କାମାକ୍ଷାନଗର -(ମ ନି ସ)19/5/23 // ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ l ଗାଁ ଠାରୁ ସହର ସବୁଆଡେ ଉତ୍ସବ ମୁଖର l ବ୍ରତ ମଧ୍ୟ ରେ ସାର ହେଉଛି ସାବିତ୍ରୀ ବ୍ରତ l ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପଡିଥାଏ l ପୁରାଣରେ ଲେଖl ଅଛି ରାଜକୁମାରୀ ସାବିତ୍ରୀ ନିଜ ସତୀତ୍ୱ ପାଇଁ ଯମ ରାଜା ଙ୍କ ପାଖରୁ ନିଜ ସ୍ୱାମୀ ଙ୍କ ଜୀବନ ଫେରାଇ ଆଣିଥିଲେ ସେହି ଦିନ ଠାରୁ ସାବିତ୍ରୀ ବ୍ରତ ପାଳନ ର ମହତ୍ୱ ରହିଆସିଛି l ଦୁହିତା ଦୁଇ କୂଳକୁ ହିତା, କେବଳ ସାବିତ୍ରୀ ନିଜ ସ୍ୱାମୀଙ୍କ ଜୀବନ ଫେରାଇ ଆଣି ନଥିଲେ l ଯମ ରାଜା ଙ୍କ ଠାରୁ ନିଜ ପିତା ଙ୍କ ପାଇଁ ଶହେ ପୁତ୍ର ଓ ଶଶୁର ଙ୍କ ପାଇଁ ନିଜ ରାଜ୍ୟ ସହିତ ତାଙ୍କ ଚକ୍ଷୁ ମଧ୍ୟ ଫେରାଇ ଆଣିଥିଲେ l ଆଜି ସଧବା ନାରୀ ମାନେ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖିଥାନ୍ତି l
next post