ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇ-ନାମ ମାଧ୍ୟମରେ ଆମ୍ବ ବିକ୍ରିକରି ଲାଭାନ୍ନୀତ ହେଲେ ଚାଷୀ 

ଇ-ନାମ ମାଧ୍ୟମରେ ଆମ୍ବ ବିକ୍ରିକରି ଲାଭାନ୍ନୀତ ହେଲେ ଚାଷୀ 

ଧର୍ମଗଡ:ନିୟନ୍ତ୍ରିତ ବଜାର କମିଟି, ଜୁନାଗଡ଼ର ଇ-ନାମ ମଣ୍ଡି ମାଧ୍ୟମରେ ଜୁନାଗଡ଼, ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକର ଅନେକ ଚାଷୀ ଆମ୍ବ, ତଥା ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ବିକ୍ରୟ କରି ଲାଭାନ୍ୱିତ ହୋଇପାରିଛନ୍ତି।

ଜୁନାଗଡ଼ ବ୍ଲକର ଚାଷୀ ଭୁବନେଶ୍ୱର ପଟେଲ ଓ କୈଳାଶ ନାଏକ, ଧର୍ମଗଡ଼ ବ୍ଲକର ବୃନ୍ଦାବନ ଚୌଧୁରୀ ଓ କନ୍ଦର୍ପ ନାଏକ, ଏବଂ ଗୋଲାମୁଣ୍ଡା ବ୍ଲକର ଧନଞ୍ଜୟ ନାଏକ ଓ ଟୁନୁ ଭୋଇଙ୍କ ସମେତ ଅନ୍ୟାନ୍ୟ ଚାଷୀମାନେ ଇ-ନାମ ପ୍ଲାଟଫର୍ମ ମାଧ୍ୟମରେ ନିଜ ଉତ୍ପାଦିତ କୃଷିଜାତ ଦ୍ରବ୍ୟ ବିକ୍ରୟ କରି ଉତ୍ତମ ମୂଲ୍ୟ ପାଇଛନ୍ତି। ଧର୍ମଗଡ଼ ବ୍ଲକର ଲୁହାଗାଁ ଗ୍ରାମର ଚାଷୀ କନ୍ଦର୍ପ ନାଏକଙ୍କ ଦ୍ୱାରା ଉତ୍ପାଦିତ ୨୪.୫୦ କ୍ୱିଣ୍ଟାଲ ଆମ୍ବ ଇ-ନାମ ମାଧ୍ୟମରେ ପଞ୍ଜୀକୃତ ବ୍ୟବସାୟୀ ଶଙ୍କର ଗେନଙ୍କୁ ସଫଳତାର ସହିତ ବିକ୍ରୟ କରାଯାଇଥିଲା।

ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ନିୟନ୍ତ୍ରିତ ବଜାର କମିଟି ଜୁନାଗଡ଼ ର ସମ୍ପାଦକ ଉଦିତ କୁମାର ବାବୁ ଏବଂ କୋଷାଧକ୍ଷ ବସନ୍ତ କୁମାର ସେଠି ସାମଗ୍ରିକ ତଦାରଖ, ବଜାର ସଂଯୋଗ ସ୍ଥାପନ ଏବଂ ବ୍ୟବସାୟୀଙ୍କ ସହ ସମନ୍ନୟ କାର୍ଯ୍ୟ କରିଥିଲେ l ମଣ୍ଡି ବିସ୍ଲେଷକ ଭବାନୀଶଙ୍କର ମାଝୀ, ବିସ୍ଲେଷକ ସାଇ ଦେଵାତ୍ମନ ବେହେରା, ବିଶ୍ୱନାଥ ନାଏକ, ଡ଼ିଈଓ ଯଶୋବନ୍ତ ଭୋଇ ଓ ବିରଞ୍ଚି ମଶ୍ରା ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ସାଧନ କରିବା ସହ ଆମ୍ବର ଗୁଣାତ୍ମକ ମାନ ଯାଞ୍ଚ, ଗ୍ରେଡିଂ ଏବଂ ଓଜନ ନିର୍ଦ୍ଧାରଣ ପ୍ରକ୍ରିୟା ସୁଚାରୁରୂପେ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଆ ପକ୍ଷ -୨୦୨୬ ଦଶମ ଦିବସ ରେ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ 

Sunil Chandra Nayak

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ ଗତକାଲି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ

Sunil Chandra Nayak

ଧର୍ମଗଡ଼ ର ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁ ଙ୍କ ପରଲୋକ। ଓକିଲ ସଂଘର ଶୋକ ସଭା

Sunil Chandra Nayak

Leave a Comment

error: Content is protected !!