ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ୪ ଟି ବିଦ୍ୟାଳୟ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ 

ବନ୍ଧୁଗାଁ ବ୍ଲକର ୪ ଟି ବିଦ୍ୟାଳୟ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ 

ବନ୍ଧୁଗାଁ, ୬ /୧୧/୨୬ ରାଜ୍ୟରେ ଶିକ୍ଷାର ବିକାଶ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରମଗତ ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ତୃତୀୟ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ୧୧୭ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ବନ୍ଧୁଗାଁ ବ୍ଲକର ଚାରିଗୋଟି ବିଦ୍ୟାଳୟ ଯଥା କାନାଗାଁ, କମୁଗଣ୍ଡା, ବଡ଼ସରୁପାଲ୍ଲି ଏବଂ ଆଲୋମଣ୍ଡା ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ପ୍ରଧାନଶିକ୍ଷକ ଏବଂ ଅଞ୍ଚଳର ଅନ୍ୟାନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ମିଶିଆକା, ଏବିଇଓ ବାସୁଦେବ ଦେବରପଲ୍ଲୀ, ସିଆରସିସି , ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ କମୁଗଣ୍ଡା ପ୍ରଧାନ ଶିକ୍ଷକ କୈଳାଶ ଶବର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡସରପଲ୍ଲୀ ପ୍ରଧାନ ଶିକ୍ଷକ ନଳିନୀକାନ୍ତ ବେହେରା, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାନାଗାଁ ପ୍ରଧାନ ଶିକ୍ଷକ ତାରାରାମ ଦୂକା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଲଲମଣ୍ଡା ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ବାରିକ, ବ୍ଲକ ଶିକ୍ଷକ ସଂଘ ସମ୍ପାଦକ କେ ପ୍ରତାପ କୁମାର, ଜିଲ୍ଲା ଶିକ୍ଷକ ସଂଘ ସମ୍ପାଦକ ସଞ୍ଜୟ କୁମାର ସିଂହ,ଶିକ୍ଷକ ଶ୍ରୀନିବାସ ରେଡ୍ଡୀ, ପୂର୍ବତନ ବିଜେଡି ବ୍ଲକ ସଭାପତି ବାଲା ନାଗ,ବିଜେପି ଜିଲ୍ଲା କାର୍ଯ୍ୟକର୍ତ୍ତା ଶରତ ପାତ୍ର, ବନ୍ଧୁଗାଁ ଜୋନ୍-୨ ବିଜେପି ସଭାପତି ଜିତେନ୍ଦ୍ର ପିଡିକା ଏବଂ ସାଂସଦ ପ୍ରତିନିଧି ଡି. ଏଙ୍କାଟି ପ୍ରମୁଖ ଯୋଗଦେଇଥିଲେ।

ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଦ୍ୱାରା ବନ୍ଧୁଗାଁ ଅଞ୍ଚଳରେ ଶିକ୍ଷାର ମାନ ଅଧିକ ସୁଦୃଢ଼ ହେବା ସହ ଛାତ୍ରଛାତ୍ରୀମାନେ ଅଧିକ ସୁବିଧା ପାଇପାରିବେ। ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଛି।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବିଭିନ୍ନ ଦାବୀ ନେଇ ଧର୍ମଗଡ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଧର୍ମଗଡ ବ୍ଲକ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ର ଦାବି, ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ

Sunil Chandra Nayak

Leave a Comment

error: Content is protected !!