କବି ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସମୀର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ଶ୍ରୀ ରୂପ କେଶରୀ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । 

( ମ ନି ସ ) 

Related posts

ପିଲାଙ୍କ ଗାନ୍ଧି’ ସଂପର୍କରେ ଆଲୋଚନାଚକ୍ର

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର, ରାୟଗଡା ଦ୍ୱାରା ଜିଲ୍ଲା ସ୍ତରୀୟ ଯୁବ ପଡୋଶୀ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଅଜଣା ବ୍ୟକ୍ତିଙ୍କ ମୃତୁ 

masiha

Leave a Comment

error: Content is protected !!