ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗାମୀ ପଞ୍ଚାୟତ ଓ ପୌର ତଥା ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ ସକାଶେ ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ଘର କୁ ଘର ସର୍ଭେ

ଆଗାମୀ ପଞ୍ଚାୟତ ଓ ପୌର ତଥା ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ ସକାଶେ ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ଘର କୁ ଘର ସର୍ଭେ
ଅତିରିକ୍ତ ଶାସନ ସଚିବ( ଗୃହ ବିଭାଗ) ଓ ପର୍ଯ୍ୟବେକ୍ଷକ ଙ୍କ କଳାହାଣ୍ଡି ଜିଲ୍ଲା ପରିଦର୍ଶନ ଓ ସମୀକ୍ଷା ବୈଠକ

ଭବାନୀପାଟଣା ତା ୬.୧୧.୨୦୨୬: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ଗୃହ ରେ ଅତିରିକ୍ତ ଶାସନ ସଚିବ ( ଗୃହ ବିଭାଗ) ଓ ପର୍ଯ୍ୟ ବେକ୍ଷକ ଶ୍ରୀ ବୀରେନ୍ଦ୍ର କୋରକରା କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବକ ସ୍ବଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପାଇଁ ଘର କୁ ଘର ସର୍ଭେ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି। ଏହି ସର୍ଭେ କାର୍ଯ୍ୟ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ସକାଶେ ଗତ ୨୬.୧୦.୨୦୨୬ ରୁ ୭.୧୧.୨୦୨୬ ପର୍ଯ୍ୟଂତ ହେଉଛି।ଜିଲ୍ଲାର ୧୩ ଟି ବ୍ଳକ୍ ର ମୋଟ ୧୫୪୧ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଥ ଏବଂ ୫ ଟି ପୌର ଓ ବିଜ୍ଞାପିତ ଅଂଚଳ ପରିଷଦ ର ୧୬୫ ଟି ବୁଥ ରହିଛି।ଜିଲ୍ଲାର ୩୦୭ ଟି ଗ୍ରାମ ପଞ୍ଚାୟତ ର ୩୬୭୨ ଟି ୱାର୍ଡ ରହିଛି। ୧୩ ଟି ବ୍ଲକରେ ବୁଥ ପାଇଁ ୩୦୮ ଜଣ ବି ଏଲ ଓ ଏବଂ ସୁପରଭାଇଯର ନିଯୁକ୍ତ ହୋଇଛନ୍ତି। ଅତିରିକ୍ତ ଶାସନ ସଚିବ ତଥା ପର୍ଯ୍ୟବେକ୍ଷକ ଜିଲ୍ଲାରେ ଫର୍ମ ୧୬ ଏବଂ ୧୭ ର ପ୍ରଦାନ ଏବଂ ସଂଗ୍ରହ ସଂଖ୍ୟା ଉପରେ ତର୍ଜମା କରି ସମସ୍ତ ବି ଏଲ ଓ ଏବଂ ସୁପରଭାଇଯର ଙ୍କୁ ଏହାର ଲକ୍ଷ୍ୟ ହାସଲ ଦିଗରେ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ,ସି ଡି ଓ,ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ,ଉପ ଜିଲ୍ଲାପାଳ ଭବାନୀପାଟଣା ଆଶିନି ଏ ଏଲ,ଜିଲ୍ଲା ପଞ୍ଚାୟତ ଅଧିକାରୀ ବିଶ୍ୱନାଥ ରାଉତ,ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିବେକାନନ୍ଦ ମହାନନ୍ଦ, ଡି ଆଇ ପି ଆର୍ ଓ ମନୋଜ ବେହେରା,ବି ଡି ଓ,ଭବାନୀପାଟଣା ଚନ୍ଦନ କୁମାର ଭୋଇ,ଡି ପି ଇ ଓ ରୂପ ସିଂ ରାଉତ ଙ୍କ ସମେତ ସମସ୍ତ ବି ଏଲ ଓ,ସୁପରଭାଇଯର ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

 

Related posts

୨୫ ବର୍ଷରେ ସାପ୍ତାହିକ ଦୀନ୍ ଦୟାଲମେଲ୍ ରାଉରକେଲା ପାନ୍ଥନିବାସରେ ଅନୁଷ୍ଠିତ ହେଲା ୨୫ତମ ସ୍ବ-ନକ୍ଷତ୍ର ଉତ୍ସବ

masiha

ଜିଲ୍ଲାପାଳ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

masiha

ଶିକ୍ଷାକୁ ଗୁରୁତ୍ବ,ମୋହନ ସରକାରଙ୍କ ଦାୟିତ୍ବରାୟଗଡା ଚନ୍ଦ୍ରପୁରୁ,ବିଷମକଟକ ଵ୍ଲକର ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀ

masiha

Leave a Comment

error: Content is protected !!