ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ଡାବୁଗାଁ, ୧/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାରଗାଁ ଗ୍ରାମରେ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ନେଇ ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାରଗାଁ ଗ୍ରାମର ସେନାପତି ମାଝି (୨୦) ସୋମବାର ମଧ୍ୟାନ୍ନରେ ଖାଇ ସାରି ଅପରାହ୍ନ ପ୍ରାୟ ୩ ଘ.ସମୟରେ ଘରୁ ବାହାରକୁ ଯାଇଥିଲେ | ରାତିରେ ଘରୁକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇ ନଥିଲେ | ମଙ୍ଗଳବାର ପ୍ରାୟ ସକାଳ ୯ ଘ ସମୟରେ ଖବର ପାଇଥିଲେ ଯେ ଗାଁ ପାଖ କାଜୁ ବଗିଚା ମଧ୍ୟରେ ସେନାପତି ଆତ୍ମହତ୍ୟା କରିଛି | ଖବରପାଇ ପରିବାର ଲୋକେ ଯାଇ ଦେଖିଥିଲେ ଯେ ଏକ ମହୁଲ ଗଛରେ ସେନାପତି ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛି | ଏନେଇ ମୃତକର ସାନବାପା ରବି ମାଝି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ସିମାଞ୍ଚଳ ମହାରଣା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୋଲସରା ରେ ରୋଜା ଟ୍ରେଡ଼ର୍ସ ଠକେଇ ଘଟଣା… ୮ ମାସ ପରେ ତାଲା ଭାଙ୍ଗି ସାମାନ ଜବତ କଲା ପୁଲିସ , ଲୁଟିଥିଲା କୋଟିଏ, ମିଳିଲା ମାତ୍ର ଲକ୍ଷେ!

ପରକିୟା ପ୍ରିତୀର ବିଷମ ପରିଣତି…୩ ବର୍ଷର ଶିଶୁ ପୁତ୍ର କୁ ବିଷ ଦେଇ ହତ୍ୟା କଲା ସାବତ ବାପା

Sunil Chandra Nayak

ଜମି ବିବାଦ କୁ ନେଇ ଫୁଟିଲା ଗୁଳି

Sunil Chandra Nayak

Leave a Comment

error: Content is protected !!