ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବା ଭୈରବ ଟ୍ରାକଟର ମାଲିକ ସଂଘ ଦ୍ଵାରା ଜିଲ୍ଲାପାଳଙ୍କ ନିକଟକୁ ଖଣି ଅଧିକାରୀ ଡାବୁଗାଁ ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ 

ବାବା ଭୈରବ ଟ୍ରାକଟର ମାଲିକ ସଂଘ ଦ୍ଵାରା ଜିଲ୍ଲାପାଳଙ୍କ ନିକଟକୁ ଖଣି ଅଧିକାରୀ ଡାବୁଗାଁ ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ 

ନବରଂଗପୁର:(୧୪|୧୦)(ରବି ନାରାୟଣ ମହାନ୍ତି) ନବରଂଗପୁର ଜିଲ୍ଲା ଡାବୁଗାଁ ବ୍ଳକ ବାବା ଭୈରବ ଟ୍ରାକଟର ମାଲିକ ସଂଘ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟକୁ ଡାବୁଗାଁ ଖଣି ଅଧିକାରୀଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଡାବୁଗାଁରେ ବହୁ ବେକାର ଯୁବକ ଚାକିରୀ ନ ପାଇ ବିଭିନ୍ନ ବ୍ୟାଙ୍କରୁ ଟ୍ରାକଟର ଲୋନରେ ଆଣି ଟ୍ରାକଟରରେ ସରକାରୀ ଉନ୍ନୟନ କାର୍ଯ୍ୟ ଓ ବେସରକାରୀ କାର୍ଯ୍ୟରେ ଇଟା, ପଥର, ବାଲି, ମାଟି, ବୁହାଇ ଭଡା ଦ୍ୱାରା ଯାହା ରୋଜଗାର ହୁଏ ତାହାକୁ ନେଇ ପରିବାର ପ୍ରତିପୋଷଣ କରନ୍ତି l କିନ୍ତୁ ବିଭିନ୍ନ ସମୟରେ ଖଣି ଅଧିକାରୀ ଓ ପୋଲିସ ବିଭାଗ ତରଫରୁ ଟ୍ରାକଟର ମାନଙ୍କୁ କାର୍ଯ୍ୟ କରିବା ସମୟରେ ଅଟକାଇ ସର୍ବାଧିକ ୫୦ ହଜାର ଲେଖାଏଁ ଫିଜ ପକାଉଛନ୍ତି l ଯଦ୍ୱାରା ଆମେ ବ୍ୟାଙ୍କରୁ ରୁଣ ଆକାରରେ ଆଣିଥିବା ଟ୍ରାକଟର କିସ୍ତି ବ୍ୟାଙ୍କରେ ବାନ୍ଧି ପାରୁନାହୁଁ l ଅସୁବିଧା ହେବା ସହ ଆମର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି l ଆମ ବ୍ୟବସାୟର ମୁଖ୍ୟ ପନ୍ଥା ବାଲି,ପଥର ଓ ଇଟା ଆଣିବା ହୋଇଥିବାରୁ ଆମ୍ଭ ବାବା ଭୈରବ ଟ୍ରାକଟର ସଂଘ ର ସଦସ୍ୟତା ଗ୍ରହଣ କରିଥିବା ଟ୍ରାକଟର ମାଲିକ ମାନଙ୍କୁ ଡାବୁଗାଁ ନିକଟ ଉମୁରାହାଣ୍ଡି ବାଲି ଘାଟରୁ ଆମକୁ ଯୋଗାଇଲେ ଆମେ ଆପଣଙ୍କ ସରକାରୀ ନିୟମ ପାଳନ କରିବା ସହ ବାଲି ଉଠାଇ ପାରିବୁ l ଏଣୁ ଟ୍ରାକଟର ସଂଘକୁ ଉମୁରାହାଣ୍ଡି ବାଲିଘାଟରୁ ବାଲି ନେବାକୁ ଅନୁମତି ପ୍ରଦାନ କଲେ ଆମ୍ଭେ ଆପଣଙ୍କ ପାଖରେ ଚିର ଉପକୃତ ହେବୁ ବୋଲି ବାବା ଭୈରବ ଟ୍ରାକଟର ମାଲିକ ସଂଘ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆନ୍ତ ଜିଲ୍ଲା ୧୬ ବର୍ଷରୁ କମ କ୍ରିକେଟ ଖେଳାଳିଙ୍କ କଟକ ଗସ୍ତ 

Sunil Chandra Nayak

କୋଣାର୍କ ସ୍ପିନିଙ୍ଗ ମିଲ ପୁନଃ ଉଦ୍ଧାର ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ

masiha

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!