ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଣ୍ଟାବାଞ୍ଜିରେ ସରକାରୀ ଜମି ଜବରଦଖଲ ଅଭିଯୋଗ ଜୋରଦାର

କଣ୍ଟାବାଞ୍ଜିରେ ସରକାରୀ ଜମି ଜବରଦଖଲ ଅଭିଯୋଗ ଜୋରଦାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଞ୍ଚଳରେ ସରକାରୀ ଜମି ଜବରଦଖଲ ଘଟଣା ପୁଣିଥରେ ସମ୍ମୁଖକୁ ଆସିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ ଗୋଚର ଓ ସର୍ବସାଧାରଣ ଜମି ଦଖଲ କରିବା କିଛି ନୂଆ କଥା ନୁହେଁ, ବରଂ ବର୍ଷୋଧିକ ଧରି ଏହା ଚାଲିଆସୁଛି ।

ଦୁର୍ନୀତି ଓ ମିଳିତ ଚକ୍ରାନ୍ତର ଅଭିଯୋଗ

ଅଭିଯୋଗ ଅନୁଯାୟୀ, କିଛି ଅଣ ଓଡ଼ିଆ ବ୍ୟକ୍ତି ଦୁର୍ନୀତିଗ୍ରସ୍ତ ତହସିଲ କର୍ମଚାରୀଙ୍କ ସହଯୋଗରେ ସରକାରୀ ଜମିର କିସମ ପରିବର୍ତ୍ତନ କରି ଏବଂ ଏହାକୁ ଅନ୍ୟ ଲୋକଙ୍କ ନାମରେ ରୟେତି କରି ପ୍ଲଟିଂ କରି ବିକ୍ରି କରୁଛନ୍ତି । ଏହି କାରବାରରେ କିଛି ରାଜନେତା ଓ ପ୍ରଶାସନିକ କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ମଧ୍ୟ ଆସୁଛି । ଏହାକୁ ନେଇ ସରକାର ପକ୍ଷରୁ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚଟୁଆନକା ପଞ୍ଚାୟତରେ ତିବ୍ର ପ୍ରତିବାଦ

କଣ୍ଟାବାଞ୍ଜି ନିକଟସ୍ଥ ଚଟୁଆନକା ପଞ୍ଚାୟତରେ ଏହି ବିବାଦ ଆହୁରି ଗଭୀର ହୋଇଛି । ଏଠାରେ ଜଣେ ଜମି ମାଫିଆ ଅପାର୍ଟମେଣ୍ଟ ନିର୍ମାଣ ଓ ପ୍ଲଟ ବିକ୍ରି କରୁଥିବା ବେଳେ ସରକାରୀ ଜମିକୁ ମଧ୍ୟ ଜବରଦଖଲ କରି ପାଚେରୀ ନିର୍ମାଣ କରୁଥିବା ଅଭିଯୋଗ ହେଉଛି । ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଘଟଣାସ୍ଥଳକୁ ଯାଇ ପାଚେରୀ ନିର୍ମାଣ କାମକୁ ବନ୍ଦ କରିଦେଇଥିଲେ ।

ପଚାରାଯାଉଥିବା ବେଳେ ସେହି ବ୍ୟକ୍ତି ସବ୍-କଲେକ୍ଟରଙ୍କ ସହ କଥା ହୋଇଥିବା କହିଥିଲେ, କିନ୍ତୁ କଣ କଥା ହୋଇଛି ସେଥିପାଇଁ ସ୍ପଷ୍ଟତା ନାହିଁ ।

ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଜମି ମାଫିଆ ୩ ଏକର ରୁ ଅଧିକ ସରକାରୀ ଜମି ଜବରଦଖଲ କରିରଖିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କୁ ଶୀଘ୍ର ତଦନ୍ତ କରି ଜମିକୁ ଜବରଦଖଲ ମୁକ୍ତ କରିବା ସହିତ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ମୀନ କେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ଜେକେ ପୁର ସ୍ଥିତ ଜେକେ କାଗଜ କଳ ର  ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ

masiha

ବର୍ଷା ବିତ୍ପାତ ଯୋଗୁଁ ଫିକା ପଡ଼ିଲା ଯାମଦା- କଇଁପୁର ପାକଣାପାଟ ଯାନ୍ତାଳ ପର୍ବ; କମିଟି ନିଷ୍ପତ୍ତି କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ଓ ୨୩ ରେ ପୁନଃ ହେବ ଯାନ୍ତାଳ ମେଳା

masiha

କଟନୀ ଛଟନୀକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି

masiha

Leave a Comment

error: Content is protected !!