ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଣେଇ କୁ ଶଳା ହତ୍ୟା କରିବା ଘଟଣା, ହତ୍ୟାରେ ବ୍ୟବହୃତ ଘାଗଡା ଜବତ ଶଳା ଗିରଫ 

ଭିଣେଇ କୁ ଶଳା ହତ୍ୟା କରିବା ଘଟଣା, ହତ୍ୟାରେ ବ୍ୟବହୃତ ଘାଗଡା ଜବତ ଶଳା ଗିରଫ 

ବନ୍ଧୁଗାଁ ତା,୧୩।୦୯।୨୪,//  କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ କାପୁଲୋଡା ପଞ୍ଚାୟତ ମାଣିକବାଲସା ଗ୍ରାମରେ ହୋଇଥିବା ଜଘନ୍ୟ ହତ୍ୟା କାଣ୍ଡରେ ବ୍ୟବହୃତ ଘାଗଡ଼ା ଜବତ ସହ ଅଭିଯୁକ୍ତ ଶଳା କୁର୍ମା ହିମରିକାକୁ ଗିରଫ କରି କେସ ନମ୍ବର ୧୦୮/୨୩ ୟୁଏସ-୩୦୨ ଆଇପିଶି ଧାରାରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରି ପ୍ରସନ୍ନ କୁମାର ମିଶ୍ର ପ୍ରକାଶ କରିଛନ୍ତି । ଘଟଣାଟି ଜମିଜମାକୁ ନେଇ ଘଟିଥିବା ବେଳେ ନିଜ ଭଉଣୀକୁ ବିଧବା ସଜାଇଛି ଭାଇ।

ଏହି ଚାଞ୍ଚଲ୍ୟ କର ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଜମି ଜମା ବିବାଦକୁ ନେଇ ଭିଣୋଇକୁ ଶୋଇଥିବା ସମୟରେ ଘାଗଡ଼ାରେ ହାଣି ହତ୍ୟା କରିଛି ଶଳା । ଘଟଣାଟି ସୋମବାର ରାତିରେ ଘଟିଥିବା ବେଳେ ଏନେଇ ମଙ୍ଗଳ ବାର ସକାଳେ ବନ୍ଧୁଗାଁ ଥାନାରେ ମୃତକଙ୍କ ସ୍ତ୍ରୀ କାମସେଲି ହିମରିକା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ପୋଲିସ ଗିରଫ କରିଛି ।ଖବର ନେବାରେ ଜଣା ପଡିଛିକି ଧର୍ମେୟା ହିମେରିକା କୁଆଡେ ତାଙ୍କ ଶଳା କୁର୍ମା ହିମେରିକାର ଜମିରୁ କିଛି ଅଂଶ ଅକ୍ତିଆର କରି ରଖିଥିଲେ । ଗତ ତିନି ମାସ ତଳେ ତାହା ମାପ ଜୁପ କରାଯାଇଥିଲା ହେଲେ ଧର୍ମେୟ ଅକ୍ତିଆର କରିଥିବା ଜାଗା ଛାଡ଼ି ନଥିଲେ । ସୋମବାର ରାତି ୧୨ଟା ବେଳେ ହଠାତ୍ କୁର୍ମା ରାଗିକି ଏକ ଘାଗଡ଼ା ଧରି ଭିଣୋଇ ଧାର୍ମେୟାଙ୍କ ଘରକୁ ଯାଇ ଶୋଇ ଥିବା ଅବସ୍ଥାରେ ହିଁ ଆକ୍ରମଣ କରି ଚାଲି ଯାଇଥିଲା । ପାଖରେ ଶୋଇଥିବା ତାଙ୍କ ସ୍ତ୍ରୀ ହତ୍ୟା ଘଟଣାକୁ ଦେଖି ଘରୁ ବାହାରି ପାଟି କରିବାରୁ ସାହି ବାସିନ୍ଦା ଉଠି ପଡ଼ି ହତ୍ୟାକାରୀକୁ ଚିହ୍ନଟ କରିଥିଲେ । ମଙ୍ଗଳ ବାର ଦିନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବନ୍ଧୁଗାଁ ଗୋଷ୍ଠୀ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ରାତି ହେଇଥିବାରୁ ଆଜି ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିବା ଜଣା ପଡିଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ

Related posts

ବହୁ ଚର୍ଚ୍ଚିତ ସୁଧୀର ହତ୍ୟା ମାମଲା ୨ ଜଣକୁ ଏନ୍‌କାଉଣ୍ଟର୍  ୧୧ଦିନରେ ୫ଜଣ ଏନ୍‌କାଉଣ୍ଟର୍ 

ତାଲା ଭାଙ୍ଗି ଘରେ ପଶି ଲୁଟ୍‌: ଟଙ୍କା ଓ ସୁନା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ । ୧୦ ତୋଳା ସୁନା ସହ ରୂପା ଅଳଙ୍କାର ଓ ୫୦ ହଜାର ନଗଦ ଲୁଟ୍‌ 

Sunil Chandra Nayak

ଚୋରି ଘଟଣା କୁ ନେଇ ପ୍ରେସ ମିଟ୍ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

Leave a Comment

error: Content is protected !!