ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ପବିତ୍ର ବାରୁଣୀ ….

ଆଜି ପବିତ୍ର ବାରୁଣୀ। ଯାଜପୁର ଦଶାଶ୍ବମେଧ ଘାଟ ପୂଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି । ଏଥିସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରୁ ବହୁ ଭକ୍ତ ଯୋଗ ଦେଇଛନ୍ତି ।

ବିଶ୍ବାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୁପ । ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ମେଳା ଆସନ୍ତା ୭ ଦିନ ଧରି ଚାଲିବ ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି ।

କେଉଁଠି ବାରୁଣୀ ସ୍ନାନ….

ପୁରୀରେ ମହୋଦଧିରେ ତଥା ଯାଜପୁରର ଐତିହାସିକ ଦଶାଶ୍ବମେଧ ଘାଟ ନିକଟରେ ବୈତରଣୀ ନଦୀରେ ଏହିଦିନରେ ଶ୍ରଦ୍ଧାଳୁମାନେ ବାରୁଣୀବୁଡ଼ ପକାଇଥାନ୍ତି । ପୁରୀ ସଦର ଉପଖଣ୍ଡରେ ବରାଳ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିରର ନିକଟବର୍ତ୍ତୀ ଭାର୍ଗବୀ ନଦୀରେ ଏବଂ ଅନ୍ୟ କେତେକ ସ୍ଥାନରେ ଏହି ଦିନ ବୁଡ଼ ପଡ଼େ। ଋଷିକୁଲ୍ୟା ନଦୀ ଉତ୍ତରବାହିନୀ ହୋଇଥ୍ବା ସ୍ଥାନ ଗଞ୍ଜାମରେ ସୋରଡ଼ା ନିକଟସ୍ଥ ପଞ୍ଚାନନ ପ୍ରଭୂଙ୍କ ନିକଟରେ, ଧରାକୋଟର ଚନ୍ଦ୍ରକଳ୍ପେଶ୍ଵରଙ୍କ ନିକଟରେ, ଆସିକା ସୁବର୍ଣ୍ଣେଶ୍ଵରଙ୍କ ନିକଟରେ ପ୍ରତାପପୁର ତୁମ୍ବେଶ୍ବର ଓ ଗଞ୍ଜାମ ନଗରୀର ପଶ୍ଚିମରେ ଲୋକନାଥ ସ୍ବାମୀଙ୍କ ନିକଟସ୍ଥ ସ୍ଥାନୀୟଲୋକ ବାରୁଣୀ ସ୍ନାନ କରନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁରର ତ୍ରିବେଣୀ ସଙ୍ଗମଠାରେ ମଧ୍ୟ ବହୁତ ଲୋକ ବାରୁଣୀ ସ୍ନାନ କରିଥାନ୍ତି। ଏହି ବାରୁଣା ଯାତ୍ରା ଚୈତ୍ର କୃଷ୍ଣ ପକ୍ଷ ଦ୍ଵାଦଶୀ ତିଥ୍‌ରେ ଆରମ୍ଭ ହୋଇ ୭ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ।

ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ଯୋଗ ପଡ଼େ । ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତିଭିକ୍ଷା ନକ୍ଷତ୍ର ଓ ଜ୍ୟୋତିଷମତରେ ଶୁଭଯୋଗ ପଡ଼େ ତେବେ ଏହାକୁ ବାରୁଣୀଯୋଗ ବୋଲାଯାଏ, ଯେବେ ଶନିବାର ଓ ଶତିଭିକ୍ଷା ନକ୍ଷତ୍ର ଉଭୟ ସେ ଦିନ ପଡ଼ନ୍ତି ତେବେ ଏହାକୁ ମହାବାରୁଣୀ ଯୋଗ କହାଯାଏ ।

ବାରୁଣୀ ସ୍ନାନ….

ଏହି ବାରୁଣୀ ଓ ମହାବାରୁଣୀ ଯୋଗରେ ଗଙ୍ଗାରେ ସ୍ନାନ କଲେ ଶତସଂଖ୍ୟକ ସୂର୍ଯ୍ୟୋପରାଗରେ ଅନୁଷ୍ଠିତ ଧର୍ମକାର୍ଯ୍ୟର ପୂଣ୍ୟ ଫଳ ମିଳେ ତୀର୍ଥରାଜ ସମୁଦ୍ରରେ ‌‌ଗଙ୍ଗା ନଦୀ ପଡ଼ିଥିବାରୁ ସମୁଦ୍ରରେ ମଧ୍ୟ ଲୋକେ ଏହି ଯୋଗରେ ସ୍ନାନ କରନ୍ତି ଓ ଅନ୍ୟାନ୍ୟ ସମୁଦ୍ରଗାମିନୀ ନଦୀମାନଙ୍କରେ ମଧ୍ୟ ସ୍ଥାନୀୟଲୋକ ବାରୁଣୀ ବୁଡ଼ ପାରନ୍ତି । ପୁରୀରେ ମହୋଦଧିରେ ତଥା ଯାଜପୁରର ଐତିହାସିକ ଦଶାଶ୍ୱମେଧ ଘାଟ ନିକଟରେ ବୈତରଣୀ ନଦୀରେ ଏହିଦିନରେ ଶ୍ରଦ୍ଧାଳୁମାନେ ବାରୁଣୀବୁଡ଼ ପକାଇଥାନ୍ତି । ପୁରୀ ସଦର ଉପଖଣ୍ଡରେ ବରାଳ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରର ନିକଟବର୍ତ୍ତୀ ଭାର୍ଗବୀ ନଦୀରେ ଏବଂ ଅନ୍ୟ କେତେକକ ସ୍ଥାନରେ ଏହି ଦିନ ବୁଡ଼ ପଡ଼େ । ଋଷିକୁଲ୍ୟା ନଦୀ ଉତ୍ତରବାହିନୀ ହୋଇଥିବା ସ୍ଥାନ ‌‌ଗଞ୍ଜାମରେ ସୋରଡ଼ା ନିକଟସ୍ଥ ପଞ୍ଚାନନ ପ୍ରଭୂଙ୍କ ନିକଟରେ, ଧରାକୋଟର ଚନ୍ଦ୍ରକଳ୍ପେଶ୍ୱରଙ୍କ ନିକଟରେ, ଆସିକା ସୁବର୍ଣ୍ଣେଶ୍ୱରଙ୍କ ନିକଟରେ ପ୍ରତାପପୁର ତୁମ୍ବେଶ୍ୱର ଓ ଗଞ୍ଜାମ ନଗରୀର ପଶ୍ଚିମରେ ଲୋକନାଥ ସ୍ୱାମୀଙ୍କ ନିକଟସ୍ଥ ସ୍ଥାନୀଯ ଲୋକ ବାରୁଣୀ ସ୍ନାନ କରନ୍ତି । ‌‌କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁରର ତ୍ରିବେଣୀ ସଙ୍ଗମଠାରେ ମଧ୍ୟ ବହୁତ ଲୋକ ବାରୁଣୀ ସ୍ନାନ କରିଥାନ୍ତି ।

ବୈତରଣୀ ନଦୀ ଓ ବାରୁଣୀ ସ୍ନାନ…

ବିରଜାକ୍ଷେତ୍ର ଯାଜପୁରରୁ ଉତ୍ତର ଦିଗକୁ ଏକ କିଲୋମିଟର ଯିବାପରେ ପଡ଼େ ବୈତରଣୀ ନଦୀ।ପବିତ୍ର ଗଙ୍ଗା ନଦୀ ପରି ଓଡ଼ିଶାର ପବିତ୍ର ବୈତରଣୀ ନଦୀରେ ଏହିସ୍ନାନ କଲେ ପୁଣ୍ୟ ଲାଭ ହେବାର ବିଶ୍ୱାସ ରହିଛି । ମହାଭାରତର ଆଦି, ସଭା, ବନ ଓ ଭୀଷ୍ମ ପର୍ବରେ ବୈତରଣୀ ତୀର୍ଥର ବର୍ଣ୍ଣନା ରହିଛି । ବାରୁଣୀ ଯୋଗରେ ବୈତରଣୀ ନଦୀ ତଥା ସମୁଦ୍ରରେ ସ୍ନାନ କରି ଧର୍ମପ୍ରାଣ ବ୍ୟକ୍ତିମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଗୋଦାନ ମଧ୍ୟ କରିଥାନ୍ତି । ବୈତରଣୀର ଉତ୍ତର ପାର୍ଶ୍ୱ ଅତି ପବିତ୍ର ହୋଇଥିବାରୁ ଚୈତ୍ର ମାସ କୃଷ୍ଣ ତ୍ରୟୋଦଶୀଠାରୁ ଦୀର୍ଘ ବାରଦିନ ଧରି ସେଠାରେ ମେଳା ଅନୁଷ୍ଠିତ ହୁଏ ।ବାରୁଣୀ ସ୍ନାନକୁ ଓଡ଼ିଶାର କୁମ୍ଭ କହାଯାଏ । ଚୈତ୍ରମାସର ମକର ରାଶିରେ ରବି ଗ୍ରହଙ୍କ ପ୍ରବେଶ ସମୟରେ ଏହି ବାରୁଣୀ ଯୋଗ ପଡ଼େ । ପବିତ୍ର ବୈତରଣୀ ତଥା ମହୋଦଧିରେ ବାରୁଣୀ ବୁଡ଼ ପକାଇଲେ ସମସ୍ତ ପାପ କ୍ଷୟ, ଦୁଃଖଶୋକର ବିନାଶ ହେବା ସହ ପୁଣ୍ୟ ଅର୍ଜନ ହୋଇଥାଏ । ବୈତରଣୀ ତଟରେ ଶବ ସତ୍କାର ହେଲେ ତାହା ଅତ୍ୟନ୍ତ ପୁଣ୍ୟପ୍ରଦ ବୋଲି ହିନ୍ଦୁମାନଙ୍କ ବିଶ୍ୱାସ ।ବୈତରଣୀ ନଦୀରେ ସ୍ନାନ କରିବାଦ୍ୱାରା ଗଙ୍ଗା ଓ ମହୋଦଧିରେ ସ୍ନାନ ପରି ପୂଣ୍ୟ ମିଳେ ।

ସ୍ନାନଯୋଗ….

ବୈତରଣୀ ନଦୀରେ ପଡୁଥିବା ସ୍ନାନ ଯୋଗଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଛି।ସେଗୁଡ଼ିକ ହେଲା- ବାରୁଣୀ, ମହାବାରୁଣୀ, ଅତିମହାବାରୁଣୀ । ଶତଭିଷା ନକ୍ଷତ୍ର ସହ ଯୁକ୍ତ ହୋଇଥିବା ତିଥିକୁ ବାରୁଣୀ କୁହାଯାଏ । ଶତଭିଷା ନକ୍ଷତ୍ର ଯୋଗରେ ଏହି ସ୍ନାନ ଥିବାରୁ ଏହାକୁ ଯୋଗସ୍ନାନ କୁହାଯାଏ । ବାରୁଣୀ ସ୍ନାନ ଯୋଗଠାରୁ ମହାବାରୁଣୀ ସ୍ନାନ ଯୋଗ ଦୁର୍ଲ୍ଲଭ । ଏହି ଯୋଗ ସବୁ ବର୍ଷପଡ଼େ ନାହିଁ । ଯେଉଁବର୍ଷ ଶତଭିଷା ନକ୍ଷତ୍ର ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଶନିବାର ହୋଇଥାଏ ତାକୁ ମହାବାରୁଣୀ କୁହାଯାଏ । ଏହି ଯୋଗରେ ଯେଉଁବ୍ୟକ୍ତି ଦଶାଶ୍ୱମେଧ ଘାଟରେ ବୁଡ଼ପକାଏ ସେ କୋଟି ପୁଣ୍ୟଫଳ ଲାଭ କରେ । ବୈତରଣୀ ନଦୀରେ ମହାବାରୁଣୀ ଯୋଗ ମଧ୍ୟ ପଡ଼ିଥାଏ । ଏହା ପ୍ରାୟ ଅନେକ ବର୍ଷ ଅନ୍ତରରେ ଥରେ ପଡ଼ିଥାଏ । ଚୈତ୍ରମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶତଭିଷା ନକ୍ଷତ୍ର ଯୋଗ ହୋଇ ଶନିବାର ଦିନ ଯଦି ଶୁଭ ଯୋଗ ଓ ‘ଗ’ର ବରଣ ଯୁକ୍ତ ହୁଏ, ତେବେ ତାକୁ ଅତି ବାରୁଣୀ ଯୋଗ କୁହାଯାଏ । ଏହି ଯୋଗରେ ବୈତରଣୀ ସ୍ନାନ କଲେ ଲୋକ କୋଟି କୋଟି ପିତୃପୁରୁଷଙ୍କୁ ଉଦ୍ଧାର କରେ । ଏହି ଯୋଗ ସ୍ନାନ ରାତିରେ ପଡୁ କିମ୍ବା ଦିନରେ ପଡୁ ସ୍ନାନ କରିବା ଉଚିତ । ବୈତରଣୀ ନଦୀରେ ବାରୁଣୀ ସ୍ନାନ ଯୋଗ ରହିଥିବାରୁ ଦଶାଶ୍ୱମେଧ ଘାଟ ନିକଟରେ ରହିଛି ଜଗନ୍ନାଥ ମନ୍ଦିର, ସପ୍ତମାତୃକା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ମୁକ୍ତେଶ୍ୱର ଶିବ ମନ୍ଦିର, ସିଦ୍ଧି ଗଣେଶ, ଶ୍ରୀ ବିଗ୍ରହ, ନବଗ୍ରହ ମନ୍ଦିର ସହ ଅନେକ ତୀର୍ଥ ପୀଠ । ଭକ୍ତମାନେ ବୈତରଣୀରେ ବୁଡ଼ ପକାଇ ପିଣ୍ଡଦାନ କରିବା ପରେ ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି।

ପୌରାଣିକ କିମ୍ବଦନ୍ତୀ….

ଥରେ ବ୍ରହ୍ମା ଓ ନୃସିଂହଙ୍କ ମଧ୍ୟରେ ନିଜର ବଡ଼ପଣ ପାଇଁ କଳି ସୃଷ୍ଟି ହେଲା । ଏହାର ବିଚାର ନିମନ୍ତେ ଉଭୟ ଶିବଙ୍କୁ ମଧ୍ୟସ୍ଥି ଭାବି, ନିଜର ସମସ୍ୟା ଜଣାଇଲେ । ଶିବ କହିଲେ – ‘ମୋର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଯିଏ ଯାଇ ଆସି ପାରିବ ସିଏ ହିଁ ସବୁଠାରୁ ବଡ଼ । ନୃସିଂହ, ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ନଯାଇ ଅଧାରୁ ଫେରି ଆସି କହିଲେ- ‘ମହାଦେବ ! ଆପଣଙ୍କ ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଯିବାକୁ କେହି ସମର୍ଥ ନୁହନ୍ତି । ବ୍ରହ୍ମା, ନୃସିଂହଙ୍କଠାରୁ କିଛିବାଟ ଆଗକୁ ଯାଇ କେତକୀ ଫୁଲକୁ ଭେଟିଲେ । ସେ ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ଯାଇଥିଲେ ବୋଲି କେତକୀ ଫୁଲକୁ ମିଥ୍ୟା ସାକ୍ଷୀ ଦେବାକୁ କହି ଫେରି ଆସିଲେ । ବ୍ରହ୍ମାଙ୍କ କହିବା ଅନୁସାରେ କେତକୀ, ଶିବଙ୍କ ଆଗରେ ମିଛକଥା କହିବାରୁ ଶିବ, ବ୍ରହ୍ମାଙ୍କୁ ମିଥ୍ୟାବାଦୀ ବୋଲି କହି କ୍ରୋଧରେ ବ୍ରହ୍ମାଙ୍କୁ ଅପୂଜା ହେବାର ଅଭିଶାପ ଦେଲେ । ଅଭିଶାପରୁ ମୁକ୍ତି ପାଇବା ପାଇଁ ବ୍ରହ୍ମା, ଶିବଙ୍କ ନିକଟରେ ପ୍ରାର୍ଥନା କରିବାରୁ ଶିବ ତାଙ୍କୁ ପବିତ୍ର ବୈତରଣୀ ନଦୀ କୂଳରେ ଯଜ୍ଞ କରି ଯଜ୍ଞପୁରୁଷ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାକୁ କହିଲେ । ବ୍ରହ୍ମା, ବିରଜା କ୍ଷେତ୍ରକୁ ଯଜ୍ଞ ସ୍ଥାନ ରୂପେ ନିରୂପଣ କରି ବୈତରଣୀକୁ ଏହି କ୍ଷେତ୍ରରେ ପ୍ରବାହିତ ହେବାକୁ ଅନୁରୋଧ କଲେ । ବ୍ରହ୍ମାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ବୈତରଣୀ ବ୍ରହ୍ମାଙ୍କ ପଛେ ପଛେ ଚାଲିଲା । କିଛି ବାଟ ଗଲା ପରେ ବ୍ରହ୍ମାଙ୍କୁ କୁଳୁକୁଳୁ ଶବ୍ଦ ଶୁଭିଲା ନାହିଁ । ପଛକୁ ଫେରି ଦେଖିଲା ବେଳକୁ ନଦୀ ଅଦୃଶ୍ୟ ହେଇଯାଇଛି । ଏହାର କାରଣ ଜାଣିବା ପାଇଁ ବ୍ରହ୍ମା ଧ୍ୟାନରେ ବସିବାରୁ ଶୂନ୍ୟବାଣୀ ହେଲା ଯେ ନିବିଡ଼ ଅରଣ୍ୟରେ ଥିବା ରମଣୀଙ୍କ ନଗ୍ନ ରୂପ ଦେଖି ଭୟରେ ସେ ଆତ୍ମଗୋପନ କରିଛନ୍ତି । ଯଦି ପ୍ରତିକୋଣରେ ଶିବଲିଙ୍ଗ ସ୍ଥାପନ କରାଯାଏ ତେବେ ଶିବ ଦର୍ଶନରେ ପାପମୁକ୍ତ ହୋଇ ସେ ଯଜ୍ଞ ସ୍ଥାନକୁ ଯାଇପାରିବ । ତେଣୁ ବ୍ରହ୍ମା ପ୍ରତିକୋଣରେ ଗୋଟିଏ ଗୋଟିଏ ଶିବଲିଙ୍ଗ ସ୍ଥାପନ କଲେ । ଗୋନାସିକା ପର୍ବତରୁ ଏକ କୋଶ ଦୂରରେ ପ୍ରଥମ ଶିବଲିଙ୍ଗ ସ୍ଥାପନ କଲେ ଯାହାର ନାମ ବ୍ରହ୍ମେଶ୍ୱର । ତା’ପରେ ପ୍ରତିକୋଣରେ କୁଶଳେଶ୍ୱର, ଅମ୍ବକେଶ୍ୱର, ଗତେଶ୍ୱର, ଲିଙ୍ଗେଶ୍ୱର, ଭୂତେଶ୍ୱର, ବିଲେଶ୍ୱର, ହରନ୍ତେଶ୍ୱର ପ୍ରଭୃତି ଶିବଲିଙ୍ଗ ସ୍ଥାପିତ ହେବାପରେ ବୈତରଣୀ, ବିରଜାକ୍ଷେତ୍ରକୁ ଆସିଲେ । ଏହି ଲିଙ୍ଗଗୁଡ଼ିକ ମଧ୍ୟରେ ଶେଷ ଲିଙ୍ଗ ହେଉଛି ସିଦ୍ଧେଶ୍ୱର । ଏହିଠାରୁ ବ୍ରହ୍ମା, ବୈତରଣୀକୁ ଉତ୍ତରବାହୀ କରି ଦେଇଥିବାରୁ ଆଉ ସେହିଠାରୁ ଶିବଲିଙ୍ଗ ଦେଖିବାକୁ ମିଳେ ନାହିଁ । ବିଶ୍ୱାସ ରହିଛି ଯେ ଯଦି କେହି ବିରଜାକ୍ଷେତ୍ରର ବାରୁଣୀ ତୀର୍ଥରେ ସ୍ନାନ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରେ, ତେବେ ସେ ଦଶ ପ୍ରକାରର ପାତକରୁ ମୁକ୍ତିପାଏ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ରାଧାକୃଷ୍ଣ ସଂକିର୍ତ୍ତନ ମଣ୍ଡଳୀ ତରଫରୁ ଶ୍ୟାମ ବାବାଙ୍କ ସୁସଜ୍ଜିତ ରଥ ଓ ନିଶାନ ଯାତ୍ରା

Sunil Chandra Nayak

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: ବ୍ରହ୍ମପୁରର ଭଜନ ସନ୍ଧ୍ୟାରେ ଝୁମିଲେ ଭକ୍ତ ଓ ଦର୍ଶକ 

Sunil Chandra Nayak

ରାକ୍ଷୀ ପୂର୍ଣ୍ଣିମା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort