ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମପାହାଡ଼ରୁ ଟାଟା ନଗର ସକାଳୁଆ ଟ୍ରେନ ଚଳାଚଳ ଏବଂ ରାଇରଙ୍ଗପୁରରେ ଉଡନ୍ତା ପୋଲ ନିର୍ମାଣ ପାଇଁ ରାଇରଙ୍ଗପୁର ବାଣିଜ୍ୟ ସଂଘ ତରଫରୁ ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକଙ୍କୁ ଲିଖିତ ଦାବିପତ୍ର 

ବାଦାମପାହାଡ଼ରୁ ଟାଟା ନଗର ସକାଳୁଆ ଟ୍ରେନ ଚଳାଚଳ ଏବଂ ରାଇରଙ୍ଗପୁରରେ ଉଡନ୍ତା ପୋଲ ନିର୍ମାଣ ପାଇଁ ରାଇରଙ୍ଗପୁର ବାଣିଜ୍ୟ ସଂଘ ତରଫରୁ ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକଙ୍କୁ ଲିଖିତ ଦାବିପତ୍ର 

 ମୟୂରଭଞ୍ଜ -୧୪/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ସହର ରାଇରଙ୍ଗପୁର ।ଏହି ସହର ଦେଇ ଜାତୀୟ ରାଜପଥ ୨୨୦ ନମ୍ବର ଯାଇଛି ।ତଦସହ ରାଜ୍ୟ ରାଜପଥ ମଧ୍ୟ ଯାଇ ବିଶୋଇରେ ମିଶିଛି ।୩ ଟି ଲୌହଖଣି ଯୋଗୁଁ ସବୁବେଳେ ଲୌହ ପରିବହନ ଗାଡ଼ି,ଭାରି ଯାନ,ଲଘୁଯାନ ଚଳାଚଳ ।୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ଵସ ବାସ କରୁଛନ୍ତି । ଆନ୍ତଃ ରାଜ୍ୟ ସୀମା ଯୋଗୁଁ ଦୈନନ୍ଦିନ ଶହ ଶହ ଗାଡି,ଯାତ୍ରୀବାହୀ ବସ୍ ଚଳାଚଳ କରିବା ସହ ଦୈନନ୍ଦିନ ହଜାର ହଜାର ଲୋକ ସହରକୁ ବିଭିନ୍ନ କାର୍ଯ୍ଯରେ ଆସୁଛନ୍ତି । ଏଠାରେ ଭାଇ -ପାଶ୍ ରୋଡ଼ ମଧ୍ୟ ନାହିଁ । ତେଣୁ ସବୁବେଳେ କିଛି ନା କିଛି ଦୁର୍ଘଟଣା ଘଟୁଛି ।ଏକକ ମୁଖ୍ୟ ରାସ୍ତା ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଛି ।ଯୋଡ଼ା ବଡବିଲରୁ ଦୈନନ୍ଦିନ ଶହ ଶହ ଲୌହ ପରିବହନ ଗାଡ଼ି ଏହି ସହର ଦେଇ ଟାଟା ନଗର ଯାଉଛି ।ତେଣୁ ସହର ଭାରି ଗହଳି ହେବାସହ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ତେଣୁ ଅଂଚଳବାସୀଙ୍କ ସ୍ୱାର୍ଥକୁ ଜଗି ଆଜି ରାଇରଙ୍ଗପୁର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ ଅନିଲ ମିଶ୍ର ଏବଂ ଅନ୍ୟ ଉଚ୍ଚ ପଦସ୍ଥ କର୍ମଚାରୀଙ୍କୁ ରାଇରଙ୍ଗପୁର ବାଣିଜ୍ୟ ସଂଘର ସଦସ୍ୟ ବୃନ୍ଦ ରାଇରଙ୍ଗପୁର ରେଳ ଫାଟକ ନିକଟରେ ଉଡନ୍ତା ପୋଲ ନିର୍ମାଣ ଏବଂ ବାଦାମ ପାହାଡ଼ରୁ ଟାଟା ନଗର ସକାଳୁଆ ଯାଇ ସଂନ୍ଧ୍ୟାରେ ଫେରନ୍ତା ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି, ଅରବିନ୍ଦ ବାଗାଡିଆ, ମହାବୀର ଅଗ୍ରୱାଲ, ଅଶୋକ ଅଗ୍ରୱାଲ,ଅରୁଣ ପାହାଡି ଏବଂ ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କବି ଭାରତୀ ସ୍ବର୍ଗତ ବାସୁଦେବ ପlତ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ଜୟପାଟଣା:ଚତୁର୍ଥ ସ୍ତମ୍ଭ ଅସୁରକ୍ଷିତ , ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ

Sunil Chandra Nayak

ଖୁର୍ଷେଲ ରେ ନୂତନ ହାଇସ୍କୁଲ ପ୍ରତିଷ୍ଠା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

Leave a Comment

error: Content is protected !!