ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଳବ୍ ର ବାର୍ଷିକ ଉତ୍ସବ

ମ,ରାମପୁର,୧୩/୧( ମସୀହା):- ସ୍ବାମୀ ବିବେକାନନ୍ଦ ଯୁବକ ମାନଙ୍କ ପାଖରୁ ଅନେକ କିଛି ଆଶା କରିବା ସହିତ ଯୁବକ ମାନେ ନିଜ ଭିତରେ ନିଜକୁ ଖୋଜିବା ସହିତ ରାଷ୍ଟ୍ର ଗଠନ ଉପରେ ଗୁରୁତ୍ବ ଦେବା ଉଚିତ୍ ଓ ସ୍ୱାମୀଜୀ ଙ୍କ ଆଦର୍ଶ ଆମକୁ ପ୍ରେରିତ କରୁ ବୋଲି କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ୍ ସିଂହପୁର ପଞ୍ଚାୟତ ସ୍ଥିତ ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଳବ୍ ର ୧୩ ତମ ବାର୍ଷିକ ଉତ୍ସବ ରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । କ୍ଳବ୍ ର ସଭାପତି ଧୃବ ଚରଣ ଗାନ୍ଧୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ମୁଖ୍ୟ ବକ୍ତା ଭାବରେ ଯୁବ କବି ତଥା ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମ୍ମାନିତ ଅତିଥି ରୂପେ ମ,ରାମପୁର ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁଲତ ଧରୁଆ, ସିଂହ ପୁର ପଞ୍ଚାୟତ ସରପଞ୍ଚ ଉଛବ ପଧାନ, ସାମ୍ବାଦିକ ପ୍ରଦୀପ ସାହୁ, ମୋହନ ଗିରି ପଞ୍ଚାୟତ ର ପୂର୍ବତନ ସରପଂଚ ବଳଭଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅନନ୍ତ ପଧାନ । ସମ୍ପାଦକ କ୍ଷୀର ସାଗର ଧରୁଆ ଙ୍କ ସମେତ ଦିଲୁ ପଧାନ, ବିମଳ ତାଣ୍ଡି, ପିଣ୍ଟୁ ପଧାନ, ଆକାଶ ପଧାନ, ଶରତ ବାଗ୍, ବାପୁନି ପଧାନ , ଶରତ ଧାରୁଆ, ସମସ୍ତ ସଦସ୍ୟ ଓ ଗ୍ରାମ ବାସୀ ପ୍ରମୁଖ ସମସ୍ତ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସର ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନ ପୁରସ୍କୃତ କରିଥିବା ବେଳେ ନିକଟ ରେ ସରିଥିବା କ୍ରିକେଟ୍ ମ୍ୟାଚ୍ ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ପରେ ଏକ ରଙ୍ଗାରଙ୍ଗ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷା , ଧର୍ମଗଡ଼ ର ଛାତ୍ର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁଙ୍କ କୃତିତ୍ୱ। ୯୯.୨% ନମ୍ବର ରଖି କୃତକାର୍ଯ୍ୟ…

Sunil Chandra Nayak

ଜୁନାଗଡ଼ ଥାନା ରେ ଭାରତୀୟ ନ୍ୟାୟ ସଂଗୀତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

୧- ଦଶୀପୁର ଅଞ୍ଚଳରେ ହାତୀ ଉପଦ୍ରବ ଧାନକ୍ଷେତ ଉଜୁଡ଼ିଲା,ଚିନ୍ତାରେ ଚାଷୀ , ୨- ନୂଆ ଏସପି ଏବେ ଆକ୍ସନ ମୁଡ୍‌ରେ,ନଷ୍ଟ କରାଗଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର , ୩-ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ,୨ ଆହତ , ୪- ୪ ଗାଡ଼ି ଜବତ,୩୬ ହଜାର ଜରିମାନା ଆଦାୟ ନାବାଳକଙ୍କ ପାଇଁ ୨୫ ହଜାର ତଣ୍ଡ ଗଣିଲେ ଅଭିଭାବକ , ୫- ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ , ୬- ପୋଲିସ ହେପାଜତ ରୁ ଖସି ପଳାଇବା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ , ୭- ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ବୟସ୍କ ନାଗରିକଙ୍କ ସହ ଭାବ ବନ୍ଧନ କାର୍ଯ୍ୟକ୍ରମ , ୮- ୪୨ତମ ପିଙ୍ଗୁଆ କପ ୨0-୨0 କ୍ରିକେଟ ଟୁର୍ନାମେଣ୍ଟ  ୧୯ ଅକଟୋବର ୨0୨୬ରୁ ଉଦଘାଟନ , ୯- ସାପ କାମୁଡ଼ାରେ ବାଳିକା ର ମୃତ୍ୟୁ  , ୧୦- ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି : ୧୦୦ ଟି ଅଭିଯୋଗରୁ ୬ ଟି ସମାଧାନ , ୧୧-ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ , ୧୨- ବିଜେଡି ପକ୍ଷରୁ ନାଗିଆପଶି ପଞ୍ଚାୟତ କମିଟି ବୈଠକ, ୧୩- ସହିଦ ବାଜିରାଉତ ବଳିଦାନ ଦିବସ ପାଳିତ , ୧୪-ବିଜେଡି ସଦର ବ୍ଲକ କମିଟି ନୂତନ କର୍ମକର୍ତ୍ତା ଚୟନ ଓ ବୈଠକ , ୧୫ – ନିଜର ନେତ୍ର ଦାନ କରି ଉଦାହରଣ ସାଜିଲେ ଉଦୟ , ୧୬-ଅଜଗର ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!