ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଢେଇ ପାହାଡ଼ିରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

ମୟୂରଭଞ୍ଜ -(ମସିହା) ଓଡିଶା ସରକାରଙ୍କ ପ୍ରୟାସ ରେ ରାଜ୍ଯ ରେ ମିଲେଟ୍ ମିଶନ ଓଡିଶା ଯୋଜନା କାର୍ଯ୍ୟକରୁଛି , ଓଡିଶା ବାସୀଙ୍କୁ ପୁଷ୍ଟି ଶସ୍ୟର ଖାଦ୍ୟ କିପରି ପାଇବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ଯ ପ୍ରତ୍ୟେକ ବ୍ଲକ ମାନଙ୍କରେ ଅନୁଷ୍ଠିତ କରାଯାଉଅଛି । ବିଶେଷ ଭାବରେ ଯେଉଁଠି ଅଧିକ ମାଣ୍ଡିଆ ଚାଷ୍ କରାଯାଉଅଛି ଉକ୍ତ ବ୍ଲକ ଗୁଡିକରେ ମିଲେଟ୍ ମିଶନ ଓଡିଶା ଦ୍ଵାରା ଚାଷୀ ମନକୁ ସଚେତନତା ପାଇଁ ପୁଷ୍ଟି ଶସ୍ୟ ଖାଦ୍ୟର ମେଳା ଅନୁଷ୍ଠିତ କରାଯାଉଅଛି ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ । ସେହିପରି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ ଅନ୍ତର୍ଗତ ଚଢେଇପାହାଡ଼ି ଗାଁ ରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳା କରାଯାଇଥିଲା । ଉକ୍ତ ମେଳାକୁ ବିମାନଘାଟି ଉପଖଣ୍ଡ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଶକୁନ୍ତଳା ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜାତଳା ବ୍ଳକ ଅଧ୍ୟକ୍ଷା ରାନୀ ମୁର୍ମୁ , ଏ ଡି ଏ ଓ କରୁ ମୁର୍ମୁ ଓ ବ୍ଲକ ଉପାଧ୍ୟକ୍ଷା , ସରପଞ୍ଚ , ପିଏସ୍ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ର କୁ ପରିଚାଳନା କରିଥିଲେ ଏ ଏ ଓ – ଅଜୟ କୁମାର ମହାନ୍ତି , ଦୁଲାଳ ସମ୍ପାଦକ ପଙ୍କଜ କୁମାର ବେହେରା ଓ କାର୍ଯକ୍ରମ ଅଧିକାରୀ ଅରୁଣ କୁମାର ଶେଖର , ବିଶେଷ ଭାବରେ ସହଯୋଗ କରିଥିଲେ ୫ ଟି SHG group ମହିଳା ମାନଙ୍କ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ଜଣାପଡ଼ିଥିଲା , ସେତି ମଧ୍ୟ ରୁ ଜୋହର୍ ଆୟ SHG , ଲିଟ ଗୋସାଇଁ SHG , ମା ଲକ୍ଷ୍ମୀ SHG ଓ ଯ।ଉଁ ନ୍ତି SHG , ସ୍ୱୟଂ ସହାୟକ ମହିଳା ମାନେ ମାଣ୍ଡିଆ ରେ ୨୬ ପ୍ରକାର୍ ର ଟିଫିନ୍ ଆଇଟମ୍ ପ୍ରସ୍ତୁତ କରିଥିଲେ , ପୁଷ୍ଟି କର ଖାଦ୍ୟ ମଧ୍ୟ ରେ ମାଣ୍ଡିଆ ରେ ପ୍ରସ୍ତୁତ ଗୁଲୁଗୁଲା , ଜିଲାପି , ସେଓ , ସିଙ୍ଗଡା , ଆଲୁଚପ , ଖୋଜା , ନିମିକି , କାକରା , ପୁରି , ଇଟଲି , ପିଠା ଇତ୍ୟାଦି ପ୍ରସ୍ତୁତ କରି ମେଳା ରେ ସମସ୍ତ ଦର୍ଶକଙ୍କୁ ଖାଇବାକୁ ଦେଇଥିଲେ , ସମସ୍ତେ ଖାଇବା ପରେ ମାଣ୍ଡିଆ ର ସ୍ୱାଦ ପରଖି ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ୍ ଦେଉଥିବା ଯୁବକ ଉଦ୍ଧାର 

masiha

ପରିବା ଦର ଆକାଶ ଛୁଆଁ,ଖାଉଟି ହନ୍ତସନ୍ତ

Sunil Chandra Nayak

ନୂଆପଡା ମିନିଷ୍ଟାଡିୟମ ଠାରେ ୭୪ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!