ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରୀ ଅଭିଯୋଗରେ ୨ ଯୁବକ ଗିରଫ 

ଚୋରୀ ଅଭିଯୋଗରେ ୨ ଯୁବକ ଗିରଫ 

    ଡାବୁଗାଁ, ୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ୨ ଜଣ ଯୁବକକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ :- ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଧାମନାଗୁଡା- ଝରିଗୁଡା ଛକ ମଧ୍ୟରେ ଥିବା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି | ସେଠାରେ ପୋଲ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲୁହା ରଡ, ଲୁହା ପ୍ଳେଟ ଗୁଡିକ ପୋଲ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ପାଖରେ କାମ କରୁଥିବା ସୁପରଭାଇଜର ଓ ଶ୍ରମିକ ମାନେ କ୍ୟାମ୍ପ କରି ରହୁଛନ୍ତି | ସେଠାରେ ସମସ୍ତ ସାମଗ୍ରୀ ରଖା ଯାଇଥିଲା | ୭.୨.୨୬ ତାରିଖ ଦିନ ବିଳମ୍ବିତ ରାତ୍ରିରେ ନାଗଯୋଡି ଗ୍ରାମର ଅଭି ପନକା (୩୩) ଓ ତାଙ୍କର ୨ ଜଣ ସହଯୋଗୀ ସେହି ସ୍ଥାନରୁ ଲୁହା ରଡ, ଲୁହା ପ୍ଳେଟ ଚୋରୀ କରି ନେଇଥିଲେ | ଏନେଇ ୮.୨.୨୬ ତାରିଖ ଦିନ ସନ୍ଧ୍ୟାରେ କଣ୍ଟ୍ରାକ୍ଟର ର ସୁପରଭାଇଜର ପ୍ରସନ୍ନ ମେହେର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା | ସୋମବାର ସକାଳୁ ଅଭିଯୁକ୍ତ ଅଭି ପନକା ଏକ ଅଟୋ ନଂ ଓଡି ୨୪ ଜେ ୯୫୭୯ ଯୋଗେ ବିକ୍ରି କରିବାକୁ ନେଉଥିବା ବେଳେ ଡାବୁଗାଁ ପୋଲିସ ଖବର ପାଇ ଝରିଗୁଡା ଛକ ନିକଟରେ ଅଟୋ ଗାଡି କୁ ଅଟକାଇ ଯାଞ୍ଚ କରିଥିଲେ | ସେହି ସମୟରେ ୨ ଜଣ ଅଭିଯୁକ୍ତ ଖସି ଯାଇଥିଲେ ଏବଂ ଜଣେ ଅଭିଯୁକ୍ତ ଅଭି ପନକା ଧରା ପଡିଥିଲା | ପୋଲିସ ଅଟୋ ଗାଡି ସହ ଚୋରୀ ହୋଇଥିବା ସାମଗ୍ରୀ କୁ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିଲା | ଫେରାର ଥିବା ୨ ଜଣ ଅଭିଯୁକ୍ତ ନିଜ ଘରକୁ ଫେରିଥିବା ପୋଲିସ ଖବରପାଇ ବୁଧବାର ରାତିରେ ଚଢାଉ କରି ଅଭିଯୁକ୍ତ ୨ ଜଣ ଙ୍କୁ ନିଜ ନିଜ ଗ୍ରାମରୁ ପୋଲିସ ଗିରଫ କରିଛି | ଅଭିଯୁକ୍ତ ମାନେ ହେଲେ ଧାମନାଗୁଡା ଗ୍ରାମର ଭାସ୍କର ପନକା (୨୭) ଓ ଗାଣ୍ଡାଗୁଡା ଗ୍ରାମର ଅଲ୍ଲୀ ହରିଜନ (୩୮) | ଗୁରୁବାର ୨ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ପ୍ରବେଶରର ସବଇନିସ୍ପେକ୍ଟର ଦଣ୍ଡ ଚରଣ ସେଠୀ ସୂଚନା ଦେଇଛନ୍ତି | ଏନେଇ ଥାନା କେସ ନଂ ୨୮/୨୬ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୁଅ ରଜରେ ବୁଲିବାକୁ ବାହାରିଥିଲା/ରଥ ଯାତ୍ରା ହେଲାଣି ଘରକୁ ଫେରିନି/ପୂର୍ବ ଶତୃତାରୁ ଦୁଇ ଦିନ ହେଲା ଯୁବକଙ୍କୁ ଅପହରଣ ଅଭିଯୋଗ

Sunil Chandra Nayak

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

masiha

ଉମୁରାହାଣ୍ଡି ନଦୀକୂଳରୁ ମିଳିଲା ମୄତ ଯୁବକର ଆପାଚି ବାଇକ୍

masiha

Leave a Comment

error: Content is protected !!