ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ 

କନ୍ଧମାଳ:21/05/23(ମନିସ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଲଗାତାର ବିଭିନ୍ନ ଦୋକାନ ସ୍ମାର୍ଟ ସ୍କୁଲ ଓ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ବେଳେ ପୁଲିସ ଏହି ଘଟଣାର ପର୍ଦାଫାଶ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ୭ ଜଣ ନାବାଳକ ଙ୍କୁ ଅଟକ ରଖି ବାଳ ସୁଧାର ଗୃହକୁ ପଠାଇଥିବା ସୂଚନା ମିଳିଛି। ଜବତ ସାମଗ୍ରୀ ମଧ୍ୟରେ ସିପିଉ, କିବୋର୍ଡ଼, ହେଡ଼ ଫୋନ ଥିବା ଜଣାପଡିଛି। ଅନ୍ୟ ପଟେ ଚୋରୀରେ ବ୍ୟବହୃତ ଜିନିଷ ସହ କିଛି ମରଣାସ୍ତ୍ର ଜବତ ହୋଇଥିବା ବେଳେ ଏହି ସମସ୍ତ ଚୋରୀରେ ସମ୍ପୃକ୍ତ ୭ ଜଣ ନାବାଳକ ଫିରିଙ୍ଗିଆ ବ୍ଲକ ଆଖ ପାଖ ଅଞ୍ଚଳର ବୋଲି ସୂଚନା ମିଳିଛି। ହେଲେ ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଅବ୍ୟାହତ ଥିବା ବିଷୟ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ ଲକ୍ଷର ସିସିଟିଭି ବ୍ୟବସ୍ଥା ଅଚଳ

masiha

ଖଣିମାଲିକଙ୍କ ଘରେ ପ୍ରଶାସନିକ ଚଢ଼ାଉ; ୭୦କୋଟି ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା ଜାରି

କ୍ରସର ମାଲିକ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା। ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ….

masiha

Leave a Comment

error: Content is protected !!