ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଇସ୍ପାତ ଫିଟନେସ ପାର୍କରେ ରଜଉତ୍ସବ ପାଳନ

ରାଉରକେଲା / ରାଉରକେଲା ହାଉସ ସାମ୍ନାରେ ଥିବା ଇସ୍ପାତ ଫିଟନେସ ପାର୍କରେ” ଇସ୍ପାତ ଫିଟନେସ ଏଲାଇଟ ଗ୍ରୁପ ” ତରଫରୁ ରଜ ଉତ୍ସବ ପାଳନ କରାଯାଇଛି l ଗ୍ରୁପର ବର୍ଷିଆନ ମୁଖ୍ୟ ନିମାଇଁ ଚରଣ ରାୟଙ୍କ ସଭାପତିତ୍ୱରେ ଉତ୍ସବକୁ ଡ଼କ୍ଟର ସୁମନ ଦତ୍ତ ସଂଚାଳନ କରିବା ସହ ରଜଉତ୍ସବର ମହତ୍ୱ ବିଷୟରେ କହିଥିଲେ l ସଭାପତି ଶ୍ରୀ ରାୟ ରଜ ଉପଲକ୍ଷେ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ଇସ୍ପାତ କାରଖାନା ସହରସେବା ପ୍ରମୁଖ ସିଜିଏମ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଅତିଥି ହିସାବରେ ଯୋଗ ଦେଇ ପାର୍କରେ ପାଳନ ହେଉଥିବା ହେଉଥିବା ରଜଉତ୍ସବର ଭୁୟସୀ ପ୍ରଶଂସା କରିବା ସହ ପାର୍କର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ l ସ୍ଥାନୀୟ ଷ୍ଟେଟବ୍ୟାଙ୍କର ଏଜିଏମ ସରୋଜ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାର୍କରେ ସ୍ୱାସ୍ଥ୍ୟର ଯତ୍ନ ରଖିବା ସହ ବିଭିନ୍ନ ପର୍ବପର୍ବାଣୀ ପାଳନ କରୁଥିବା ଏକ ନିଆରା ପରମ୍ପରା ବୋଲି ଉଚ୍ଚପ୍ରଶଂସା କରିଥିଲେ l ବ୍ୟାଙ୍କ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ଯୋଜନାର ଲାଭ ନେବା ପାଇଁ ଅନୁରୋଧ କରିଥିଲେ l ଏହି ଅବସରରେ ଅଜୟ ପୂଜାରୀ, ଆର. ଏନ.ରାଜେନ୍ଦ୍ରନ, କ୍ରିଷ୍ଣାକୁମାର ପାଣ୍ଡେ, ଡି.ପ୍ରସାଦ, ରାଜୁକୁମାର ଯୋଶୀ,ଅକ୍ଷୟ ରାଉତ, ସନ୍ତୋଷ ପଣ୍ଡା, ପ୍ରଫୁଲ୍ଲ ସାହୁ,ବିକାଶ ରାଉତରାୟ, ବିଦ୍ୟାଧର ଜେନା,ଅଶୋକ ରାଉତ,ସି. ପି. ଜେନା, କେ. ସାହାଣୀ,ବିଷ୍ଣୁ ବେହେରା ଆଦି ପିଠା ପଣା ବଣ୍ଟନରେ ସାହାଯ୍ୟ କରିଥିଲେ l ଏମାନଙ୍କ ବ୍ୟତୀତ ଆହୁରି ପ୍ରାୟ ଦୁଇଶହଜଣ ଫିଟନେସଧାରୀ ପାର୍କରେ ଉପସ୍ଥିତ ରହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ରାଚୀନ ଶୈବପୀଠ : ମୋହନଗିରି ଧଵଳେଶ୍ୱର ମନ୍ଦିରରେ ଜାଗର ମେଳା ଏବଂ ଚଣ୍ଡୀ ପୂଜା ପାଇଁ ପ୍ରସ୍ତୁତି

Sunil Chandra Nayak

Vishwakarma Puja Celebrated with Grandeur at IMFA, Therubali

Sunil Chandra Nayak

ସେବାକାରୀ କିନ୍ନର ସଂଘର ସାବିତ୍ରୀ ବ୍ରତ

Leave a Comment

error: Content is protected !!