ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଳବ୍ ର ବାର୍ଷିକ ଉତ୍ସବ

ମ,ରାମପୁର,୧୩/୧( ମସୀହା):- ସ୍ବାମୀ ବିବେକାନନ୍ଦ ଯୁବକ ମାନଙ୍କ ପାଖରୁ ଅନେକ କିଛି ଆଶା କରିବା ସହିତ ଯୁବକ ମାନେ ନିଜ ଭିତରେ ନିଜକୁ ଖୋଜିବା ସହିତ ରାଷ୍ଟ୍ର ଗଠନ ଉପରେ ଗୁରୁତ୍ବ ଦେବା ଉଚିତ୍ ଓ ସ୍ୱାମୀଜୀ ଙ୍କ ଆଦର୍ଶ ଆମକୁ ପ୍ରେରିତ କରୁ ବୋଲି କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ୍ ସିଂହପୁର ପଞ୍ଚାୟତ ସ୍ଥିତ ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଳବ୍ ର ୧୩ ତମ ବାର୍ଷିକ ଉତ୍ସବ ରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । କ୍ଳବ୍ ର ସଭାପତି ଧୃବ ଚରଣ ଗାନ୍ଧୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ମୁଖ୍ୟ ବକ୍ତା ଭାବରେ ଯୁବ କବି ତଥା ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମ୍ମାନିତ ଅତିଥି ରୂପେ ମ,ରାମପୁର ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁଲତ ଧରୁଆ, ସିଂହ ପୁର ପଞ୍ଚାୟତ ସରପଞ୍ଚ ଉଛବ ପଧାନ, ସାମ୍ବାଦିକ ପ୍ରଦୀପ ସାହୁ, ମୋହନ ଗିରି ପଞ୍ଚାୟତ ର ପୂର୍ବତନ ସରପଂଚ ବଳଭଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅନନ୍ତ ପଧାନ । ସମ୍ପାଦକ କ୍ଷୀର ସାଗର ଧରୁଆ ଙ୍କ ସମେତ ଦିଲୁ ପଧାନ, ବିମଳ ତାଣ୍ଡି, ପିଣ୍ଟୁ ପଧାନ, ଆକାଶ ପଧାନ, ଶରତ ବାଗ୍, ବାପୁନି ପଧାନ , ଶରତ ଧାରୁଆ, ସମସ୍ତ ସଦସ୍ୟ ଓ ଗ୍ରାମ ବାସୀ ପ୍ରମୁଖ ସମସ୍ତ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସର ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନ ପୁରସ୍କୃତ କରିଥିବା ବେଳେ ନିକଟ ରେ ସରିଥିବା କ୍ରିକେଟ୍ ମ୍ୟାଚ୍ ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ପରେ ଏକ ରଙ୍ଗାରଙ୍ଗ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମିଲ୍କ ମୁଁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ: କ୍ଷୀରରେ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି 

Sunil Chandra Nayak

ନର୍ଲା ହାଇସ୍କୁଲ୍ ର ୧୯୯୫ ବ୍ୟାଚ୍ ର ବନ୍ଧୁ ମିଳନ

masiha

ଉତ୍କଳ ଆଲୁମିନା ଓ ଏମଏସଏମଇ ସହଭାଗିତାରେ ବିକ୍ରେତା ବିକାଶ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!