ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ରେଳଯାତ୍ରୀ ହ୍ବାଟସ୍‌ଆପ୍‌ରେ ଖାଦ୍ୟ ବରାଦ କରିପାରିବେ

ଏଣିକି ରେଳଯାତ୍ରୀ ହ୍ବାଟସ୍‌ଆପ୍‌ରେ ଖାଦ୍ୟ ବରାଦ କରିପାରିବେ। ଏଥିପାଇଁ ଆଇଆର୍‌ସିଟିସି ପକ୍ଷରୁ ନୂଆ ସେବା ଆରମ୍ଭ କରାଯାଇଛି। ଯାତ୍ରୀମାନେ +୯୧-୮୭୫୦୦୦୧୩୨୩ ନମ୍ବରରେ ହ୍ବାଟସ୍‌ଆପ୍ କରି ଖାଦ୍ୟ ମଗାଇପାରିବେ। ଇ-କ୍ୟାଟରିଂ ସେବା ସମ୍ପର୍କିତ ସମସ୍ତ ପ୍ରଶ୍ନର ପରିଚାଳନା କରିବା ଲାଗି ଏଆଇର ଶକ୍ତି ଥିବା ଚାଟ୍‌ବଟ୍‌ ବ୍ୟବହାର କରାଯାଉଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ହ୍ବାଟସ୍‌ଆପ୍ ଜରିଆରେ ଖାଦ୍ୟ ବରାଦ ସୁବିଧାକୁ କିଛି ହାତଗଣିତ ଟ୍ରେନ୍ ଓ ଯାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଛି। ଗ୍ରାହକଙ୍କ ମତାମତ ଓ ପରାମର୍ଶ ପରେ ଏହି ସେବାକୁ ଅନ୍ୟ ଟ୍ରେନ୍‌ଗୁଡ଼ିକୁ ସମ୍ପ୍ରସାରଣ କରାଯିବ। ଇଆର୍‌ସିଟିସି ପକ୍ଷରୁ ଇ-କ୍ୟାଟରିଂ ପାଇଁ ସ୍ବତନ୍ତ୍ର ୱେବସାଇଟ୍‌ www.catering.irctc.co.in ଓ ମୋବାଇଲ୍‌ ଆପ୍ ଫୁଡ୍‌ ଅନ୍ ଟ୍ରାକ୍‌ର ଶୁଭାରମ୍ଭ ମଧ୍ୟ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର ପୂର୍ଣେଶ୍ବର ଶୈବପୀଠରେ ଗଜାନନ ବିଗ୍ରହ ପ୍ରତିଷ୍ଠାରେ ମହାମହିମ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା 

masiha

ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଜମିଜମା କିଣାବିକା ପାଇଁ ବଦଳିଲା ନିୟମ , ଜମି ରେଜିଷ୍ଟ୍ରେସନ ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ.

Leave a Comment

error: Content is protected !!