ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଫୁଟବଲ ମହାକୁମ୍ବ ର ସାମ୍ବାଦିକ ସମ୍ମିଳନୀ

ଫୁଟବଲ ମହାକୁମ୍ବ ର ସାମ୍ବାଦିକ ସମ୍ମିଳନୀ

 ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଆଗାମୀ ସେପ୍ଟେମ୍ବର ୨୫ ଦିନଠାରୁ ହେବାକୁ ଥିବା ଫୂଟବଲ ମହାକୁମ୍ଭ ନେଇ ଖଡ଼ିଆଳ କ୍ରିକେଟ ଏସୋସିଏସନ (କେସିଏସଏ) କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଖଡ଼ିଆଳ ସାସ୍କୃତିକ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଫୁଟବଲ ମହାକୁମ୍ଭରେ ଜିଲ୍ଲାର ଖଡ଼ିଆଳ, ବୋଡେ଼ନ ଓ ସିନାପାଲି ବ୍ଲକର ୭୦ ଗୋଟି ପଞ୍ଚାୟତ ଭାଗନେବେ ଓ ୬୯ ଗୋଟି ମ୍ୟାଚ ହେବ । ଏହି ଫୂଟବଲ ମହାକୁମ୍ଭ କେ ସି ଏସ ଏ ସଭାପତି ତଥା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ହେବ । ସେପ୍ଟେମ୍ବର ୨୫ ଉଦଘାଟନୀ ଦିନ ସମଲେଶ୍ବରୀ ମନ୍ଦିରରୁ ବିଶାଳ ମଶାଲ ଶୋଭାଯାତ୍ରାରେ ବାହାରି ଖେଳ ପଡିଆରେ ମଶାଲ ସ୍ଥାପନ କରାଯିବ । ଶୋଭାଯାତ୍ରାରେ ସାସ୍କୃତିକ କାର୍ଯ୍ୟକ୍ରମ, ଘୁମୁରା, ଦୁଲଡୁଲି ବାଦ୍ୟ ସହିତ ସମ୍ବଲପୁରୀ ଗାଇକା ଅର୍ଚ୍ଚନା ପାଢ଼ୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମ୍ୟାଚର ପ୍ରତ୍ୟେକ ଦିନ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସହିତ କରିବେ । ଫୂଟବଲ ମହାକୁମ୍ଭରେ ଭାଗନେଇଥିବା ସମସ୍ତ ଫୂଟବଲ ଟିମକୁ ଡ୍ରେସ ଓ ବୁଟ ପ୍ରଦାନ କରାଯିବ । ଏଥିରେ କେବଳ ନିଜ ପଞ୍ଚାୟତର ଖେଳାଳି ଭାଗ ନେଇ ପାରିବେ । ପ୍ରତ୍ୟକ ଦିନ ଦିବାରାତ୍ର ସାଢେ ଚାରି ଘଣ୍ଟାରୁ ରାତ୍ର ଆଠ ଘଣ୍ଟା ପର୍ଯ୍ୟନ୍ତ ଚାରୋଟି ଖେଳ ହେବ ଓ ଛୁଟି ଦିନ ଗୁଡିକରେ ଛଅ ଗୋଟି ମ୍ୟାଚ ହେବାକୁ ଥିବାବେଳେ ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଭାଗ ନେଇଥିବା ସମସ୍ତ ଫୂଟବଲ ଟିମକୁ ସ୍ମାରକୀ ଟ୍ରଫି ପ୍ରଦାନ ସହିତ ଭଲ ଖେଳାଳି ମାନଙ୍କୁ ପ୍ରତ୍ୟେକ ଦିନ ସଂମ୍ମାନୀତ କରାଯିବ । ବିଜୟୀ ଟିମକୁ ୫୧ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ୩୧ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ । ମହାକୁମ୍ଭରେ ଭାଗ ନେଇଥିବା ସତୁରି ଗୋଟି ଟିମରୁ ତିରିଶ ଜଣ ଭଲ ଖେଳାଳି ଚୟନ କରି ରାଜ୍ୟ ତଥ୍ୟ ଜାତୀୟ ଖେଳ ପାଇଁ ତାଲିମ ପ୍ରଦାନ କରାଯିବର ଲକ୍ଷ ରଖା ଯାଇଛି । ଏହି ଫୂଟବଲ ମହାକୁମ୍ଭର ଉଦ୍ଦେଶ୍ୟ ଖଡ଼ିଆଳ ଅଞ୍ଚଳରେ ଫୂଟବଲ ଖେଳର ବିକାଶ କରିବା । ଫୂଟବଲ ମହାକୁମ୍ଭକୁ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସମ୍ପୂର୍ଣ୍ଣ ସହଯୋଗ କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସଦସ୍ୟ ଜିତେନ୍ଦ୍ରନାଥ ପଟ୍ଟନାୟକ, କେସିଏସଏ ସମ୍ପାଦକ ଛବି ସାଗର, ଶିକ୍ଷାବିତ୍ତ ସତୀଶ ପଟ୍ଟନାୟକ, ଆଇନଜୀବୀ ଗିରିଧାରୀ ବିଭାର, ସନ୍ତୋଷ ପଟ୍ଟନାୟକ ଫିରୋଜ ଖାନ ସମେତ ଖଡ଼ିଆଳ କେ ସି ଏସ ଏ ଫୂଟବଲ ଟିମର ବହୁ ସଦସ୍ୟ ଯୋଗ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍

Related posts

ଭାଗିରଥି ଯୁବକ ସଂଘ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ

Sunil Chandra Nayak

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଏବଂ ରାଇରଙ୍ଗପୁର ଦିତୀୟ ସେମିଫାଇନାଲକୁ ଉନ୍ନିତ

Sunil Chandra Nayak

ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!