ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଣିମାଲିକଙ୍କ ଘରେ ପ୍ରଶାସନିକ ଚଢ଼ାଉ; ୭୦କୋଟି ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା ଜାରି

ଖଣିମାଲିକଙ୍କ ଘରେ ପ୍ରଶାସନିକ ଚଢ଼ାଉ; ୭୦କୋଟି ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା ଜାରି

ରାଇରଙ୍ଗପୁର – ୦୬/୦୬ —  ମୟୂରଭଂଜ ଜିଲ୍ଲାରେ ବେଆଇନ ଖଣି କାରବାର ଓ ରାଜସ୍ଵ ଆଦାୟ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।ଦିର୍ଘଵର୍ଷ ହେଲା ଖଣି ମାଲିକଙ୍କର ବକେୟା ରହୁଥିବାରୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ କାରବାର ଆରମ୍ଭ କରିଛି ‌ ।

 ରାଇରଙ୍ଗପୁରରର ଖଣି ମାଲିକ ଜୟ କିଶୋର ଚୋବେଙ୍କ ଘରେ ଆଜି ଶନିବାର ପୂର୍ଵାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ମାଜିଷ୍ଟ୍ରେଟ ଦାୟିତ୍ବରେ ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ , ତହସିଲଦାର ଭବାନୀ ପ୍ରସାଦ ସାହୁ, ସଵ ରେଜିଷ୍ଟ୍ରାର ରାଜେଶ୍ବରୀ ମାଝୀ,ମାଇନିଂ ଅଫିସର ନିତ୍ୟାନନ୍ଦ ନାଏକ ,କନିଷ୍ଠ ମାଇନିଂ ଅଫିସର, ରାଜସ୍ବ ପର୍ଯ୍ୟବେକ୍ଷକ ଇଂ ନିହାର କୁମାର ପାତ୍ର, ଆର ଆଇ ରଞ୍ଜନ ମହାନ୍ତ, ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଏବଂ ରାଇରଙ୍ଗପୁର ପୋଲିସର ମିଳିତ ଚଢ଼ାଉରେ ଖଣି ମାଲିକଙ୍କ ଅଁଳାଡୁବାସ୍ଥ ବାସ ଭବନରେ ଚଢ଼ାଉ କରିଥିଲେ ।୨୦୧୮ ମସିହାରେ ତାଙ୍କ ନାମରେ ରୁଜୁ ହୋଇଥିବା ୩୬ କୋଟି ଟଙ୍କା ଓ ସୁଦ୍ଧ ୩୦ କୋଟି ସମୁଦାୟ ୭୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବାକି ପଡ଼ିଛି ।ପ୍ରଶାସନ ତାଙ୍କ ଘରେ ପହଞ୍ଚି ଥିବାବେଳେ ସେ ଉପସ୍ଥିତ ନଥିଲେ ।ପରିବାର ଲୋକେ ଉପସ୍ଥିତ ଥିଲେ ।ତାଙ୍କ ଗୃହରେ ୩୦ ଟି ଅତ୍ୟାଧୁନିକ,ସୁସଜ୍ଜିତ କୋଠରୀ ଥିଲା । ଗୃହ ସମ୍ପତ୍ତିର ମୂଲ୍ଯର ପ୍ରଶାସନ ଆକଳନ ପିଡବ୍ଲ୍ଯୁଡି ଯନ୍ତ୍ରୀ କରିବ ଏବଂ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟ ଜମିର ମୂଲ୍ୟ ଆକଳନ କରି ତହସିଲଦାରଙ୍କୁ ଦେବ ।ଡ଼ାକବାଜି ଯନ୍ତ୍ର ଦ୍ବାରା ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉ ସୂଚନା ଦିଆଯାଇଛି । ଗତକାଲି ବାରିପଦାର ଖଣି ମାଲିକ ବସନ୍ତ ଦାସଙ୍କ ଘରେ ପ୍ରଶାସନ ଚଢ଼ାଉ କରିଥିବାବେଳେ ଆଜି ରାଇରଙ୍ଗପୁରର ଜୟ କିଶୋର ଚୋଵେଙ୍କ ଘରେ ପ୍ରଶାସନ ଚଢ଼ାଉ କରିଛି । 

 ଜିଲ୍ଲାପାଳ ହେମକାନ୍ତ ସୟ ସଂପୃକ୍ତ ତହସିଲଦାରଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସମସ୍ତ ସମ୍ପତ୍ତିକୁ ସରକାରୀ ଅକ୍ତିଆରକୁ ନେବା ସହ ଏହାର ମୂଲ୍ୟ ନିର୍ଦ୍ଧାରଣ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

 ପ୍ରଶାସନର ଚଢ଼ାଉ ନେଇ ଅନ୍ୟ ଡିଫଲ୍ଟର ଖଣି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଲିଫ୍ଟ ଦେବାକୁ ପଡିଲା ମହଙ୍ଗା, ନିର୍ଦ୍ଧାରିତ ସ୍ଥାନରୁ ମାତ୍ର କେଇ ମିଟର ବାଇକ ଅତିକ୍ରମ ଦ୍ଵାରା ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

Sunil Chandra Nayak

ଶାଗୁଆନ କାଠ ଗଣ୍ଡି ଜବତ, ୬ ଗିରଫ 

masiha

ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Sunil Chandra Nayak

Leave a Comment

error: Content is protected !!