ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

ଜିଲ୍ଲାପାଳ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

ରାୟଗଡ:-ତା.୧୦/୦୮ – ରାୟଗଡ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ସଭାରେ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣପୁର ସୁଶ୍ରୀ କିରଣଦୀପ କୌର, ରାୟଗଡ ଉପଜିଲ୍ଲାପାଳ ଶ୍ରୀମତୀ ସଂଘମିତ୍ରା ଦେଵୀ, ପିଡି ଦୁଡା ଶ୍ରୀ ଗୋରଚନ୍ଦ ଗମାଙ୍ଗ ଉପସ୍ଥିତ ଥିଲେ l ଜିଲ୍ଲାପାଳଙ୍କ ରାୟଗଡଜିଲାରୁ ବଦଳି ହୋଇ ସୁନ୍ଦରଗଡ଼ ଜିଲ୍ଲାକୁ ଯାଉଛନ୍ତି ଏବଂ ଶ୍ରୀ ମହାଜନଙ୍କ ଜିଲ୍ଲାରେ ସ୍ୱଳ୍ପକାଳୀନ ସମୟ ଭିତରେ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇନେଉଥିବାରୁ ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇ ପାରିଥିବାରୁ ସ୍ମରଣୀୟ ହୋଇ ରହିବେ l ଜିଲ୍ଲାପାଳ ଜିଲ୍ଲାରେ କମ ସମୟ କାର୍ଯ୍ୟ କାଳରେ ତାଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଜିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ଶୈଳୀ ପାଇଁ ରାୟଗଡରେ ଜନ ଆଦୃତ ଲାଭ କରିପାରଥିଲେ ଓ ସବୁଦିନ ପାଇଁ ମନେ ରହିବେ ବୋଲି ଅଧିକାଂଶ ବକ୍ତା ମାତାବ୍ୟକ୍ତ କରିଥିଲେ l ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାସ୍ଥରୀୟ ଅଧିକାରୀ, ତାହସିଲଦାର,ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ମଡେଲ ସିନିଅର ସିଟିଜେନ ହେଲ୍ପ ସେଣ୍ଟରର ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ।

masiha

ଜ୍ଞାନଜ୍ୟୋତି ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା 

Sunil Chandra Nayak

ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗାଁ କୁସୁମବାହାଳ |ସ୍ୱାଧୀନତାର ୭୬ବର୍ଷ ପରେ ବି ପ୍ରଶାସନର ଦୃଷ୍ଟି ପଡିନି 

masiha

Leave a Comment

error: Content is protected !!