ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧର୍ମଗଡ ବ୍ରଜମୋହନ ପଞ୍ଚଦେବ ମନ୍ଦିର ପରିସରରେ ଶ୍ରୀ ସୂର୍ଯ୍ୟଦେବଙ୍କ ଓ ମାତା ଦୁର୍ଗା ଙ୍କର ମନ୍ଦିର ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଧର୍ମଗଡ ବ୍ରଜମୋହନ ପଞ୍ଚଦେବ ମନ୍ଦିର ପରିସରରେ ଶ୍ରୀ ସୂର୍ଯ୍ୟଦେବଙ୍କ ଓ ମାତା ଦୁର୍ଗା ଙ୍କର ମନ୍ଦିର ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଧର୍ମଗଡ ସ୍ଥିତ ସର୍ବ ପୂରାତନ ଶ୍ରୀ ବ୍ରଜମୋହନ ପଞ୍ଚଦେବ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ଶ୍ରୀ ସୂର୍ଯ୍ୟଦେବଙ୍କ ଓ ମାତା ଦୁର୍ଗା ଙ୍କର ମନ୍ଦିର ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଆସନ୍ତା ସୋମବାର ମାର୍ଚ୍ଚ ୬ ତାରିଖ ଠାରୁ ୧୦ ତାରିଖ ଯାଏଁ ଆୟୋଜିତ ଉକ୍ତ ଧାର୍ମିକ କାର୍ଯ୍ୟକ୍ରମରେ ଅଷ୍ଟ ପ୍ରହର ନାମ ଯଜ୍ଞ ମଧ୍ଯ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ଶ୍ରୀ ବ୍ରଜମୋହନ ପଞ୍ଚଦେବ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉକ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୂରୀ ମୁକ୍ତି ମଣ୍ଡପ ର ସଦସ୍ୟ ପଣ୍ଡିତ ଭାସ୍କର ଦାସ ଓ ସହଯୋଗୀ ପଣ୍ଡିତ ସୁବାସ ତ୍ରୀପାଠୀ, ଅମିୟ ପଣ୍ଡା, ଅମର ଦାସ ଓ କାହ୍ନୁ ଚରଣ ପତି ଙ୍କ ଦ୍ଵାରା ମନ୍ଦିର ଓ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିବେ। ଏହି ଅବସରରେ ପାଞ୍ଚ ଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ଅଙ୍କୁରା ରୋପଣ, କଳସ ଯାତ୍ରା ଓ ଅଧିବାସ, ଦେବତା ପ୍ରତିଷ୍ଠା, ଗର୍ଭାଧାନ, ଦେବତା ସ୍ନାନ, ଯଜ୍ଞ, ବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା, ଠାକୁର ଙ୍କ ସିଂହାସନ ବିଜେ ସହ ପୂର୍ଣ୍ଣାହୂତି ହେବ। ମାର୍ଚ୍ଚ ୧୦ ତାରିଖ ଦିନ ମନ୍ଦିର ପରିସରରେ ଅଷ୍ଟ ପ୍ରହର ନାମ ଯଜ୍ଞ ସହ ଦିବା ରାତ୍ରି ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି।

ଏନେଇ ବ୍ରଜମୋହନ ପଞ୍ଚଦେବ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଭାପତି ଉପଜିଲ୍ଲାପାଳ ଧିମାନ ଚକମା ଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଟ୍ରଷ୍ଟ ର ଉପ ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ,ସମ୍ପାଦକ ନିରଞ୍ଜନ ମହାପାତ୍ର, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ, ସୁକଲାଲ ଅଗ୍ରୱାଲ, ଧରଣୀଧର ଧଙ୍ଗଡା ମାଝୀ, ସୁରେଶ ଚନ୍ଦ୍ର ମୁଣ୍ଡ, ବିଦ୍ୟାଧର ସାହୁ, ହୃଷିକେଶ ମିଶ୍ର, କୃପାସିନ୍ଧୁ ପଣ୍ଡା, ରମେଶ ଚନ୍ଦ୍ର ପଣ୍ଡା,ସନ୍ତୋଷ ମେହେର, ସୁରେନ୍ଦ୍ର ମୁନି,ସରୋଜ କୁମାର ସାହୁ, ଜନ୍ମେଜୟ ନାଏକ, ସୁବାସ ଅଗ୍ରୱାଲ ବୈଠକରେ ଯୋଗଦେଇ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ବିଷୟରେ ଆଲେଚନା କରି ସମସ୍ତ ବ୍ୟବସ୍ଥା ର ରୂପରେଖ ଚୂଡ଼ାନ୍ତ କରିଥିଲେ। 

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

11 ଦିନ ବ୍ୟାପି ଶ୍ରୀରାମନବମୀ ମହୋତ୍ସବ ଅତି ଉତ୍ସାହର ସହିତ ଉଦଯାପିତ  

Sunil Chandra Nayak

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ

masiha

ଆଜି ପବିତ୍ର ଶ୍ରୀରାମ ନବମୀ , ଚଳଚଞ୍ଚଳ ଦେଶର ରାମ ମନ୍ଦିର

Sunil Chandra Nayak

Leave a Comment

error: Content is protected !!