ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁଝରର ସୁକେଶୀ ଓରାମଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ

କେନ୍ଦୁଝରର ସୁକେଶୀ ଓରାମଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ

ଭଦ୍ରାସାହି: ଓଡ଼ିଶା ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସଭାପତି ମନମୋହନ ସାମଲ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନୂତନ ତାଲିକା ଘୋଷଣା କରାଯାଇଛି।

ଏହି ତାଲିକାରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡର ପରିଚିତ ମହିଳା ନେତ୍ରୀ ସୁଶ୍ରୀ ସୁକେଶୀ ଓରାମଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ କରାଯାଇଛି। ଏହି ନିଯୁକ୍ତିକୁ ନେଇ ସ୍ଥାନୀୟ ଓ ଜିଲ୍ଲାସ୍ତରରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

ସୁକେଶୀ ଓରାମ ଦୀର୍ଘ ୨୭ ବର୍ଷ ଧରି ବିଜେପି ସଂଗଠନରେ ଏକ ଶୃଙ୍ଖଳିତ, ନିଷ୍ଠାବାନ ଓ ସକ୍ରିୟ କର୍ମୀ ଭାବେ କାମ କରିଆସୁଛନ୍ତି। ଦଳ ପ୍ରତି ତାଙ୍କର ଅଟୁଟ ନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ଦେଖି ସେ ପୂର୍ବରୁ ତିନିଥର ବିଜେପି ରାଜ୍ୟ ଉପସଭାପତି ଭାବେ ଓ ଏକଥର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ଦାୟିତ୍ୱ ତୁଳାଇଛନ୍ତି। ଦଳର ଆଧାରଭୂତ ସଂଗଠନକୁ ମଜବୁତ କରିବାରେ ତାଙ୍କର ଅବଦାନ ଲୋକମାନଙ୍କ ମଧ୍ୟରେ ପ୍ରଶଂସିତ ହୋଇଆସିଛି।

ନୂତନ ଦାୟିତ୍ୱ ମିଳିବା ପରେ ସୁକେଶୀ ଓରାମ ନିଜର ଖୁସି ପ୍ରକାଶ କରିଥିବା ସହ ଦଳ ତାଙ୍କ ଉପରେ ଯେ ବିଶ୍ୱାସ ରଖିଛି, ତାହାକୁ ସାର୍ଥକ କରିବା ପାଇଁ ସେ ନିଷ୍ଠା ସହ କାମ କରିବେ ବୋଲି କହିଛନ୍ତି। ସେ ଏହି ସୁଯୋଗ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ରାଷ୍ଟ୍ରୀୟ ନେତୃତ୍ୱଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।ଏହି ନିଯୁକ୍ତି ପରେ ସ୍ଥାନୀୟ ଶୁଭଚିନ୍ତକ, କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିବା ସହ ନୂତନ ଦାୟିତ୍ୱରେ ସେ ସଫଳତାର ସହ ଦଳକୁ ଆଗକୁ ନେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ରାଜନୀତିକ ମହଳର ମତାନୁସାରେ, ସୁକେଶୀ ଓରାମଙ୍କ ଏହି ନିଯୁକ୍ତି ଦ୍ୱାରା କେନ୍ଦୁଝର ଜିଲ୍ଲାରେ ବିଜେପି ସଂଗଠନ ଆହୁରି ଶକ୍ତିଶାଳୀ ହେବା ସହ ଗ୍ରାସରୁଟ୍‌ ସ୍ତରରେ ଦଳର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ସେହିପରି, ମହିଳା ନେତୃତ୍ୱକୁ ଆଗକୁ ଆଣିବାରେ ବିଜେପି ଦଳର ଏହି ପଦକ୍ଷେପକୁ ମଧ୍ୟ ଏକ ସକାରାତ୍ମକ ପ୍ରୟାସ ଭାବେ ଦେଖାଯାଉଛି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ମୋଟର ସାଇକେଲ ଦୁର୍ଘଟଣା ୩ ଆହତ 

masiha

ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ  

Sunil Chandra Nayak

ଧର୍ମଗଡ:କାଶୀବାହାଲରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା

masiha

Leave a Comment

error: Content is protected !!