ମହତାବ ଭବନ ପରିସରରେ ରାଇରଙ୍ଗପୁର ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ରାଇରଙ୍ଗପୁର- ୧୫/୧୦ ସ୍ଥାନୀୟ ମହତାବ ଭବନ ପରିସରରେ ଆଜି ବୁଧବାର ଦିନ ରାଇରଙ୍ଗପୁର ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦମେଳା ମୁଖ୍ୟ ଅତିଥି ସାଂସଦ ନବ ଚରଣ ମାଝୀଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ତାଙ୍କ ସହିତ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ,ବିଶିଷ୍ଟ ସାମାଜିକ କର୍ମୀ ନବିନ ରାମ, ସିଡିଭିଓ ନରେଶ ଚନ୍ଦ୍ର ଯେନା,ବିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ବିଶିଷ୍ଟ କଥାଶିଳ୍ପି ଲଳିତ ମହାନ୍ତ, ଏସଡିଭ ସୁଶାନ୍ତ ସିଂ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରଦୀପ ଘୋଷ , ବ୍ଳକପ୍ରାଣୀ ଚିକିତ୍ସାଧିକାରୀ ଶୁଭେନ୍ଦୁ ଶେଖର ସାହୁ, ଗୋରୁମହିଷାଣୀ ପ୍ରାଣୀ ଚିକିତ୍ସାଧିକାରୀ ନିମାଇଁ ଚରଣ ମୁର୍ମୁ, ଡେପୁଟି ମତ୍ସ୍ୟ ଅଧିକାରିଣୀ ସ୍ୱାଗତିକା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ବିଶିଷ୍ଟ ଶିକ୍ଷାବିତ୍ କଳାକାର ମହାନ୍ତି ମଂଚ ପରିଚାଳନା କରିଥିଲେ ।ଅତିଥିଗଣ କହିଥିଲେ ସମାଜର ପ୍ରଗତି ରଥରେ ଅନ୍ନଦାତା ମାନଙ୍କର ଅବଦାନ ଅନନ୍ୟ ଓ ଅବର୍ଣ୍ଣନୀୟ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ କୃଷି ଓ କୃଷକର ଉନ୍ନତି ପାଇଁ ସରକାର ବିଭିନ୍ନ ଜନକଲ୍ଯାଣ ଯୋଜନା କରିଛନ୍ତି ।କେବଳ ଧାନ ଚାଷ କଲେ କୃଷକର ଆର୍ଥିକ ସ୍ଥିତି ବଦଳିବ ନାହିଁ ।ତେଣୁ କୃଷକ ନିଜର ମାନବ ସମ୍ବଳ, ଚାଷ ଜମି କୁ ଲକ୍ଷ୍ୟ କରି ଧାନ, ପାନ, ମୀନ, କୁକୁଡ଼ା,ଛେଳି,ବତକ,ଗୋପାଳନ , ମେଣ୍ଢା, ଘୁଷୁରି, ଫୁଲ, ମହୁ,ଛତୁ, ପନିପରିବା ଚାଷ କଲେ ଚାଷୀ ପରିବାରରେ ଆର୍ଥିକ ଉନ୍ନତି ଘଟିବା ସହ ସମାଜର ବିକାଶ ରଥ ଆଗେଇ ପାରିବ ।ପରେ ୯ ଜଣଙ୍କୁ ବିଭିନ୍ନ ଯୋଜନାରେ ଥିବା ଓ୍ଵାର୍କ ଅର୍ଡର , ଚେକ୍ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇଥିଲେ । କୃଷି ବିଭାଗ,ଉଦ୍ୟାନ ବିଭାଗ,ମତ୍ସ୍ୟ ବିଭାଗ,ପ୍ରାଣୀ ବିଭାଗ ,ଓମଫେଡ,ଗୋଖାଦ୍ୟ ,ବହୁ ପ୍ରକାରର ଷ୍ଟଲ ପ୍ରଦର୍ଶନ କରାଯାଇଥିଲା ।
ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

