ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତଙ୍କବାଦ ବିରୋଧୀ ଦିବସ ପାଳିତ

ଡାବୁଗାଁ, ୨୧/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପରିସରରେ ଥାନା ପୋଲିସ ତରଫରୁ ଆତଙ୍କବାଦ ବିରୋଧୀ ଦିବସ ରବିବାର ପାଳିତ ହୋଇଯାଇଛି | ଏଥିରେ ଥାନା ପରିସରରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହହୀ ଆତଙ୍କବାଦ, ହିଂସା ବିରୋଧରେ ଲଢିବା, ସମାଜରେ ସାମାଜିକ ସଦଭାବ ବୁଝାବଣା ଶାନ୍ତି ସ୍ଥାପନ କରିବା ଆଦି ଉପରେ ଆଇଆଇସି ସୁନୀଲ କୁମାର ପ୍ରଧାନ କର୍ମଚାରୀ ମାନଙ୍କୁ କହିଥିଲେ | ଏହାପରେ ସମସ୍ତେ ମିଳିତ ଭାବେ ଶପଥ ପାଠ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସବଇନିସ୍ପେକ୍ଟର ବିଜୁରାମ ବାଗ, ଏଏସଆଇ ଶିଶିରକାନ୍ତ ଘୋଷ ଓ ବିଜୟ କୁମାର ସାହୁ ଙ୍କ ସମେତ ସମସ୍ତ ପୋଲୋଶ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଠକି ଦଉଛି ଠିକାଦାର ଓ ବିଭାଗୀୟ ଅଧିକାରୀ ବାବୁ 

Sunil Chandra Nayak

ବହୁବିଧ ଦାବି ନେଇ ବିରାଟ କଳାକାର ଶୋଭାଯାତ୍ରା

masiha

ଭାବନ୍ଧ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ  ଗ୍ରାମ ବିକାଶର ରୂପରେଖା ପ୍ରସ୍ତୁତିରେ ଜନଭାଗିଦାରିକୁ ଗୁରୁତ୍ୱ 

Sunil Chandra Nayak

Leave a Comment

error: Content is protected !!