ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସରକାରଙ୍କ ମାଗଣା ଔଷଧ ଗଛମୂଳରେ, ସନ୍ଧ୍ୟାରେ ଫୋପାଡି ରାତିରେ ପୁଣି ଅନ୍ୟତ୍ର

ନର୍ଲା (ମନୀସ) କରୋନା ପରଠାରୁ ଅର୍ଥାତ୍ ୨୦୨୨ରେ ନକଲି ମେଡିସିନ କାରବାର ବଢିଥିଲା ଏବେ ପୁଣି ଓଡ଼ିଶା ସରକାରଙ୍କ ଦ୍ଵାରା ଗର୍ଭବତୀ ମହିଳା, ପ୍ରସୂତି ମହିଳା ଓ ରକ୍ତହୀନତା ଭୋଗୁଥିବା ଶିଶୁ ଓ ରୋଗୀଙ୍କ ପାଇଁ ମାଗଣାରେ ଆଇରନ ଏଣ୍ଡ ଫଲିକ୍ଏସିଡ ସିରଫ ଆଇପି ବିଭିନ୍ନ ଡାକ୍ତରଖାନାକୁ ଯୋଗାଇ ଦିଆଯାଉଛି। ତେବେ ରକ୍ତହୀନତା ଭୋଗୁଥିବା ରୋଗୀ ଏହି ଔଷଧ ପାଇବା ଦୂରେ ଥାଉ ଏହା ଡାକ୍ତରଖାନା ଗୁଡ଼ିକରେ ପଡ଼ି ରହି ଶେଷରେ ଔଷଧର କାର୍ଯ୍ୟକ୍ଷମ ଅବଧି ଶେଷ ହେବା ପରେ ଅଳିଆ କୁଢରେ ପରିଣତ ହୋଇ ରାତାରାତି ବିଭିନ୍ନ ସ୍ଥାନରେ ଫିଙ୍ଗା ଯାଉଛି। ଏପରି ଏକ ଘଟଣା ଦେଖାଯାଇ ଥିଲା ନର୍ଲା ବ୍ଲକର ମାଣ୍ଡେଲ ଗାଁ ନିକଟରୁ। ଏହି ଗାଆଁଠାରୁ ଅଳ୍ପ ଦୂରରେ ବାଲଧର ରାସ୍ତା ଚାରିଛକ ତଥା ପିଡ଼ବ୍ଳୁଡି ରାସ୍ତା ଠାରୁ ୧୦୦ମିଟର ଦୂରରେ ଏକ ଗଛମୂଳରେ ଓଡ଼ିଶା ସରକାରଙ୍କ ଯୋଗାଣ ହେଉଥିବା ଆଇରନ ସିରଫ ଔଷଧ ବହୁ ସଂଖ୍ୟାରେ ଫିଙ୍ଗା ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଗୋଚର ହୋଇଥିଲା। ପରେ କିଛି ଗଣମାଧ୍ୟମର ପ୍ରତିନିଧି ଏହାକୁ ଫଟୋ କରିବା ପରେ ସନ୍ଧ୍ୟାରେ ଫିଙ୍ଗା ଯାଇଥିବା ଔଷଧ ରାତିରେ ପୁଣି ଅନ୍ୟତ୍ର ସ୍ଥାନାନ୍ତର ହେବା ଘଟଣା ଜନସାଧାରଣଙ୍କୁ ଚକିତ କରିଛି। ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ଔଷଧର କାର୍ଯ୍ୟକ୍ଷମ ଅବଧି ଗତ ୨୦୨୧ରେ ସମାପ୍ତ ହେବା ପରେ ଦୀର୍ଘ ଦିନ ଧରି ଡାକ୍ତରଖାନାର ଗୋଦାମ ଗୃହରେ ଗଛିତ ହେବା ପରେ ଏବେ ବାହାରେ ଫିଙ୍ଗାଯିବାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ସରକାରୀ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ରୋଗୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ବେଳେ ନର୍ଲା ଅଞ୍ଚଳରେ ନକଲି ଔଷଧର ବ୍ୟବହାର ସହ ଔଷଧ ଫିଙ୍ଗା ଘଟଣା ବାରମ୍ବାର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମେ ଘଟି ଚାଲିଥିବା ଯୋଗୁଁ ସଚେତନ ନାଗରିକ ମହଲରେ ଘୋର ଉଦବେଗ ପ୍ରକାଶ ପାଇଛି।

ନର୍ଲା ରୁ ଦୀପକ କୁମାର ଠାକୁର ଙ୍କ ରିପୋର୍ଟ 

Related posts

ନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଭେଟି: ଖରିଆର ରୋଡ କୁ ମୁନସିପାଲଟି ଓ କୋମନା ,ସିନାପାଲି କୁ ଏନଏସି ଘୋଷଣା

Sunil Chandra Nayak

ପରୀକ୍ଷା ସମାପ୍ତ ହେବାର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳାଫଳ ପ୍ରକାଶନ ପାଇଁ ବିପିୟୁଟି କୁ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ସ୍ୱୀକୃତି

Sunil Chandra Nayak

ଆରୋଗ୍ୟ ଲାଭ କଲେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା

masiha

Leave a Comment

error: Content is protected !!