ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଵାସ ଗୃହ ତାଲିକା ପ୍ରକାଶରେ ଅନିୟମିତତା ଅଭିଯୋଗ କରି ଜନ ପ୍ରତିନିଧିଙ୍କୁ ତାଲା ଦେଲେ ହିତାଧିକାରୀ

କୋକସରା,୩୦/୦୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଵାସ ଗୃହ ତାଲିକାରେ ଲଡୁଗାଁ ପଞ୍ଚାୟତ ପାଇଁ ୫୪୬ ଟି ଆଵାସ ପଞ୍ଚାୟତରୁ ଲିଷ୍ଟ ଅନୁମୋଦନ ହୋଇଥିଲା । ସେଥିରୁ ୨୩୭ଟି ଅନୁମୋଦନ ହୋଇଥିବା ବେଳେ ୩୦୯ଟି ଆଵାସ ତାଲିକାରୁ ବାଦ ପଡିଥିବା ନେଇ ଅଭିଯୋଗ ଆଣିଛନ୍ତି ହିତାଧିକାରୀ । ସୋମବାର ଲଡୁଗାଁ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ ସମୟରେ ଆଵାସ ଘର କୁଆଡେ ଗଲା ବୋଳି ଅଭିଯୋଗ କରି ଲଡୁଗାଁ ପଞ୍ଚାୟତର ଶତାଧିକ ହିତାଧିକାରୀ ମାନେ ଅସନ୍ତୋଷ ଜାହିର କରି ପଞ୍ଚାୟତ ଅଫିସ ଗେଟରେ ତାଲା ଦେଇ ପ୍ରତିବାଦ କରିଥିଲେ । ଲଡୁଗାଁ ସରପଞ୍ଚ ନକୁଲ ନାଏକ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ୱାର୍ଡ଼ ମେମ୍ବରଙ୍କୁ ତାଲା ମାରି ପ୍ରତିବାଦ କରିବା ସହ ବାଦ ପଡିଥିବା ଆଵାସ ଘର କିଏ କାଟିଛି ? ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ଆଵାସ ଗୃହ ମିଳିବା ପଛରେ କାହାର ହାତ ରହିଛି ? ବୋଳି ପ୍ରଶ୍ନ କରିଛନ୍ତି। ଏହି ପଞ୍ଚାୟତରେ ଆବାସ ଯୋଜନାରେ ସାମିଲ କରିବା ପାଇଁ ବ୍ୟାପକ ଦୁର୍ନୀତି ହୋଇଥିବା ଲଡୁଗାଁ ବାସୀ ଅଭିଯୋଗ କରିଛନ୍ତି । ହିତାଧିକାରୀଙ୍କ ହଟ୍ଟଗୋଳରେ ପଞ୍ଚାୟତ ପରିସରରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ଖବର ପାଇ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ କୌଣସି ମତେ ମାନି ନଥିଲେ ଉତ୍ୟକ୍ତ ହିତାଧିକାରୀ । ପରେ ବ୍ଲକ ପ୍ରଶାସନ ପକ୍ଷରୁ ଜିପିଇଓ ନାରାୟଣ ଭୋଇ ଆସି ହିତାଧିକାରୀଙ୍କ ସହ ଆଲୋଚନା କରି ଦ୍ଵିତୀୟ ପର୍ଯ୍ୟାୟରେ ବାଦ ପଡିଥିବା ଆଵାସ ଘର ଆସିବ, ଜିଓ ଟେଗିଙ୍ଗ ସରିଛି କିଛିଦିନ ଅପେକ୍ଷା କରିବାକୁ ଅନୁରୋଧ କରିବା ପରେ ଜିଦରୁ ଓହରି ପଞ୍ଚାୟତ ଗେଟର ତାଲା ଫିଟାଇଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

କାମାକ୍ଷାନଗରରେ ଆମ୍ବେଦକର ଜୟନ୍ତୀ ପାଳିତ 

Sunil Chandra Nayak

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

masiha

ଶିକ୍ଷକ ହେଉଛନ୍ତି ବିଶ୍ଵକର୍ମା .., ଆଦର୍ଶ ବିଦ୍ୟାଳୟ ର ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!