ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

କନ୍ଧମାଳ,16/06.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବ୍ଲକ କଲୋନୀ ବିଦ୍ୟାଳୟରୁ ଚୋରୀ ହୋଇଥିବା ନେଇ ବାଲିଗୁଡା ଥାନା ରେ ଏତଲା ହୋଇଛି l ଘଟଣାରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ ହେବା ଯୋଗୁଁ ବିଦ୍ୟୁତ ଜିଲ୍ଲା ତମାମ ବିଛିନ୍ନ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ବାଲିଗୁଡା ଟାଉନ ରାତି ତମାମ ସମ୍ପୂର୍ଣ୍ଣ ଅନ୍ଧାର ରେ ରହିଥିଲା l ଉକ୍ତ ବିଦ୍ୟାଳୟ ଛୁଟି ଥିବା ଯୋଗୁଁ ଏହି ଅନ୍ଧାରର ଫାଇଦା ନେଲେ ଦୁର୍ବୁତ୍ତ ମାନେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିବା ଅନୁଯାୟୀ ବୁଧବାର ରାତିରେ କିଛି ଦୁର୍ବୁତ୍ତ ସ୍କୁଲର ତାଲା ଭାଙ୍ଗି କମ୍ପୁଟର ସାମଗ୍ରୀ ଚୋରି କରି ନେଇଯାଇଛନ୍ତି ।ମୁଁ ଶୁକ୍ରବାର ସକାଳୁ ଆସିବା ପରେ ଦେଖିଲି ସ୍କୁଲର କମ୍ପୁଟର ସାମଗ୍ରୀ ଚୋରି ହେଇଯାଇଛି । ଏନେଇ ମୁଁ ବାଲିଗୁଡ଼ା ଥାନାରେ ଏତଲା ଦେଇଛି | ଏତଲା କୁ ଭିର୍ତ୍ତି କରି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧୂକାରୀ ବାବା ଶଙ୍କର ସରାଫ ଏକ ମାମଲା କେଶ ନଂ. ୧୫୪/୨୩ ରେ ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ଦିନ ଦିପହର ରେ ଡକାୟତି

Sunil Chandra Nayak

ବେଆଇନ ଗଂଜେଇ ବେପାରୀଙ୍କୁ ବାନ୍ଧିଲା ରାଇରଙ୍ଗପୁର ଟାଉନ ପୋଲିସ

masiha

ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟି ମକାଚାଷ ପାଇଁ ଟ୍ରାକ୍ଟର ଲଙ୍ଗଲ କରିବା ସମୟରେ , ବନପାଲଙ୍କ ଦ୍ଵାରା ଟ୍ରାକ୍ଟର ଜବତ

Sunil Chandra Nayak

Leave a Comment

error: Content is protected !!