ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବଟ ଅଶ୍ୱତଥ ବୃକ୍ଷ ପ୍ରତିଷ୍ଠା ବାର୍ଷିକୀ ପାଳିତ  

ତେନ୍ତୁଳିଖୁଣ୍ଟି – ୨୧/୦୫/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ମା ତାରିଣୀ ମନ୍ଦିର ସମୁଖରେ ଥିବା ବଟ ଓ ଅଶ୍ୱତଥ ବୃକ୍ଷ ପ୍ରତିଷ୍ଠା ବାର୍ଷିକ ଉତ୍ସବ ଆଜି ଧୁମ ଧାମରେ ପାଳନ କରାଯାଇଛି । ମନ୍ଦିର ସମୁଖରେ ଥିବା ବଟ ଓ ଅଶ୍ୱତଥ ବୃକ୍ଷ ର ରକ୍ଷଣା ବେକ୍ଷଣ ଖାତିଗୁଡା ସ୍ଥିତ ତାରିଣୀ ମନ୍ଦିର କମିଟି କରି ଆସୁଛି।।ଦୁଇ ବୃକ୍ଷ ଏକତ୍ରିତ ଥିବାରୁ ମନ୍ଦିର କମିଟି ଗତବର୍ଷ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ବିତୀଆ ୧ ତାରିଖ ବୁଧବାର ଦିନ ଦୁଇ ବୃକ୍ଷ କୁ ହିନ୍ଦୁ ରୀତିନୀତି ଅନୁସାରେ ଧୁମ ଧାମରେ ପ୍ରଥମେ ବ୍ରତ ଓ ବାହାଘର କାର୍ଯ୍ୟକ୍ରମ କରିଥିଲେ ।ତାରିଣୀ ମନ୍ଦିରର ସଭାପତି ଗୋପାଳ କୃଷ୍ଣ ଭଞ୍ଜଙ୍କ ତତ୍ତ୍ୱ।ବଧାନରେ ହୋଇଥିଲା । ଚଳିତ ବର୍ଷ ଆଜିର ପ୍ରତିଷ୍ଠା ବାର୍ଷିକୀ କାର୍ଯ୍ୟକ୍ରମ ରେ ପ୍ରଦୀପ ହୋତା ଓ ତାଙ୍କ ଧର୍ମ ପତ୍ନୀ ହୋମରେ ବସିଥିଲେ । ପଣ୍ଡିତ କୃଷ୍ଣଚନ୍ଦ୍ର କରଶର୍ମା ଙ୍କ ବେଦ ଉଚାରଣରେ ହୋଇଥିଲା କାର୍ଯ୍ୟକ୍ରମ । ତାରିଣୀ ମନ୍ଦିର ରେ ତୃପ୍ତି ରଞ୍ଜନ ରାଉତ ଓ ତାଙ୍କ ଧର୍ମ ପତ୍ନୀ ହୋମ ରେବସିଥିଲେ । ପଣ୍ଡିତ କୃଷ୍ଣ ଚନ୍ଦ୍ର ସାମନ୍ତରାୟ ତାରିଣୀ ମନ୍ଦିର ରେ ପୂଜା କରିଥିଲେ। ଆଜିର ବାର୍ଷିକ ଉତ୍ସବ ରେ ବ୍ରାହ୍ମଣ ଙ୍କ ବେଦ ଉଚାରଣ କମ୍ପିତ ହୋଇ ହିନ୍ଦୁ ରୀତିନୀତି ଅନୁସାରେ ମହା ଆଡମ୍ବରରେ ହୋଇଥିବା ବେଳେ ସେମାନଙ୍କୁ ବିଜୟ ପଣ୍ଡା ଓ ବିଜୟ ପାଣିଗ୍ରାହୀ ସହଯୋଗ କରିଥିଲେ। ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ମା ତାରିଣୀ ମନ୍ଦିର କମିଟିର ସଭାପତି ଗୋପାଳକୃଷ୍ଣ ଭଞ୍ଜ ସମେତ, ଚନ୍ଦ୍ର ଶେଖର ଦଳେଇ,ଆନନ୍ଦ କୁମାର ନେପାଳ, ,ନିଲୁ ପଣ୍ଡା,କାବୁଲି ପଟନାୟକ, ସୁରେନ୍ଦ୍ର ରାଉତ,ସଦାଶିବ ଜାନୀ ,ପ୍ରବୀର ପ୍ରଧାନ , ଚନ୍ଦନ ନାୟକ ,କୁନେସ ବିଶ୍ୱାଳଙ୍କ ସମେତ ଅନେକ ଭକ୍ତ ବୃନ୍ଦଙ୍କ ସହ ଖାତିଗୁଡା ପୋଲିସ ସହାୟତା କରିଥିଲେ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁରରେ ପହଣ୍ଡି ବିଜେ ପରେ ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

Sunil Chandra Nayak

ଦୁଇଟି ପଞ୍ଚାୟତର ଗୋଟିଏ ଅନୁଷ୍ଠାନ 85 ତମ ଅଷ୍ଟମପ୍ରହରୀ ନାମଯଜ୍ଞ ସଂକୀର୍ତ୍ତନ!

Sunil Chandra Nayak

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ସାମିଲ: ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହେଲା ପରିବେଶ 

masiha

Leave a Comment

error: Content is protected !!