ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଏପ୍ରିଲ ୭ ରେ ରୂପେଲି ପରଦାରେ  “ଡେଲିଭରୀ ବୟ”

ଭୁବନେଶ୍ୱର: ନୂଆ ଓଡିଆ ଚଳଚ୍ଚିତ୍ର “ଡେଲିଭରୀ ବୟ”ଟ୍ରେଲର ରିଲିଜ୍ ପରେ ବଢୁଛି ଉତ୍କଣ୍ଠା । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ପ୍ରଯୋଜନା ସଂସ୍ଥା । କାରଣ ଡେଲିଭରୀ ବୟ ଏପ୍ରିଲ ୭ରେ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ । ମୌଳିକ ଓ ବାସ୍ତବଧର୍ମୀ ଚରିତ୍ରକୁ ନେଇ କାହାଣୀ । ଇନଫିସନ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଞ୍ଜନ ମହାନ୍ତି ପ୍ରଯୋଜିତ ଏହି ଚଳଚ୍ଚିତ୍ର ଜଣେ ଡେଲଭରୀ ଜୀବନକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର । ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଁଚାଇବା ଡେଲିଭରୀ ଭୟର କର୍ତ୍ତବ୍ୟ । କିନ୍ତୁ କର୍ତ୍ତ୍ୟବ ପାଇଁ ଡେଲିଭରୀ ଭୟ ସାମ୍ନା କରୁଥିବା ଅନେକ ଅକୁହା କଥାକୁ ନେଇ କାହାଣୀର ପରିକଳ୍ପନା । କେଭଳ ଲୋକଙ୍କୁ ସଠିକ ସମୟରେ ଜିନିଷ ପହଁଚାଇବା ପାଇଁ ଜୀବନକୁ ବାଜିରେ ଲଗାଇଦିଏ ଡେଲିଭରୀ ଭୟ । କିନ୍ତୁ ଏ ଯନ୍ତ୍ରଣା ନା କାହାକୁ କହିପାରେ, ନ ବୁଝାଇପାରେ । ଜଣେ ସାମାନ୍ୟ ଡେଲିଭରୀ ବୟର ଜୀବନ ସଂଘର୍ଷର ସମସ୍ୟାକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର । ଏପ୍ରିଲ ରେ ମୁକ୍ତିଲାଭ କରିବା ନେଇ ସୂଚନା ଦେଇଛି ପ୍ରଯୋଜନା ସଂସ୍ଥା ।

ଚଳଚ୍ଚିତ୍ରର ଅଡିଓ ରିଲିଜ୍ ପରେ ମିଳିଥିଲା ଦର୍ଶକଙ୍କ ଭଲ ପାଇବା । ସବୁଠି ଶୁଣିବାକୁ ମିଳୁଛି ଡେଲିଭରୀ ବୟର ଅଡିଓ । ସେପଟେ ଟ୍ରେଲର ରିଲିଜ ପରେ ମିଳିଥିଲା ଅକୁଣ୍ଠ ଦର୍ଶକଙ୍କ ଆଶୀର୍ବାଦ । ଏହା ହିଁ ସୂଚାଇଦେଇଥିଲା କାହାଣୀର ଭବିଷ୍ୟତ । 

  ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ପରିଚିତ ପ୍ରଯୋଜକ ଜେ .ଆର.ଏମ୍ କରିଥିବାବେଳେ ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସହ ଅଶ୍ୱିନୀ ତ୍ରିପାଠୀ । ଏହି ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ ଅଭିନେତା ଓ ଅବିନେତ୍ରୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଅଭିନେତା ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି ଅନେକ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଏଥିରେ ଗୀତ ଗାଇଛନ୍ତି । ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପୁଣି ସଂଗୀତରେ ନିର୍ମଳ ନାୟକ ଓ ବୈଦ୍ୟନାଥ ଦାଶଙ୍କ କେମିଷ୍ଟ୍ରିର ଜବରଦସ୍ତ ଝଲକ ଦେଖିବାକୁ ମିଳିଛି । ଉଦିତ ନାରାୟଣ, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି । ପ୍ରେକ୍ଷାଳୟରେ ଏହାପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ଅଡ଼ିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଚଳଚ୍ଚିତ୍ରର କାହାଣୀ ଯେପରି ବଳିଷ୍ଠ ସଙ୍ଗୀତ ମଧ୍ଯ ଖୁବ ଆକର୍ଷଣୀୟ ହୋଇଛି । ସର୍ବଦା ରୋମାଣ୍ଟିକ୍ ଗୀତ ଗାଉଥିବା ଉଦିତ ନାରାୟଣ ଏହି ଗୀତ ମାଧ୍ୟମରେ ପ୍ରଥମ ଥର ପାଇଁ ଏକ ଡ୍ୟାନ୍ସ ନମ୍ବର ଗାଇଛନ୍ତି । ଅନ୍ୟପଟେ ଫିଲ୍ମଟିକୁ ଭିନ୍ନ ଢଙ୍ଗରେ ଲୋକଙ୍କ ପାଖରେ ପହଁଚାଇବାକୁ ପ୍ରୟାସ କରିଛନ୍ତି କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ । ଭୁବନେଶ୍ବର,କଟକ,ରାଉରକେଲା,ବ୍ରହ୍ମପୁର ଓ ଅନୁଗୁଳ ସମେତ ୭ଟି ସହରର ବିଭିନ୍ନ ମଲ୍ ରେ ଚଳଚ୍ଚିତ୍ରର କଳାକାରମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ଶୈଳିରେ ପ୍ରଚାର ପ୍ରସାର କରାଯିବା ନେଇ ସୂଚନା ଦେଇଛନ୍ତି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ । ଏପ୍ରିଲରେ ନିକଟସସ୍ଥ ହଲରେ ରିଲିଜ ହେବ ବହୁ ପ୍ରତୀକ୍ଷିତ ପିଂଲ୍ମ ଡେଲିଭରୀ ବୟ । ଅଭିନବ ଚରିତ୍ର ଓ ମୌଳିକ କାହାଣୀ ଉପରେ ଆଧାରିତ “ଡେଲିଭରୀ ବୟ” ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକୃଷ୍ଟ କରିବ ବୋଲି ଆଶା ପ୍ରକଟ କରିଛି ପ୍ରଯୋଜନା ସଂସ୍ଥା ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ବାଲୁଗାଁ ପାଟଣା ସାହି ଗ୍ରାମରେ ସାମାଜିକ ନାଟକ “ମିଛୁଆ ରାଧୁଆ ଗପ ସରିଲା” ନାଟକ ମଞ୍ଚସ୍ଥ !!!

Sunil Chandra Nayak

ସମ୍ପର୍କ ,ରାଉରକେଲାର ନାଟକ ସାମନ୍ତ ଚନ୍ଦ୍ରଶେଖର ଖଣ୍ଡପଡ଼ାରେ ମଞ୍ଚସ୍ଥ

Sunil Chandra Nayak

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ ରେ ଭରତ ବାକ୍ୟ ମଞ୍ଚସ୍ଥ

masiha

Leave a Comment

error: Content is protected !!