ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହୁ ଚର୍ଚ୍ଚିତ ସୁଧୀର ହତ୍ୟା ମାମଲା ୨ ଜଣକୁ ଏନ୍‌କାଉଣ୍ଟର୍  ୧୧ଦିନରେ ୫ଜଣ ଏନ୍‌କାଉଣ୍ଟର୍ 

ବହୁ ଚର୍ଚ୍ଚିତ ସୁଧୀର ହତ୍ୟା ମାମଲା ୨ ଜଣକୁ ଏନ୍‌କାଉଣ୍ଟର୍ 

୧୧ଦିନରେ ୫ଜଣ ଏନ୍‌କାଉଣ୍ଟର୍ 

ବ୍ରହ୍ମପୁର,ତା ୨୬/୦୫ ବ୍ରହ୍ମପୁର ସହରର ଅମ୍ବିକାନଗର ଛକରେ ମଙ୍ଗଳା ବେହେରାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଅଭିଯୁକ୍ତକୁ ରବିବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର କରିଥିବା ବେଳେ ଏହାର ୨୪ ଘଣ୍ଟା ନ ପୁରୁଣୁ ବ୍ରହ୍ମପୁର ପୁଲିସ ସୋମବାର ରାତି ୧୨ଟା ସମୟରେ ପୁଣି ଦୁଇ ଜଣକୁ ଏନ୍‌କାଉଣ୍ଟର୍ କରିଛି । ବହୁ ଚର୍ଚ୍ଚିତ ଗୋପାଳପୁରର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାର ଅନ୍ୟତମ ଦୁଇ ମୁଖ୍ୟ ଅଭିଯୁକ୍ତ ଏନ୍‌କାଉଣ୍ଟର୍ ରେ ଜଖମ ହୋଇଛନ୍ତି। ଦୁଇ ଅପରାଧୀ ହେଲେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ (୨୭) ଓ ହିଞ୍ଜିଳି ଥାନା ସିକିରିର ସରୋଜ ପଣ୍ଡା ଓରଫ ଭିକି (୩୫)। ବ୍ରହ୍ମପୁର ସହର ଉପକଣ୍ଠ ସଦରଥାନା ଅଧୀନ ରତନପୁର ଗ୍ରାମ ନିକଟରେ ଉଭୟଙ୍କୁ ପୁଲିସ ଏନ୍‌କାଉଣ୍ଟର୍ କରିଥିବା ସୂଚନା ମିଳିଛି। ଏହାକୁ ମିଶାଇ ଗତ ୧୧ ଦିନ ନରେ ବ୍ରହ୍ମପୁରରେ ୫ଜଣଙ୍କୁ ଏନ୍‌କାଉଣ୍ଟର୍ କରିଛି । ସୁଧୀର ପାତ୍ରଙ୍କୁ ଅପହରଣ କରିବାରେ ରଞ୍ଜନ ଓ ସରୋଜ ସାହାଯ୍ୟ କରିଥ‌ିବା ନେଇ ପୁଲିସକୁ ସୁରାକ ମିଳିଥିଲା । ହତ୍ୟାକାଣ୍ଡ ପରେ ଏମାନେ ପ୍ରମାଣ ନଷ୍ଟ ଉଦ୍ୟମ ବି କରିଥିବା ପୁଲିସ ଖବର ପାଇଥିଲା। ଗତ ୧୦ଦିନ ହେଲାଣି ଉଭୟ ପୁଲିସ ସ୍କାନର୍‌ରେ ଥିଲେ। ହେଲେ ଚକମା ଦେଇ ଖସି ପଳାଉଥିଲେ। ଆଜି ରାତି ପ୍ରାୟ ୧୨ଟା ବେଳେ ଉଭୟ ରଞ୍ଜନ ଓ ସରୋଜ ଏକ ବାଇକ୍‌ରେ ରତନପୁର ଦେଇ ଘରକୁ ଫେରୁଥିବା ପୁଲିସ ଖବର ପାଇ ସେମାନଙ୍କ ପିଛା କରିଥିଲା। ହେଲେ ସେମାନେ ପୁଲିସ ଉପରକୁ ଆକ୍ରମଣ ଉଦ୍ଯମ କରିଥିଲେ। ଯାହା ଫଳରେ ପୁଲିସ ବାଧ୍ଯ ହୋଇ ଉଭୟଙ୍କୁ ଏନ୍‌କାଉଣ୍ଟର୍ କରିଥିବା ଜଣାପଡ଼ିଛି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ ୧୬ ତାରିଖରେ ର ସୁଧୀରଙ୍କୁ ଅପହରଣ ପରେ ମୃତ୍ୟୁ ହୋଇଥିଲ । ପୁଲିସ ଏହି ଘଟଣାରେ ସୁପାରି କିଲର ସମେତ ସୁଧୀରଙ୍କ ପୁତୁରା ଓ ଝିଆରୀ ସମେତ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି । ତଥାପି ଏହି ମାମଲାରେ ଆଉ କିଛି ପେସାଦାର ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related posts

ବନ୍ୟଜନ୍ତୁ ଶିକାର ପାଇଁ ଲଗାଇଥିବା ଫାଶୀରେ ଲାଗି ୪ ମଇଁଷି ମୃତ, ଜଣେ ଗିରଫ

masiha

ଦିନରେ ପରିବା ବାଲି ରାତିରେ ନକଲି ପୋଲିସ ;ଚାନ୍ଦା ଆଦାୟ ମାମଲାରେ କୋର୍ଟ ଚାଲାଣ

ସଂକଟାପନ୍ନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଅଣାଗଲା। ହସ୍ପିଟାଲରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!