ଚିଲିକା:- ଅବିଭକ୍ତ ପୁରୀ ଜିଲ୍ଲାର ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ବର୍ତ୍ତମାନର ଜେକି ( ଖୋର୍ଦ୍ଧା ଜିଲ୍ଲା ) ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହା ଏସିଆ ମହାଦେଶ ର ସର୍ବ ବୃହତମ ଲବଣା ହ୍ରଦ ଅଟେ । ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ଶୀତ ଋତୁର ଆଗ ମନରେ ଚିଲିକାକୁ ଆସିଥାନ୍ତି ନୂତନ ଅତିଥି ବିଦେଶୀ ପକ୍ଷୀ । ସେମାନଙ୍କ କଳରବ ଶବ୍ଦରେ ଚିଲିକା ର ଶୋଭା ବର୍ଦ୍ଧନ କରିଥାଏ । ଏଠାରେ ବିଦେଶୀ ପକ୍ଷୀମାନଙ୍କୁ ଦେଖିବା ସହିତ ମା, କାଳୀଜାଈଙ୍କ ଦର୍ଶନ ନିମନ୍ତେ ସଦାସର୍ବଦା ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ଚିଲିକା ଅଭିମୁଖେ । ମା, କାଳିଜାଇ ଙ୍କ ଦର୍ଶନ କରି ଫେରି ଯାଇଥାନ୍ତି ପର୍ଯ୍ୟଟକ । ଏପରିକି କିଛି ପର୍ଯ୍ୟଟକ ମାନଙ୍କ ମନରେ ଏବେ ବି ପଶ୍ନବାଚି ସୃଷ୍ଟି କରୁଛି ମା,ଙ୍କ କିମ୍ବଦନ୍ତୀ ଉପରେ । ବାଲୁଗାଁ ଚିଲିକା କୂଳ ଜେଟି ଠାରୁ ଜଳପଥ ଦେଇ ପ୍ରାୟ ଷୋହଳ କିଲୋମିଟର ନୌକା ସାହାଯ୍ୟ ରେ ଗଲେ ଚିଲିକା ମଝିରେ ପଡେ ଜଟିଆ ନାଶି ପାହାଡ଼ । ସେଠାରୁ ମାତ୍ର ଅଳ୍ପ ଦୂରରେ ପଡ଼ିଥାଏ ମା, କାଳିଜାଇ ପାହାଡ଼ । ସେଠାରେ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା, କାଳୀଜାଈ ଙ୍କର ଅତି ସୁନ୍ଦର ମନ୍ଦିର ଟିଏ ରହିଛି l ମାଙ୍କ ମନ୍ଦିର ର ଦାଇତ୍ୱ ପାରିକୁଦ ରାଜାଙ୍କ ଦାଇତ୍ୱ ରେ ଥିବା ବେଳେ । ମାଙ୍କୁ ଏବେ ପୂଜାର୍ଚ୍ଚନା କରୁଥିବା କିଛି ସେବାୟତ କୁହନ୍ତି । ମା, ଙ୍କର କୌଣସି ଐତିହାସିକ ତଥ୍ୟ ନଥିଲେ ମଧ୍ୟ । ଏଠାକାର କିମ୍ବଦନ୍ତୀ କୁହେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ଶ୍ରୀ ନିବାସପୁର ଗ୍ରାମର ଝିଅ ଜାଇ । ସେ ବାପ ମା,ଙ୍କର ଗୋଟିଏ ବୋଲି ଅଲିଅଳି ଝିଅ ଥିଲା । ତେବେ ସେ କାଳରେ ବାଲ୍ୟ ବିବାହ ଥିଲେବି । ଝିଅ ଜାଇ ଯେତେବେଳେ ବିବାହ ବୟସ ହେଲା । ବାବା ମା, ସ୍ଥିର କଲେ ଝିଅର ବିବାହ କରିବା ପାଇଁ। ଶେଷରେ ପାରିକୁଦ ଗଡରେ ଝିଅକୁ ବିବାହ ଦେବା ପାଇଁ ସ୍ଥିର କରିଥିଲେ । ଆଗ କାଳରେ ପାରିକୁଦ ଗଡକୁ ଗମନା ଗମନର ସେପରି ସୁବିଧା ନଥିବା ବେଳେ । ସମସ୍ତେ ଜଳ ପଥ ଦେଇ ନୈକାରେ ଗମନା ଗମନ କରୁଥିଲେ । ତେବେ ଏକ ନିର୍ଦ୍ଧାରିତ ତିଥିରେ ଜାଇ ବାହାଘର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜାଇକୁ ନୈକା ସାହାଯ୍ୟରେ ବାପାଙ୍କ ସହିତ ପାରିକୁଦ ଗଡକୁ ଯିବାକୁ ପଡ଼ିଥିଲା । ତେବେ ଯାତ୍ରା ଆରମ୍ଭ ବେଳେ ନୈକା ସାହାଯ୍ୟରେ କିଛି ବାଟ ଅତିକ୍ରମ କରିବା ପରେ । ହଠାତ୍ ସୋଲରୀ ପାହାଡ ଶିଖରରୁ ଅଚାନକ ଏକ କଳା ବାଦଲ ମାଡି ଆସିଲା । ନୈକା ଟି ଭାରସାମ୍ୟ ହରାଇ ଜଟିଆ ନାଶି ପାହାଡ଼ରେ ପିଟି ହେଇଯାଇଥିଲା । ଯାହାଦ୍ବାରା ନୈକା ଟି ଓଲୋଟି ପଡିଲା ଯାଇଥିଲା । ତେବେ ଭାଗ୍ୟ ବସତହ ଜାଇର ବାପା ଓ ନାବିକ ଜଣଙ୍କ ବଞ୍ଚି ଯାଇଥିଲେ । କିନ୍ତୁ ଚିଲିକାର ଅଥଳ ଜଳ ରାଶିରେ ଜାଇ ସବୁଦିନ ପାଇଁ ହଜିଯାଇଥିଲା । ଜାଇକୁ ତାଙ୍କର ବାପା ସମେତ ନାବିକ ବହୁ ଖୋଜା ଖୋଜି କରିଥିଲେବି ଅଥଳ ଚିଲିକା ଗର୍ଭରେ ଜାଇ ସବୁ ଦିନପାଇଁ ହଜିଯାଇଥିଲା । କିନ୍ତୁ ଚିଲିକା ରୁ ଝିଅ ଜାଇକୁ ନପାଇ ମନ ଦୁଃଖ କରି ବାପା ଘରକୁ ଫେରିଥିଲେ। କିଛି ଦିନ ଗଲା ପରେ ସେହି ଜଟିଆ ନାଶି ପାହାଡ଼ ଦେଇ ଯାଉଥିବା କିଛି ନାବିକ ଦେଖିବାକୁ ପାଇଥିଲେ ଯେ କାଳୀ ପାହାଡ ମଧ୍ୟରେ କିଏ,ଏକ ଝିଅ ବୁଲୁଛି ଏବଂ କାନ୍ଦୁଛି । ଏବଂ ଦୂର ବାଟକୁ ତାହାର କାନ୍ଦିବାର ଶବ୍ଦ ମାନ ମଧ୍ୟ ସୁଭୁଛି । ପରବର୍ତ୍ତୀ କାଳରେ କିଛି ନାବିକ ସାହାସର ସହ ପାହାଡ଼ ମଧ୍ୟକୁ ଯାଇ ସେ ଝିଅର ଏକ ଛାୟାକୁ ଦେଖିବାକୁ ପାଇଥିଲେ । ଏବଂ ସେମାନେ ତାଙ୍କର ସେହି ଛାୟାକୁ ପଚାରି ଥିଲେ । ତୁମେ କିଏ ? କାହିଁକି ଏଠାରେ କାନ୍ଦୁଛ । ତାପରେ ସେ ଝିଅ କହିଥିଲା ମୁଁ ହେଉଛି ଜାଇ । କହିବା ସହ ତାର ସମସ୍ତ କାହାଣୀ କହିଲା । ଏବଂ ଶେଷରେ ତାହା ପାଇଁ ସେହି ପାହାଡ଼ରେ ଏକ ସୁନ୍ଦର ମନ୍ଦିର ଟିଏ ନିର୍ମାଣ କରିବାପାଇଁ କହିଥିଲା । ସେହିଦିନ ଠାରୁ ସେଠାରେ ମା, କାଳୀଜାଈ ନାମରେ ପୂଜା ମା, ପୂଜା ପାଇଆସୁଛି । ତେବେ ସେବେଠାରୁ ଚିଲିକାରେ ଆଉ ସେପରି ଭୟଙ୍କର ବତାସ ହେବାର ଦେଖିବାକୁ ମିଳୁନାହିଁ । ଏବେବି ସମସ୍ତ ନାବିକ କୁହନ୍ତି ମା, କାଳିଜାଇ ସେମାନଙ୍କୁ ତାର ପଣତ କାନି ଯେ ଘଣ୍ଟ ଘୋଡାଇ ରଖୁଥିବା ରୁ କାହାର ସେପରି ଖ୍ୟାତି ଘଟୁନାହିଁ । ତେଣୁ ମା, ସେମାନଙ୍କର ସୁରକ୍ଷା ଦେବୀ ଅଟେ l ଏସମ୍ପର୍କରେ ସେସମୟରେ ନାବିକ ମାନେ ପାରିକୁଦ ରାଜାଙ୍କୁ ଜଣାଇ ଥିଲେ । ରାଜା ଏସବୁ ଜାଣିବା ପରେ ନିଷ୍ପତି ନେଇଥିଲେ ମନ୍ଦିର ନିର୍ମାଣ କରିବାପାଇଁ। ଶେଷରେ ରାଜାଙ୍କ ଆଦେଶରେ ଜଟିଆନାଶି ପାହାଡ଼ରେ ସୁନ୍ଦର ମନ୍ଦିରଟିଏ ନିର୍ମାଣ କରାଯାଇଥିଲା । ସେହି ଦିନ ଠାରୁ ସେହି କାଳି ପାହାଡ଼ର ନାମ ମା,କାଳୀଜାଈ ପାହାଡ଼ ରେ ବେସ ପରିଚିତ ହୋଇଥିବା ବେଳେ ସେହି ପାହାଡ଼ରେ ମା, କାଳିଜାଇ ପୂଜା ପାଉଛନ୍ତି । ତେଣୁ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା, କାଳୀଜାଈ ଅଟନ୍ତି । ମା,ଙ୍କ ପାଖରେ ବଳିପ୍ରଥା ନଥିବା ବେଳେ । ମାନସିକ ଧାରିମାନେ ମାଙ୍କ ମନ୍ଦିର ପାହାଡରେ ଛେଳି,ମେଣ୍ଡା, କୁକୁଡ଼ା ଆଦି ଛାଡିବା ସହ ମାଙ୍କ ନିକଟରେ ମାଛ ପୋଡା ଭୋଗ ଲାଗି କରି ଥାଆନ୍ତି। ମାଙ୍କ ପାଖରେ ଶ୍ରଦ୍ଧାଳୁ ମାନଙ୍କ ମନରେ ରହିଛି ଅଗାଢ଼ ବିଶ୍ୱାସ । ଶ୍ରଦ୍ଧାଳୁ ମାନେ ମାଙ୍କ ଉପରେ ଭରଷା କରି ମାନସିକ ରଖି ଥାନ୍ତି । ତେଣୁ ଶ୍ରଦ୍ଧାଳୁ ମାନଙ୍କ ମନ ସ୍କାମନା ପୂର୍ଣ୍ଣ ହୋଇଛି ବୋଲି କିଛି ଶ୍ରଦ୍ଧାଳୁ କହିଛନ୍ତି। ପ୍ରତେକ ଦିନ ଦେଶବିଦେଶ ରୁ ସହ ସହ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ ମା କାଳୀଜାଈ ଙ୍କ ଦର୍ଶନ ନିମନ୍ତେ l କାଳିଜାଇଙ୍କ ପୀଠ ଦେଖିବାକୁ ଯେତେ ସୁନ୍ଦର ପାହାଡ଼ ର ଚତୃପାର୍ଶ୍ଵ ଚିଲିକା ର ନୀଳଜଳ ରାଶି ସାଙ୍ଗକୁ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ସହିତ ପର୍ଯ୍ୟଟକ ମାନଙ୍କୁ ଦେଖିବାକୁ ସେତେ ମନୋହର।।
ଚିଲିକାରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ