ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚିଲିଗୁଡା ଠାରେ ଦ୍ଵି ଦିବସୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୋକସରା,୩୦/୧- କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ଠାରେ ଦ୍ଵି ଦିବସୀୟ ଦିବାରାତ୍ରୀ ଭଳିବଲ ଟୁର୍ଣ୍ଣାମେଣ୍ଟ ରବିବାର ରାତିରେ ଉଦଯାପିତ ହୋଇଯାଇଛି। ଚିଲିଗୁଡା ଭଳିବଲ ଆସୋସିଏସନ ପକ୍ଷରୁ ପ୍ରଥମ ଦିନ ଉଦଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ କୋକସରା ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, ମୁଖ୍ୟ ବକ୍ତା ଭାବେ ପୁର୍ବତନ ସମିତି ସଭ୍ୟ ତ୍ରିଭୁବନ ନାଏକ, ସମ୍ମାନିତ ଅତିଥି ଭାବେ ଗ୍ରାମର ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ନକ ଆଉଟ ଭଳିବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। କଳାହାଣ୍ଡି ଜିଲ୍ଲାର ୧୨ ଗୋଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ସେହିପରି ଦ୍ବିତୀୟ ଦିନ ସନ୍ଧ୍ୟାରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଖେଳକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ରଜନୀକାନ୍ତ ପଣ୍ଡା, ସୁବୋଧ ପଣ୍ଡା, ଧନେଶ୍ୱର ପଣ୍ଡା, ଜିତେନ୍ଦ୍ର ନିଆଲ, କୈଳାଶ ଚନ୍ଦ୍ର ସିଂ, ଗୁପ୍ତେଶ୍ଵର ଗୋପାଳ, କ୍ଷୀରାବ୍ଧି ଗୋପାଳ, ଧନେଶ୍ୱର ଗୋପାଳ ଉପସ୍ଥିତ ରହି ଉଦଯାପିତ ମ୍ୟାଚର ଖେଳାଳିଙ୍କ ସହ ଅତିଥି ପରିଚୟ ପର୍ବରେ ସାମିଲ ହୋଇଥିଲେ। ଫାଇନାଲ ଖେଳକୁ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି, ଉତ୍ତମ କୁମାର ପଣ୍ଡା ଓ ଲାଇନମେନ ପ୍ରମୋଦ ବେମାଲ, ରବିଚନ୍ଦ୍ର ନିଆଲ, ରଞ୍ଜନ ହଂସ, ପ୍ରଶାନ୍ତ ଗୋପାଳ ପରିଚାଳନା କରିଥିଲେ। ଫାଇନାଲ ଖେଳ ରକସି ଓ ଫରଙ୍ଗ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ରକସି ଦଳ ଚାମ୍ପିୟାନ ହୋଇଥିଲା। ଉପସ୍ଥିତ ଅତିଥିମାନେ ଚାମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ଫାଇନାଲ ଖେଳର ଧାରା ବିବରଣୀ ବୈକୁଣ୍ଠ ଜାଲ ପ୍ରଦାନ କରିଥିଲେ। ଚିଲିଗୁଡା ଭଳିବଲ ଆସୋସିଏସନର ସମ୍ପାଦକ ଜାଗେଶ୍ୱର ନିଆଲ ଓ ସଦସ୍ୟ ମାନେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

Sunil Chandra Nayak

ଖଣ୍ଡବନ୍ଧ ସିଦ୍ଧେଶ୍ଵର ଏଭେନ କ୍ଲବର ରଜତ ଜୟନ୍ତୀ ଅବସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ 

masiha

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୁନାଗଡ଼ କୁ ହରାଇ କେସିଙ୍ଗା ସେମିଫାଇନାଲ ରେ …

masiha

Leave a Comment

error: Content is protected !!