ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମ ନ ସରିବା ପୁର୍ବରୁ କାନ୍ଥ ଫାଟି ଆଁ

ନର୍ଲା (ମସିହା )DRDA କଳାହାଣ୍ଡି ତରଫରୁ ନର୍ଲା ବ୍ଲକ୍ ମାଣ୍ଡେ ଲ ପଞ୍ଚାୟତ ରେ ପଞ୍ଚାୟତ କାର୍ଯ୍ୟଲୟ ପାଖରେ ଚାଲିଥିବା ମାର୍କେଟ କମ୍ପ୍ଲେକ୍ସ ବର୍ତ୍ତମାନ କାର୍ଯ୍ୟ ନ ସରିବା ପୁର୍ବରୁ କାନ୍ଥ ଫାଟି ଆଁ କରିଥିବା ଦୃଶ୍ୟ ପଞ୍ଚାୟତ ବାସୀଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି। ମାର୍କେଟ କମ୍ପ୍ଲେକ୍ସ ପାଇଁ ସୂଚନା ମୁତାବକ DRDA 5th SFC ଫଣ୍ଡ ରୁ ଆସିଥିବା ଅଟକଳ ମୂଲ୍ୟ ୧୦ଲକ୍ଷ ଚାରିଗୋଟି ରୁମ୍ ପାଇଁ ଓ ଦୁଇ ଗୋଟି ରୁମ୍ ପାଇଁ ୫ଲକ୍ଷ ଓ ମାଣ୍ଡେଲ ପଞ୍ଚାୟତ ତରଫରୁ ୧ଲକ୍ଷ ମୋଟ ୧୬ଲକ୍ଷ ଟଙ୍କା ର କାମ ଦୀର୍ଘ ୪ବର୍ଷ ହେଲା କିନ୍ତୁ ମାଣ୍ଡେଳ ପଞ୍ଚାୟତ ବାସୀ କହୁଛନ୍ତି ବାହାର ଠିକାଦାର ଙ୍କୁ କାମ ଦେଲେ ଏପରି ହେବ ଏହାର ଉଦାହରଣ ମାଣ୍ଡେଲ ମାର୍କେଟ କମ୍ପ୍ଲେକ୍ସ ରେ ଦେଖିବାକୁ ମିଳିଛି ୨୦୨୧/୨୦୨୨ର କାମ ଏ ପ୍ରଯ୍ୟାନ୍ତ ସରିନଥିବା ବେଳେ କାନ୍ଥ ଫାଟି ଦବିବାରେ ଲାଗିଛି। ସେହିପରି ନର୍ଲା ବ୍ଳକ୍ ର ବିଭିନ୍ନ ପଞ୍ଚାୟତ ରେ ସରକାରଙ୍କ ଯୋଜନା ର ମାର୍କେଟ କମ୍ପ୍ଲେକ୍ସ ହୋଇ କାମରେ ବିନିଯୋଗ ହେଉନଥିବା ଅଭିଯୋଗ ହେଇଛି। ଏଠାରେ ଆମ ଗଣ ପ୍ରତିନିଧିବ୍ଳକ୍ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରି କାମ ବିଷୟରେ ପଚାରିବାରୁ ସେ ରୋକ୍ ଠୋକ୍ କହିଥିଲେ ଯେ ସେ ବାହାର ଠିକାଦାର ଭବାନୀପାଟଣାରେ ରହୁଛନ୍ତି ଫୋନ୍ କଲେ ଉଠାଉନହନ୍ତି । ତେଣୁ କାମ ହୋଇ ପାରୁ ନାହିଁ। ମୁଁ କଣ କରିବି? ଏଠି ଭୁଲ୍ କାହାର ଠିକାଦାର ନା କନିଷ୍ଠଯନ୍ତ୍ରୀୟାଣୀ ନା ସ୍ଥାନୀୟ ପ୍ରଶାସନ ର ବୋଳି ମାଣ୍ଡେଲ୍ ଗ୍ରାମ ପଞ୍ଚାୟତ ର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ମୁଣ୍ଡରା ଗୁଡା ଛକରେ ଘଟୁଛି ଦୁର୍ଘଟଣା ହମ୍ପସ ଦାବି କଲେ ଲୋକେ

Sunil Chandra Nayak

ରାଉରକେଲାରେ ଅନୁଷ୍ଠିତ ହେଲା ‘ପରାକ୍ରମ ଶୋଭାଯାତ୍ରା

masiha

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

Sunil Chandra Nayak

Leave a Comment

error: Content is protected !!