ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ପରିବାର କଲ୍ୟାଣ ଦିବସ ଉତ୍ସବ , ୨- ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ପରିବାର କଲ୍ୟାଣ ଦିବସ ଉତ୍ସବ

  ନବରଙ୍ଗପୁର:(ତା: ୧୪.୧୦.୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ବ୍ଳକ ଅନ୍ତର୍ଗତ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ଆଶ୍ରମ ପରିବାର ସଦସ୍ୟଙ୍କ ଗହଣରେ ସଂପାଦକ ଦଶମୁ ପାତ୍ରଙ୍କ ପରିଚାଳନା ,ସହ ସମ୍ପାଦକ ସନ୍ତୋଷ କୁମାର ପୁଜାରୀଙ୍କ ପ୍ରତିନିଧିତ୍ଵ ଏବଂ ଆଶ୍ରମର ରଶ୍ମି ପ୍ରସାଦ ଡ‌‌‌: ନୀଳକଣ୍ଠ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଶ୍ରମ ପ୍ରତିଷ୍ଠାତା ଜଗତ ଗୁରୁ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି ରଞ୍ଜନା ନନ୍ଦଙ୍କ ଜୟନ୍ତୀ ଅବସରରେ ପରିବାର କଲ୍ୟାଣ ଦିବସ ଉତ୍ସବ ପୂର୍ବାହ୍ନ ଓ ଅପରାହ୍ନରେ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇ ଯାଇ ଅଛି । ପୂର୍ବାହ୍ନରେ ମଙ୍ଗଳ ଆରତୀ ଓ ରଶ୍ମି ରଞ୍ଜନ ପଦ୍ଧତି ପରେ ପ୍ରସାଦ ବଣ୍ଟନ ଓ ଆନନ୍ଦ ବଜାର ପରେ ପ୍ରଥମ ଅଧିବେଶନ ସମାପନ କରା ଗଲା। ସାୟାହ୍ନରେ ଆଶ୍ରମର ଆରାଧ୍ୟ ଓ ଶ୍ରୀ ଶ୍ରୀ ଗୁରୁ ଦେବଙ୍କ ପୂଜା ଉପଚାର ପରେ ପ୍ରାର୍ଥନା, ଭଜନ;ପରେ ଆଶ୍ରମ ଅଧ୍ୟକ୍ଷ ଉଦ୍ ବୋଧନ ଦେଇ ଆଶ୍ରମ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି ରଞ୍ଜନା ନନ୍ଦଙ୍କ ଆବିର୍ଭାବ ଦିବସ ଠାରୁ ଜୀବନ ସମାପ୍ତି ମଧ୍ୟରେ ଘଟି ଥିବା କିଛି ଅଦ୍ଭୁତ ଘଟଣା ଓ ତାଙ୍କ ରଚିତ ଗ୍ରନ୍ଥରୁ କେତୋଟି ପ୍ରେରଣା ପରକ ବାଣୀର ବ୍ୟାଖ୍ୟାନ କରିଛନ୍ତି। ବିକାଶ ରଞ୍ଜନ ପାଢ଼ୀ ଓ ନୂତନା ନନ୍ଦ ପାଢ଼ୀ ଯନ୍ତ୍ର ବାଦ୍ୟ ସଂଗୀତ ମାଧ୍ୟମରେ ଭଜନ ପରିବେଷଣ କରିଛନ୍ତି। ପରେ ସାରସତ୍ତ୍ବ ବାଣୀ ପାଠ, ଭକ୍ତଙ୍କ ଅନୁଭୂତି କଥନ, କୀର୍ତ୍ତନ ପରିବେଷଣ ,ଆଳତୀ ସମର୍ପଣ, ପ୍ରସାଦ ବଣ୍ଟନ,ଆନନ୍ଦ ବଜାର ପ୍ରସାଦ ସେବନ ପରେ ଉତ୍ସବ ସମାପନ କରା ଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି – ଇନ୍ଦୁମତୀ ପାଢୀ,ଭୁବନେଶ୍ଵର ମାଝୀ,ପଙ୍କଜ ମାଝୀ, ଲଛମନ ଭତ୍ରା, ଗୌତମ ବିଷୋୟୀ ପ୍ରମୁଖ କର୍ମୀ ଗଣ ।

ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର:(୧୫|୧୦)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ପରିସର ରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ଧୂପ, ଦୀପ ପ୍ରଜ୍ଜ୍ଵଳନ କରାଇ ନାରିକେଳ ଫୁଟାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇ ଏହି ଅଭିଯାନ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୁଭ୍ରଜିତ ପାଣିଗ୍ରାହୀ,ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରl ଯୋଗ ଦେଇ ସରକାରଙ୍କ ସମସ୍ତ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସଦାନନ୍ଦ ନାୟକ , ଡ଼ାବୁଗାଁ ବ୍ଲକ ଜୋନ ୧ ଜିଲା ପରିଷଦ ସଭ୍ୟ ଧନ ସିଂ ଭତ୍ରା, ଜୋନ ୨ ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ,ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମା ରାଓ ଚୌଧୁରୀ, କଂଗ୍ରେସ ବ୍ଳକ ସଭାପତି ଜି.ସାଇ ରାଜୁ, ନବରଙ୍ଗପୁର ଜିଲ୍ଲା ସମବାୟ ସମିତି ସମୁହ ଉପ ନିବନ୍ଧକ ଶରତ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଏସଏଚଜି ମହିଳା ମାନଙ୍କ ଦ୍ବାରା ରଙ୍ଗୋଲି କାର୍ଯ୍ୟକ୍ରମ କରାଯାଇଥିଲା । ରଙ୍ଗୋଲି କାର୍ଯ୍ୟକ୍ରମରେ ଡଙ୍ଗରିଗୁଡା ପଞ୍ଚାୟତ ପ୍ରଥମ , ଅଞ୍ଚଳା ପଞ୍ଚାୟତ ଦ୍ୱିତୀୟ ଓ ଡାବୁଗାଁ ପଞ୍ଚାୟତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ରାଜସ୍ଵ ବିଭାଗ ଦ୍ଵାରା ସଂଶୋଧିତ ପଟ୍ଟା (ସି ଟୁ ସି) ଉମୁରା ହାଣ୍ଡି, ଡୁମୁନିଗୁଡା ,ଡଙ୍ଗରିଗୁଡ଼ା ମୌଜା ହିତାଧିକାରୀ ମାନଙ୍କୁ ଦଶ ଗୋଟି ପଟ୍ଟା ପ୍ରଦାନ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ଡାବୁଗାଁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଡାବୁଗାଁ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମନାଭ ଭାଲ୍ଲା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭାଭଙ୍ଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ସହର ରେ ଥିବା ଶ୍ରୀ ଶ୍ରୀ ବାସବି କନ୍ୟକା ପରମେଶ୍ବରୀ ମନ୍ଦିରରେ ଶ୍ରାବଣ ଶୁକ୍ରବାର ଙ୍କୁଙ୍କୁମ୍ ପୂଜା ଅର୍ଚନା ମହା ଆଡ଼ମ୍ବର ରେ ପାଳିତ ଯୋଗ ଦେଲେ ଶହ ଶହ ସଂଖ୍ୟାରେ ମହିଳା ଭକ୍ତ

Sunil Chandra Nayak

ଜାତୀୟ ମତଦାତା ଦିବସ ୨୦୨୫ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

masiha

୧- ଭଙ୍ଗାଗଲା ଅଫିସର ଗେଟ ; ଲୋକେ ହେଲେ ଆଶ୍ୱସ୍ତ ; ଖୁସି ମନାଇଲା ନାଗରିକ ମଂଚ , ୨- ନଡ଼ାଛପର ସାଙ୍ଗକୁ ମୁକୁଳା ଘର, ପାଲଟିଛି ଆଶ୍ରୟସ୍ଥଳ

Sunil Chandra Nayak

Leave a Comment

error: Content is protected !!