ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ନବରଙ୍ଗପୁର :(ମସିହା)ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ଜିଲ୍ଲାର କ୍ରୀଡ଼ାର ବିକାଶ ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ ନବରଙ୍ଗପୁର ଏବଂ ଉମରକୋଟ ଠାରେ ଥିବା ଷ୍ଟାଡିୟମ ର ଉନ୍ନତି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ପାଣ୍ଠି ଯୋଗାଡ଼ ନିମନ୍ତେ ମତବ୍ୟକ୍ତ କରିଥିଲେ। ସଙ୍ଘର ଉପସଭାପତି ଏମ. ବାଳାକୃଷ୍ନ ରାଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦିବଂଗତ କ୍ରୀଡ଼ାବିତ ପି. ଜୀବନ ରାମ, ହରେକୃଷ୍ଣ ପଣ୍ଡା ଓ ଶିବ ପଟ୍ଟନାୟକଙ୍କ ପରିବାର ବର୍ଗଙ୍କୁ ମରଣତ୍ତୋର ସମ୍ମାନ ଗ୍ରହଣ କରିଥିଲେ। ସେହିପରି ମାରାଥନ ରେ ନବରଙ୍ଗପୁର ଜିଲ୍ଲାର ନାମ ଉଚ୍ଚ କରିଥିବା କ୍ରୀଡ଼ାବିତ ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ ସ୍ତରୀୟ ୧୦୦ ମିଟର ଦୌଡ଼ପ୍ରତିଯୋଗିତାରେ ଉପଲବ୍ଧି ପାଇଥିବା ମହେନ୍ଦ୍ର ସାନ୍ତା କୁ ସଙ୍ଘ ତରଫରୁ ସମର୍ଦ୍ଧିତ କରାଯାଇଥିଲା। କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଙ୍କୁ ଅବସରକାଳୀନ ସମର୍ଦ୍ଧନା ଦିଆଯାଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡକ୍ଟର ଚନ୍ଦ୍ର ଶେଖର ହୋତା,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା କ୍ରୀଡ଼ାସଙ୍ଘର ଉପସଭାପତି ପ୍ରମୋଦ ପାଢୀ,ତାରିଖ ହୁସେନ ଖାନ ପ୍ରମୁଖ ନିଜ ମତବ୍ୟକ୍ତ କରିଥିବା ବେଳେ କ୍ରିକେଟ ସମ୍ପାଦକ ଅଶୋକ ନାୟକ, ଏଥେଲେଟିକ ସମ୍ପାଦକ ଜିତେନ୍ଦ୍ର ପରିଛା, ଭଲି ବଲ ସମ୍ପାଦକ ଜି. ଆନନ୍ଦ ମୂର୍ତ୍ତ ,ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲିକ,ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟ୍ଟନାୟକ ଏବଂ ମହିଳା କ୍ରୀଡ଼ା ସମ୍ପାଦକ ଚନ୍ଦନା ମଳିକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସଙ୍ଘର ସଦସ୍ୟ ଶଶାଙ୍କ ଶେଖର ବେହେରା ,ଦୁର୍ଯ୍ୟୋ ହରିଜନ ସମେତ ଅନ୍ୟ ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦିବାରାତ୍ରୀ ରାଜ୍ୟ ସ୍ତରୀୟ ନକଆଉଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଲାଙ୍ଗିର ଚାମ୍ପିୟାନ

Sunil Chandra Nayak

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ସମାରୋହ ରେ ଉଦଯାପିତ 

Sunil Chandra Nayak

୨୦ ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣଆମେଣ୍ଟ

Sunil Chandra Nayak

Leave a Comment

error: Content is protected !!