ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାମାକ୍ଷାନଗର ଜଗନ୍ନାଥ ମନ୍ଦିରରେ ସାବିତ୍ରୀ ବ୍ରତ ପାଳିତ

କାମାକ୍ଷାନଗର -(ମ ନି ସ)19/5/23 // ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ l ଗାଁ ଠାରୁ ସହର ସବୁଆଡେ ଉତ୍ସବ ମୁଖର l ବ୍ରତ ମଧ୍ୟ ରେ ସାର ହେଉଛି ସାବିତ୍ରୀ ବ୍ରତ l ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପଡିଥାଏ l ପୁରାଣରେ ଲେଖl ଅଛି ରାଜକୁମାରୀ ସାବିତ୍ରୀ ନିଜ ସତୀତ୍ୱ ପାଇଁ ଯମ ରାଜା ଙ୍କ ପାଖରୁ ନିଜ ସ୍ୱାମୀ ଙ୍କ ଜୀବନ ଫେରାଇ ଆଣିଥିଲେ ସେହି ଦିନ ଠାରୁ ସାବିତ୍ରୀ ବ୍ରତ ପାଳନ ର ମହତ୍ୱ ରହିଆସିଛି l ଦୁହିତା ଦୁଇ କୂଳକୁ ହିତା, କେବଳ ସାବିତ୍ରୀ ନିଜ ସ୍ୱାମୀଙ୍କ ଜୀବନ ଫେରାଇ ଆଣି ନଥିଲେ l ଯମ ରାଜା ଙ୍କ ଠାରୁ ନିଜ ପିତା ଙ୍କ ପାଇଁ ଶହେ ପୁତ୍ର ଓ ଶଶୁର ଙ୍କ ପାଇଁ ନିଜ ରାଜ୍ୟ ସହିତ ତାଙ୍କ ଚକ୍ଷୁ ମଧ୍ୟ ଫେରାଇ ଆଣିଥିଲେ l ଆଜି ସଧବା ନାରୀ ମାନେ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖିଥାନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସତସଙ୍ଗ କମିଟି ତରଫରୁ ଗୀତା ଯଜ୍ଞ 

Sunil Chandra Nayak

ମା ମଙ୍ଗଳାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା

masiha

ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ସ୍ଥାନରେ ରାମ ନବମୀ ପାଳିତ

Sunil Chandra Nayak

Leave a Comment

error: Content is protected !!