ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ୍ୟୁ , ହତ୍ୟା କଲା ପରେ ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରି ସ୍ୱାମୀ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲାପଡା ପଞ୍ଚାୟତ ଅଧୀନରେ ଥିବା କାୟାଲମ୍ବା ଗାଁ ର କ୍ରାଣ୍ଡିବାଲି ଗାଁ ରେ ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ଜଣାପଡିଛି I ସୂଚନାଯୋଗ୍ୟ ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ୍ୟୁ ହୋଇଛି I ମୃତକ ମହିଳା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଗାଁର ସ୍ବର୍ଗତ ଶୁଦ୍ର କହଁରଙ୍କ ବଡ଼ ଝିଅ ମିନତୀ କହଁର ବୋଲି ଜଣାପଡିଛି I ଦୀର୍ଘ ୧୫ ବର୍ଷ ହେବ ମୃତ ମିନତୀ କାୟାଲମ୍ବା କ୍ରାଣ୍ଡିବାଲି ସାହିର ସଦାଶିବ ନାୟକଙ୍କୁ ପ୍ରେମ ବିବାହ କରିଥିଲା। ତାଙ୍କର ଏକ ୧୦ ବର୍ଷର ଝିଅ ଥିବା ଜଣାପଡିଛି I ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଜାତିର ହୋଇଥିବା ବେଳେ ଉଭୟ ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ପ୍ରେମ ବିବାହ କରିବାରୁ ଏହି ଘଟଣା କୁ ନେଇ ଉଭୟ ପରିବାର ମଧ୍ୟ ରେ ମନ ମାଳିନ୍ୟ ରହିଥିଲା I କିଛିଦିନ ପରେ ଉଭୟ ପରିବାର ମଧ୍ୟରେ ସୁସମ୍ପର୍କ ରହିଥିଲା I ତେବେ ଗତକାଲି ଦିନ ତିନିଟାରେ ମୃତ ମିନତୀ କହଁର ତାଙ୍କ କକା ଙ୍କୁ ଫୋନ ଯୋଗେ ତାଙ୍କ ସ୍ୱାମୀ ମଦ୍ୟପନ କରିଥିବା କହିଥିବା ବେଳେ ରାତିରେ ମଦ୍ୟପ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଲାଗିରହିଥିବା ପାରିବାରିକ କଳହ କୁ ନେଇ ଗଣ୍ଡଗୋଳ ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ମଦ୍ୟପ ସ୍ୱାମୀ ଏକ ଟାଙ୍ଗିଆ ବେଣ୍ଟ ରେ ନିଜ ସ୍ତ୍ରୀ କୁ ମୁଣ୍ଡରେ ମାଡ ମାରିଥିଲେ I ସ୍ତ୍ରୀ ର ମୁଣ୍ଡରେ ଗଭୀର ଯୋରରେ ମାଡ଼ ବାଜିବାରୁ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମିନତୀ ର ମୃତ୍ୟୁ ହୋଇଥିଲା I ହତ୍ୟା କରିସାରିବା ପରେ ହତ୍ୟା କାରି ସ୍ୱାମୀ ସଦାଶିବ ଫିରିଙ୍ଗିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି I ଘଟଣା ସମ୍ପର୍କରେ ମୃତା ମିନତୀ ଙ୍କର ଦାଦା ପୁଆଲ କହଁର ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଘଟଣା ସ୍ଥଳରେ ପହଂଚି ଘର ଭିତରୁ ଶବ ଜବତ କରିବା ସହ ଘଟଣା କୁ ନେଇ ୪୬/୨୦୨୩ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚାରା ଉଚୁରା ଜାରି ରଖିଛି ପୋଲିସ। ପୋଲିସ ସାଇଣ୍ଟି ଫିକ ଟିମ ସନ୍ଧାନୀ କୁକୁର ନେଇ ଘଟଣା ସ୍ଥଳକୁ ତଦନ୍ତ କରିବା ସହ ମୃତାର ଶବ କୁ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରି ରଖିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଗଣମାଧ୍ୟମ ସୁଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଏକମାସ ଧରି ନିଖୋଜ ବହୁ ଚର୍ଚ୍ଚିତ ଭିକି ମହାନ୍ତିର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ଓ ଘଟଣାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ନୂଆପଡ଼ା ଜିଲ୍ଲା ସୀମାନ୍ତ ରୁ ଆଠ କିଲୋମିଟର ଦୂରତା ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଇନ୍ଦାଗାଁ ନିକଟସ୍ଥ ଆଟଙ୍ଗ ଜଙ୍ଗଲ ରେ ମାଓବାଦୀ ଓ ଆନ୍ତ ରାଜ୍ୟ ଯବନ ଙ୍କ ମଧ୍ୟରେ ଗୁଳି ବିନିମୟ,ଯୁଗ୍ମ ଅପରେସନ ଜାରି 

masiha

ହତ୍ୟା ଉଦ୍ୟମ ମାମଲାରୁ ଆସାମୀ ନିର୍ଦୋଷରେ ଖଲାସ     

Leave a Comment

error: Content is protected !!