ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଭାରତରେ ରିଭର କ୍ରୁଜ୍‌ର ନୂଆଯୁଗ

ଆଜି ବିଶ୍ବର ଲମ୍ବା ରିଭର କ୍ରୁଜ୍‌କୁ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତର ପ୍ରଥମ ସ୍ବଦେଶୀ କ୍ରୁଜ ଏମଭି ଗଙ୍ଗା ବିଳାସ

୫୧ ଦିନରେ ୩୨୦୦ କିମି ଯାତ୍ରା କରିବ ଏହି କ୍ରୁଜ୍…..

ନଦୀ ପର୍ଯ୍ୟଟନର ବିକାଶ ଉପରେ କେନ୍ଦ୍ରର ଗୁରୁତ୍ବ, ଗଙ୍ଗାରେ ଭାସିବ ’ଗଙ୍ଗା ବିଳାସ’
ଜଳପଥରେ ପର୍ଯ୍ୟଟନ ବାଂଲାଦେଶ ଯାଇ ଐତିହ୍ୟସ୍ଥଳ ପରିଦର୍ଶନ କରିବେ

 ନଦୀ ପର୍ଯ୍ୟଟନର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଚଳିତ ମାସ ୧୩ ତାରିଖରେ ଉତ୍ତର ପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍‌.ଭି ଗଙ୍ଗା ବିଳାସ ଗଙ୍ଗାରେ ସେଦିନ ତା’ର ଯାତ୍ରା ଆରମ୍ଭ କରିବ । ଏଥି ସହିତ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ନୂଆ ଯୁଗ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ । ଏହି ବିଳାସପୂର୍ଣ୍ବ କ୍ରୁଜ ଭାରତର ୫ ରାଜ୍ୟ ଓ ବାଂଲାଦେଶର ୨୭ ନଦୀରେ ୩୨୦୦ କିମି ପଥ ଅତିକ୍ରମ କରି ଆସାମର ଦିବ୍ରୁଗଡରେ ପହଞ୍ଚିବ ବୋଲି ଶ୍ରୀ ସୋନୱାଲ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଗତିଶୀଳ ନେତୃତ୍ୱରେ ଆମେ ଆମ ନଦୀ ବ୍ୟବସ୍ଥା ଦେଇଥିବା ପ୍ରଚୁର ସମ୍ପଦର ଉପଯୋଗ ବାଟ ଖୋଲୁଛୁ । ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଆମେ ନିରନ୍ତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଉଦ୍ୟମରତ । ନଦୀପଥ ଉପରଯାଗରେ ଯାତ୍ରୀ ପରିବହନ ସହ ପଣ୍ୟ କାରବାର ବଢ଼ାଇବାକୁ ଯେଉଁ ଉଦ୍ୟମ କରୁଛୁ ତାହା ସଫଳ ହୋଇଛି। ନଦୀ ପର୍ଯ୍ୟଟନକୁ ଅଧିକ ଲୋକପ୍ରିୟ କରିବାକୁ ଚାହୁଁଛୁ। ଗଙ୍ଗା ବିଳାସ କ୍ରୁଜ ଅଭିଯାନ ତାହାର ତା’ର ଏକ ଅଂଶ। ଏହା ଦ୍ୱାରା ପର୍ଯ୍ୟଟକମାନେ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶୈକ୍ଷିକ ଅଭିଜ୍ଞତା ଅର୍ଜନ କରିପାରିବେ। କାଶୀରୁ ସାରନାଥ, ମଜୁଲିରୁ ମେୟଙ୍ଗ, ସୁନ୍ଦରବନରୁ କାଜିରଙ୍ଗା ଆଦି ସ୍ଥାନକ୍ରୁ ଏଥିରେ ଯାତ୍ରା କରିହେବ। କେନ୍ଦ୍ର ସରକାରଙ୍କ ପ୍ରାଚ୍ୟନୀତିକୁ କାର୍ଯ୍ୟକାରୀ କରିବାର ସଂକଳ୍ପକୁ ବି ସାକାର କରିବ ବୋଲି ସେ କହିଛନ୍ତି।

ଭାରତର ଶ୍ରେଷ୍ଠତମ ନଦୀ ପର୍ଯ୍ୟଟନ ଓ ପ୍ରାକୃତିକ ସମ୍ବଳକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକ୍ରୁ ଗଙ୍ଗା ବିଳାସ କ୍ରୁଜ୍ ପ୍ରସ୍ତୁତ ହୋଇଛି । ଏହି କ୍ରୁଜର ନଦୀ ପରିକ୍ରମା କାର୍ଯ୍ୟ ୫୧ ଦିନ ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟକମାନଙ୍କୁ ବିଶ୍ବ ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀଘାଟ, ପ୍ରାଚୀନ ସହର ସହ ୫୦ ପର୍ଯ୍ୟଟନସ୍ଥଳ ପରିଦର୍ଶନର ସୁଯୋଗ ମିଳିବ। ବିହାରର ପାଟନା, ଝାଡଖଣ୍ଡର ସାହେବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ଆସାମର ଗୁଆହାଟି ଓ ବାଂଲା‌ଦେର ଢାକା ଆଦି ବୁଲି ଦେଖିପାରିବେ । ନଦୀ ଚୁକ୍ତି ଅନୁସାରେ ଭାରତୀୟ ଜାହାଜସବୁ ଗଙ୍ଗାରେ ବାଂଲା ଦେଶ ଯାଇ ସେଠାରୁ ବ୍ରହ୍ମପୁତ୍ର ଦେଇ ଆସାମ ପର୍ଯ୍ୟନ୍ତ ଯିବ ।

ଗଙ୍ଗା ବିଳାସ ଜାହାଜର ଲମ୍ବ ୬୨ମିଟର ଓ ପ୍ରସ୍ଥ ୧୨ ମିଟର । ଏହା ୧.୪ ମିଟର ଗଭୀର ଜଳରେ ମଧ୍ୟ ସହଜରେ ଯାତ୍ରା କରିପାରିବ। ଏହାର ତିନିଟି ଡେକ୍ ଏବାଂ ୧୮ଟି ସୁଟ୍ ରହିଛି । ଏହି ସୁଟରେ ୩୬ ଲୋକଙ୍କୁ ଆତିଥ୍ୟ ଦେବା ସୁବିଧା ରହିଛି। ଜାହାଜରେ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଉକ୍ତ ଜାହାଜରେ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଗଙ୍ଗାବିଳାସର ପ୍ରଥମ ଯାତ୍ରାରେ ସୁଇଜରଲ୍ୟାଣ୍ଡର ୩୨ ପର୍ଯ୍ୟଟକ ସାମିଲ ଅଛନ୍ତି। ସେମାନେ ବାରଣାସୀରୁ ଦିବ୍ରୁଗଡ ଯାଏ ଟିକଟ କରିଛନ୍ତି। ଗଙ୍ଗା ବିଳାସ ମାର୍ଚ୍ଚ ୧ ତାରିଖରେ ଦିବ୍ରୁଗଡ଼ ପହଞ୍ଚିବା ଆଶା ରହିଛି। ପର୍ଯ୍ୟଟକଙ୍କୁ ବାରାଣସୀର ପ୍ରଖ୍ୟାତ ଗଙ୍ଗା ଆରତି ଦେଖିବାକ୍ରୁ ସୁଯୋଗ ମିଳିବ । ଏହା ପରେ ସେମାନେ ବୌଦ୍ଧ ଧର୍ମର ପବିତ୍ର ପୀଠ ସାରନାଥ ସହ ତନ୍ତ୍ରସ୍ଥଳ ମେୟଙ୍ଗ, ସର୍ବବୃହତ ନଦୀ ଦ୍ୱୀପ ତଥା ବୈଷ୍ଣବ ସମ୍ପ୍ରଦାୟର ପ୍ରମୁଖ କେନ୍ଦ୍ର ମଜୁଲି ଦେଖିପାରିବେ। ଜୈବ ବିବିଧତାର ଐତିହୟସ୍ଥଳୀ ସୁନ୍ଦରବନ ପରିକ୍ରମା କ୍ରରିବ । ବଙ୍ଗୋପସାଗରର ଏହି ତ୍ରକୋଣ ଭୂମି ଅଞ୍ଚଳ ତଥା ମହାବଳ ବାଘଙ୍କ ପାଇଁ ପ୍ରସିଦ୍ଧ ।

ପରେ ଏଥିରେ ଯାଇ ପର୍ଯ୍ୟଟକମାନେ କାଜିରଙ୍ଗା ପରିଦର୍ଶନ କରିବେ, ଯାହାକି ଗଣ୍ଡାଙ୍କ ପାଇଁ ପ୍ରସିଦ୍ଧ। ଏହା ଦ୍ବାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନଦୀ ପର୍ଯ୍ୟଟନକୁ ବିକାଶ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ଗଙ୍ଗା ବିଳାସ କ୍ରୁଜ ସେବା ପ୍ରଦାନ କରିବାରେ ପ୍ରଥମ ଜାହାଜ । ଏଥିପାଇଁ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକ୍ରେଣ(ଏଡବ୍ଲୁଏଆଇ), ଜାହାଜ ଚଳାଚଳ ମନ୍ତ୍ରଣାଳୟ, ବନ୍ଦର ଓ ଜଳପଥ ମନ୍ତ୍ରଣାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି। ଏହାକୁ ଚଲାଇବା ପାଇଁ ଆଗ୍ରହୀ ପକ୍ଷ ଆଗେଇ ଆସିବେ ବୋଲି ସରକାର ଆଶାବାଦୀ। ୨୦୨୭ ସୁଦ୍ଧା ଏହା ୩୭% ଲୋକପ୍ରିୟତା ହାସଲ କରିବା ଆଶା ରହିଛି। ୬୦ ପ୍ରତିଶତ ବଜାର ସହ ୟୁରୋପ ଏ କ୍ଷେତ୍ରରେ ଆଗୁଆ ରହିଛି। ଭାରତର ୮ କ୍ରୁଜ କଲିକତା ଓ ବାରଣାସୀ ମଧ୍ୟରେ ଚାଲୁଛି। ବ୍ରହ୍ମପୁତ୍ର (ଜାତୀୟ ଜଳପଥ-୨) ରେ କ୍ରୁଜ ଚାଲୁଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ରେଳ ଦୁର୍ଘଟଣାରେ ଆସିଲା ମୃତାହତଙ୍କ ସଂଖ୍ୟା, ଅପରାହ୍ନ ୨ଟା ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। ୭୪୭ ଜଣ ଆହାତ, ୫୬ ଜଣ ସଙ୍କଟାପନ୍ନ ଅଛନ୍ତି । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

ଆଜି ଲୋକାର୍ପତ ହେବାକୁ ଯାଉଛି ଦେଶର ଦୀର୍ଘତମ ଏକ୍ସପ୍ରେସ ୱେ

Sunil Chandra Nayak

ପାଚିକା-ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଜ ଭେଟି,ଶାଢ଼ି ପାଇଁ ଦେଲେ ୫୦୦ ଟଙ୍କା ଭତ୍ତା

Sunil Chandra Nayak

Leave a Comment

error: Content is protected !!