ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଓ ଗୋଷ୍ଠୀ ସ୍ବାସ୍ଥ୍ୟ ସଚେତନତା କ୍ୟାମ୍ପ ଅନୁଷ୍ଠିତ

ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଓ ଗୋଷ୍ଠୀ ସ୍ବାସ୍ଥ୍ୟ ସଚେତନତା କ୍ୟାମ୍ପ ଅନୁଷ୍ଠିତ

ଥୁଆମୁଲ ରାମପୁର: ୦୬/୧୧ ଆଜି ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତ ର କର୍ଡାପଦର ଓ କିଆପଦର ପଞ୍ଚାୟତ ର ଗୌଡ଼ପଦର ଗ୍ରାମରେ ପ୍ଲାନ୍ ଇଣ୍ଡିଆ ସ୍ୱେଚ୍ଛାସେବୀ ସଂଗଠନ କର୍ମଚାରୀମାନଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଓ ଗୋଷ୍ଠୀ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ସ୍ବାସ୍ଥ୍ୟ ଚିକିତ୍ସା କରିବା ସହ ସଚେତନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ସଂଗଠନ ପ୍ଲାନ୍ ଇଣ୍ଡିଆ ର କର୍ମୀ ବ୍ଲକ୍ କାର୍ଯ୍ଯକ୍ରମ ସଂଯୋଜକ ସାରଥୀ ପୃଷ୍ଟି , କ୍ଲଷ୍ଟର କୋଡ଼ିନେଟର  ମାଧବୀ ନାଏକ , CHV: ନମିତା ମାଝୀ (କର୍ଡାପଦର)CHV: ଅଶ୍ୱିନ ଦାନୀ (ଗୌଡ଼ପଦର) ତଥା ଥୁଆମୁଲ ରାମପୁର ଡାକ୍ତର ଅଜିତ କୁମାର ପଣ୍ଡା ଆଶା କର୍ମୀ ଓ ଗ୍ରାମବାସୀଙ୍କ ସହ ଉକ୍ତ ଅଞ୍ଚଳର ବରିଷ୍ଠ ସ୍ଵେଚ୍ଛାସେବୀ ତଥା ସାମ୍ୱାଦିକ ରବି ନାରାୟଣ ସିଂହ ଙ୍କ ଉପସ୍ଥିତ ରେ ସାମୂହିକ ବୈଠକ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମ୍ୟାଲେରିଆ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କରେ ଆବଶ୍ୟକୀୟ ସୂଚନା ଦିଆଯାଇଥିଲା। LLIN ମଶାରିର ସଠିକ୍ ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏବଂ ପରେ ପରେ- CHV ମାନଙ୍କ କାର୍ଯ୍ୟକଳାପ ଓ ମଶାରି ବ୍ୟବହାରର ସ୍ଥିତି ଉପରେ ତଦାରଖ କରାଯାଇଥିଲା । ମ୍ୟାଲେରିଆ ପ୍ରତିରୋଧ କାର୍ଯ୍ୟକ୍ରମରେ ଗ୍ରାମବାସୀମାନଙ୍କୁ ସକ୍ରିୟ ଭାବରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥିଲା।ପ୍ଲାନ୍ ଇଣ୍ଡିଆର କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

କଳାହାଣ୍ଡି ରୁ ରବି ନାରାୟଣ ସିଂହ ଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ

Sunil Chandra Nayak

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜନ୍ମ ଜୟନ୍ତି ପାଳିତ

masiha

ଧାନ ମଣ୍ଡି ଉଦଘାଟିତ

masiha

Leave a Comment

error: Content is protected !!