ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

ରାଇରଙ୍ଗପୁର- ୮/୦୪ — ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ମଙ୍ଗଳ ବିଭାଗ ଙ୍କ ଚିଠି ନମ୍ବର ୭୯୩୮ ତାରିଖ ୪/୪/୨୬ ରେ ବିଜ୍ଞାପନ ନୋଟିସ ରେ ମୟୂରଭଂଜ ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ସମିତି ଗଠନ କରାଯାଇଛି ।ଏଥିରେ ଜିଲ୍ଲା ଅଧ୍ୟକ୍ଷା ଭାବେ ବାରିପଦା ପୌରାଞ୍ଚଳର ଭାସ୍ବତି ବାରିକ, ମହିଳା ସଦସ୍ୟା ଯାଜପୁର ରୋଡର ସୁମିତ୍ରା ସ୍ବାଇଁ,ମହିଳା ସଦସ୍ୟା ରାଢୋର ରଞ୍ଜିତା ପଣ୍ଡା, ରାଇରଙ୍ଗପୁରର ସୁରଥ ପଟନାୟକ ଏବଂ ଵୈଶିଙ୍ଗାର ଗିରିଜା ଶଙ୍କର ରାଉତ ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି ।ସୁରଥ ପଟନାୟକ ଦୁଇ ବର୍ଷ ହେଲା ସେବା ନିବୃତ ଶିକ୍ଷକ ଥିଲେ ।୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ମୟୂରଭଂଜ ଜିଲ୍ଲାକୁ ଦେଶରେ ପ୍ରଥମ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।ତାଙ୍କରି ପ୍ରଚେଷ୍ଟାରେ ୨୦୧୩ ରେ ଇଚିଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିଶୁ ଶ୍ରମିକ ପିଲାମାନେ ରାଜ୍ୟର ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଥିଲେ ।ସେହିଭଳି ବ୍ଳକ କଲୋନୀରେ ଜରି ଗୋଟାଇ ଜୀବିକା ନିର୍ବାହ କରୁଥିବା ପିଲାମାନେ ରାଜ୍ଯରେ‌ ନୃତ୍ଯ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଥିଲେ ।ସେଥିପାଇଁ ତାଙ୍କୁ ତତକାଳୀନ ଶିକ୍ଷା ସଚିବ ଉଷା ପାଢ଼ୀ ଶ୍ରେଷ୍ଠ ବିଆରସିସି ଭାବେ ସମ୍ମାନୀତ କରିଥିଲେ ।ତାଙ୍କରି ଶିଶୁ ଶ୍ରମିକ ପାଇଁ ଉତ୍ସର୍ଗୀକୃତ ସେବାପାଇଁ ତତ୍କାଳୀନ ଝାଡ଼ଖଣ୍ଡ ରାଜ୍ୟପାଳ ତଥା ବର୍ତମାନର ମହାମହିମ ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ସେ ଏକାଧାରରେ ଜଣେ କବାଟ ପ୍ରାବନ୍ଧିକ,ନାଟ୍ୟକାର,ଛାତ୍ରଵତ୍ସଳ, ସାମ୍ବାଦିକ,ସମାଜସେବୀ ଅଟନ୍ତି ।ଜଣେ ସରଳ,ଅମାୟିକ, ମିଷ୍ଟଭାଷୀ ,ପରୋପକାରୀ ବ୍ୟକ୍ତି ।ତାଙ୍କୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସାମ୍ବାଦିକମାନେ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀ ଓ ପାହାଡ଼ ରାଣୀ କଳ୍ପନା ଦାଶଙ୍କ ଜନ୍ମ ମାସ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଅନୁଷ୍ଠିତ 

Sunil Chandra Nayak

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ: ଉଦ୍ଘାଟନୀ ସମାରୋହ 

masiha

ବିଧାୟକଙ୍କ ହସ୍ତକ୍ଷେପ ଫଳରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶୌଚାଳୟର ନବୀକରଣ ଆରମ୍ଭ

Leave a Comment

error: Content is protected !!