ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ଓ ନେହେରୁ ଙ୍କ ଜନ୍ମ ଦିବସ ପାଳନ 

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ଓ ନେହେରୁ ଙ୍କ ଜନ୍ମ ଦିବସ ପାଳନ 

ବନ୍ଧୁଗାଁ ତା,୧୪/୧୧/୨୩, ବନ୍ଧୁଗାଁ ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଓ ଅନ୍ୟାନ୍ୟ ବିଦ୍ୟାଳୟ ଓ ସରକାରୀ ଓ ବେସରକାରି କାର୍ଯ୍ୟଳୟ ମାନଙ୍କରେ ମଧ୍ୟ ଆଜି ଶିଶୁ ଦିବସ ପାଳନ ହୋଇଯାଇଛି I ବର୍ଷର ନଭେମ୍ବର ମାସର ୧୪ ତାରିଖରେ ଶିଶୁ ଦିବସ ନେହେରୁ ଙ୍କ ଜନ୍ମ ଦିବସ ପାଳନ ହୋଇଥାଏ I ନେହେରୁ ଶିଶୁ ମାନଙ୍କୁ ଅଧିକ ଭଲ ପାଉଥିଲେ ତେଣୁ ଏହି ଦିନଟିକୁ ନେହେରୁ ଶିଶୁଙ୍କୁ ଉତ୍ସର୍ଗ କରିଦେଇ ଥିବା ହେତୁ ଆଜି ଶିଶୁ ଦିବସ ପାଳନ ସହ ଭାରତର ପୂର୍ବତନ ପ୍ରଥମ ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ପଣ୍ଡିତ ଜବାହାର ଲାଲ ନେହେରଙ୍କ ଫୋଟ ଚିତ୍ରରେ ପୁଷ୍ପ ଗୁଚ୍ଛ ସହ ଦୀପ ଜାଳି ୧୩୪ ତମ ଜନ୍ମ ଦିବସ ପାଳନ କରିଥିଲେ I ବିଦ୍ୟାଳୟ ପରିସରର ଛାତ୍ରଛାତ୍ରୀ ନେହେରୁଙ୍କ ଜନ୍ମ ଦିବସ ପାଳନ କରିବା ପରେ ତାଙ୍କର ଆତ୍ମ ଜୀବନର କାହାଣି କୁ ନେଇ ଛାତ୍ରଛାତ୍ରୀ ମାନେ ଉପସ୍ଥାପନ କରିଥିଲେ I ଭାରତ ପାଇଁ ସେ କଣ କରିଯାଇଛନ୍ତି ଓ ତାଙ୍କ ସମୟରେ ଭାରତର ସମ୍ବିଧାନ କିପରି ପରିଚାଳନ କରିଥିଲେ ତା ବିଷୟରେ ଛାତ୍ରଛାତ୍ରୀ ମାନେ କିଛି ଭାଷଣ କହି ଉପସ୍ଥିତ ରହିଥିବା ଶିକ୍ଷକ ଓ ଶିକ୍ଷତ୍ରୀଙ୍କ ମନକୁ ଜିଣି ନେଇଥିବାର ଦେଖିବାକୁ ମିଳିଥିଲା I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

Rotary club of Rourkela Vibrant organised an awareness programme

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ଜଣେ ଶିକ୍ଷୟତ୍ରୀ ଗୁରୁତର

Sunil Chandra Nayak

ସ୍ମୃତି ସାନ୍ତ୍ବନା ର ଚତୁର୍ଦ୍ଦଶତମ ବିଷୁବ ମିଳନ ସମାରୋହ -୨୦୨୫.

masiha

Leave a Comment

error: Content is protected !!